Dr Diptiranjani Bisoyi – ଆପଣଙ୍କ ଦେହରେ କିମ୍ବା ମୁହଁରେ ଭାତୁଡି ହୋଇଥିଲେ କିପରି ଏହିସବୁ ଉପାୟ ମାଧ୍ୟମରେ ଦୂର ହୋଇଯିବ

0

ଏହି ଭାତୁଡ଼ି ଚର୍ମ ଉପରେ ବହୁତ ଲୋକମାନଙ୍କର ହୋଇ ଥାଏ l ବ୍ୟକ୍ତିର ଚମଡା ଉପରେ ଯାହା ଉଠି ଥାଏ ତାକୁ ଆମେ ଭାତୁଡ଼ି ବୋଲି କହିଥାଉ l ଭାତୁଡ଼ି ସାଧାରଣତଃ ବେକ, ଜଙ୍ଘ,କାନ୍ଧଓ ସାଇଡରେ ମଧ୍ୟ ହୋଇଥାଏ l ଏହି ଭାତୁଡ଼ି ଆମ ସ୍କିନ ରଙ୍ଗର ହୋଇଥିଲେ ଜାଣିବା ଆମର ଭାତୁଡ଼ି ହୋଇଛି ବୋଲି l ଭାତୁଡ଼ି ସ୍କିନକୁ ଲାଗିକି ରହିଥାଏ l

ଧୀରେଧୀରେ ଏହା ବଢିଥାଏ l ଏହି ଭାତୁଡ଼ିର ଗୋଟିଏ ଭଲ ଗୁଣ ରହିଛି ତାହା ହେଉଛି ଆମକୁ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମ ଅଛି l ବେଶୀ କରି ଡାଏବେଟିସ,ମୋଟା ବ୍ୟକ୍ତିଙ୍କ ଠାରେ ଅଧିକ ଦେଖା ଯାଇଥାଏ l

ଭାତୁଡ଼ି ହେଲେ ଆମ ଦେହର ସିଷ୍ଟମ ସବୁ ଠିକ ଅଛିକି ନାହିଁ ଆମେ ମଧ୍ୟ ଜାଣି ପାରିବା l କମ ବୟସର ବ୍ୟକ୍ତିଙ୍କ ଠାରେ କମ ଦେଖିବାକୁ ମିଳିଥାଏ l ଭାତୁଡ଼ି ଆମ ଶରୀରରେ ଗୋଟିଏ ମିରର ଭଳି କାର୍ଯ୍ୟ କରିଥାଏ l ଯେତେବେଳେ ଆମର ବୟସ ବଢ଼ି ଥାଏ ସେତେବେଳେ ଆପଣ ମୋଟା ହେବାକୁ ଲାଗିବେ ସେହି ସମୟରେ ଶରୀରରେ ବହୁତ ପ୍ରକାରର ସମସ୍ୟା ଦେଖା ହୁଏ ଏବଂ ଏହି ଭାତୁଡ଼ି ଦ୍ୱାରା ଆମେ ଏ ସବୁକୁ ଜାଣି ପାରିବl l

ଆମ ଶରୀରରେ ଚେମିକାଲ ଚେଞ୍ଜଏସ ଦେଖା ହେଲେ ଆମେ ଏହି ଭାତୁଡ଼ି ଦ୍ୱାରା ଜାଣି ପାରିବା l ଯଦି ଏହାର ସଂଖ୍ୟା ଅଧିକରୁ ଅଧିକ ହୁଏ ତେବେ ଆମେ ଡାକ୍ତରଙ୍କ ପରାମର୍ଶ ସାଙ୍ଗେ ସାଙ୍ଗେ ନେବା ଉଚିତ l

ଭାତୁଡ଼ି ବହୁତ ପ୍ରକାରର ହୋଇ ଥାଏ l ଧଳା, ହଳଦିଆ ଏବଂ କଳା ରଙ୍ଗର ହୋଇ ଥାଏ l ଧଳା ଭାତୁଡ଼ି ହୋଇ ଥିଲେ ଆମେ ତାକୁ ନିହାତି ଚିକିତ୍ସା କରିବା ଉଚିତ l ଗୋଟିଏକୁ ଆଉ ଗୋଟିଏ ଲାଗିଲାଗି ହୋଇ ଥାଏ l ସେହି ଭାତୁଡ଼ିକୁ ଛୁଇଁ ଆମେ ଅନ୍ୟ ଜାଗାରେ ଛୁଇଲେ ମଧ୍ୟ ସେଠିବି ବାହାରି ପଡେ l ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଛୁଇଁଲେ ମଧ୍ୟ ସେହି ବ୍ୟକ୍ତିର ଏହି ଭାତୁଡ଼ି ବାହାରି ଥାଏ l ତେବେ ଆମକୁ ଏହାର ଉପଚାର କରିବା ପାଇଁ କିଛି ଲୋକ ସୂତା ବାନ୍ଧି ଦିଅନ୍ତି କିନ୍ତୁ ଏପରି କରିବା ବହୁତ କ୍ଷତି ହୋଇଥାଏ l ମେଡିକାଲକୁ ଯାଇ କଟିବା ଦରକାର l

ରେଡ଼ିଓ ଫ୍ରୀକଇନ୍ସ କଟରେଜ ଯାହା ପେନ ମୁନଠୁବି ପତଳା ସେଥିରେ ଭାତୁଡ଼ିକୁ କଟାହୁଏ l ଆମେ ଯଦି ଆମେ ସବୁଦିନ କରୁଥିବା ଏହି ଭୁଲକୁ କରିବା ନାହିଁ ତେବେ ଆମର ଭାତୁଡ଼ି ହେବନାହିଁ l ଆମେ ବାହାରର ତେଲିଆ ଖାଦ୍ୟକୁ ନଖାଇବା ଉଚିତ l ଓଜନକୁ ବାଲାନ୍ସ କରିବାସହ ସବୁଦିନ ଯୋଗ କରିବା l ଆମ ଶରୀରକୁ ଭିଟାମିନ ଓ ମିନେରାଲସ ଭଳି ମିଳୁଥିବା ଖାଦ୍ୟକୁ ଖାଇବା l ଏପରି କଲେ ଆମର ଭାତୁଡ଼ି ହେବ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।