ଦୋକାନରୁ ଖାଇବୁ, ପଇସା ମାଗିଲେ ଦାଦାଗିରି କରିବୁ… ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସଂପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ ଅନୁଭବ କରିବେ ଯେ କିପରି ଭାବରେ ଆଜିର କିଛି ଯୁବପିଢି ତାଙ୍କର ଉନ୍ମୁକ୍ତ କାଣ୍ଡ ଘଟାଇ ଥାଆନ୍ତି ଏବଂ ଏପରି କରି ପୁଣି କିପରି ମୁହଁ ଫୁଟାନି ଦେଖାଇଥାନ୍ତି। ତେବେ କିଛି ଏପରି ଯୁବପିଢି ରହିଛନ୍ତି, ଯେଉଁମାନେ ବେଳେବେଳେ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ଅନ୍ଯ ଉପରେ ଏକ କୁପ୍ରଭାବ ପକାଉଛି ଏଵଂ ଅନ୍ୟ ମାନଙ୍କୁ ତାଙ୍କର ଏପରି କାର୍ଯ୍ୟ ଭୟଭୀତ କଲାଭଳି ହେଉଛି। ତେବେ ଦିନକୁ ଦିନ ଦୁନିଆରେ ଲୋକଙ୍କ ହାବ ଭାବରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି।ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ।

ଏସବୁ ଘଟଣା ଦେଖିଲେ ଲାଗୁଛି ସବୁଆଡେ ଯେମିତି ଏକ ଅପ୍ରୀତିକର ସ୍ଥିତି ଏବଂ କୌଣସି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। ଏହାଛଡ଼ା ଲୋକଙ୍କ ପାଖରେ ଅନେକାଂଶରେ ମାନବିକତା ଏବଂ ସଚ୍ଚୋଟତା ର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ, ହିତାହିତ ଜ୍ଞାନ ଭୁଲି ସମୟକ୍ରମେ ଏମିତି କିଛି କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ଆଜି ଆମେ ପୁଣି ଥରେ ସେହିପରି ଏକ ଘଟଣା ବିଷୟରେ ଆଲୋଚନା କରିବା।

ଏହି ଘଟଣାଟି ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ତାହା ଲୋକ ଲୋଚନକୁ ଆସିଛି। ଯାହା ଏବେ ବେଶ୍ ଭାଇରାଲ ହେବାରେ ବି ଲାଗିଛି। ଯେଉଁ ଭିଡିଓ ରେ ଜଣେ ଯୁବକ ଏବଂ ଯୁବତୀଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି।ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ରେ କଣ ଘଟିଛି।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଯେମିତି ଏହି ଘଟଣାରେ ଯୁବକ, ଯୁବତୀ ଜଣେ ମାଉସୀ ଙ୍କ ଦୋକାନରୁ ଖାଇବା ଖାଇ ସାରିବା ପରେ ତାଙ୍କୁ ଟଙ୍କା ନଦେଇ ତାଙ୍କ ସହ ଯୁକ୍ତି କରୁଛନ୍ତି ଏବଂ ଏଥିରେ ଅନ୍ୟ ଯୁବକ ଜଣଙ୍କ ପ୍ରତିବାଦ କରିବାରୁ ସେ ଦାଦାଗିରି ଦେଖାଉଛନ୍ତି।

ତାଙ୍କ ସହ ଥିବା ଯୁବତୀ ଜଣଙ୍କ ମଧ୍ୟ ଦାଦାଗିରି ଦେଖାଉଛନ୍ତି ଏବଂ ଭିଡିଓ ବନ୍ଦ କରିବାକୁ କହୁଛନ୍ତି। ତେବେ ଶେଷରେ ସେମାନେ ଦୋକାନର ଜିନିଷପତ୍ର ବି ଫିଙ୍ଗୁଛନ୍ତି ଏବଂ ମାରପିଟ କରୁଛନ୍ତି। ଆଉ ପରେ ସେମାନେ ପଇସା ନଦେଇ ଚାଲି ଯାଉଛନ୍ତି। ଏହାପରେ ମାଉସୀ ଜଣଙ୍କ କହିଛନ୍ତି ଉକ୍ତ ଯୁବକ ଅଧିକାଂଶ ସମୟରେ ଏମିତି ତାଙ୍କୁ ହଇରାଣ କରେ। ଏହାପରେ ସାହାଯ୍ୟ କରିବା ପାଇଁ ଆସିଥିବା ଯୁବକ ମାଉସୀକୁ ପଇସା ପୈଠ କରି ସେଠାରୁ ଆସୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।