Dr. Palash Das – ଗୁଟକା ଖାଇ ଦାନ୍ତ କଳା ହୋଇଯାଇଛି କି ? କରନ୍ତୁ ଏହି ଉପାୟ ଆପଣଙ୍କ ଦାନ୍ତ ଚମକିବ ପୁରା ମୋତି ଭଳିଆ

0

ସମାଜରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଜୀବନ ଜାପନ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିଥାନ୍ତି ଏବଂ କୁହାଯାଏ କି ସ୍ୱାସ୍ଥ୍ୟ ହିଁ ଜୀବନ ହୋଇଥାଏ । ଯଦି ଆପଣଙ୍କ ଶରୀର ଭଲ ଏବଂ ସୁସ୍ଥ ରହିଥାଏ ତେବେ ଆପଣ ସମସ୍ତ ବସ୍ତୁକୁ ଉପଭୋଗ କରିପାରିବେ । ନଚେତ୍ ଆପଣଙ୍କ ଶରୀର ଅସୁସ୍ଥ ଅଛି ତେବେ ଆପଣଙ୍କ ପାଖରେ ଯେତେ ଧନ , ସମ୍ପତ୍ତି ଥିଲେ ମଧ୍ୟ ତାହାର କୌଣସି ମୂଲ୍ୟ ନଥାଏ । ଆପଣ ମାନେ ଜାଣିଥିବେ କି ଆମ ଶରୀର ପାଞ୍ଚଟି ଇନ୍ଦ୍ରିୟ ଦ୍ୱାରା ଗଠିତ ହୋଇଥାଏ , ସେଥିମଧ୍ୟରୁ କୌଣସି ବି ଗୋଟିଏ ଇନ୍ଦ୍ରିୟ ଖରାପ ହେଲେ ଆମ ଶରୀର ଅସୁସ୍ଥ ହୋଇପଡେ ।

ଆମ ଶରୀରରେ ସମସ୍ତ ଅଙ୍ଗ ଠାରୁ ଦାନ୍ତ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର ମଧ୍ୟ ହୋଇଥାଏ , ଯାହାକି ଆମ ସୁନ୍ଦରତା ଓ ସ୍ୱାସ୍ଥ୍ୟକୁ ବିବେଚନା କରିଥାଏ । କିନ୍ତୁ ଅନେକ ସମୟରେ ଆମ ଦାନ୍ତକୁ ନେଇ ଅନେକ ଚିନ୍ତାରେ ରହିଥାଉ । ଅନେକ ସମୟରେ ଦାନ୍ତରେ ହଳଦିଆ ପଣ ଦେଖାଯାଏ ଏବଂ ଆମ ସୁନ୍ଦରତାକୁ ଫିକା କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ କହିବୁ ଯାହା ସାହାର୍ଯ୍ୟରେ ଆପଣଙ୍କ ହଳଦିଆ ଦାନ୍ତକୁ ମତି ଭଳି ଚକଚକ କରିପାରିବେ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :- 1 .ଏକ ଚାମଚ ସୋରିଷ ତେଲ , 2. ଅଧା ଚାମଚ ହଳଦୀ ଗୁଣ୍ଡ , 3. ଅଧା ଚାମଚ ଲୁଣ , 4 .ଏକ ଚାମଚ ଲବଙ୍ଗ ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଆପଣ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ସୋରିଷ ତେଲ ଓ ଅଧା ଚାମଚ ହଳଦୀ ଗୁଣ୍ଡ କୁ ଭଲ ଭାବରେ ମିଶେଇ ନିଅନ୍ତୁ । ଏହାକୁ ଅତିକମରେ ଦୁଇ ମିନିଟ ପର୍ଯ୍ୟନ୍ତ ଶୁଷ୍କ ସ୍ଥାନରେ ରଖି ନିଅନ୍ତୁ । ଏହାପରେ ସେଥିରେ ଅଧାଚାମଚ ଲୁଣ ଓ ଏକ ଚାମଚ ଲବଙ୍ଗ ଗୁଣ୍ଡ ପକାନ୍ତୁ , ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହିସବୁ ସାମଗ୍ରୀ ଆପଣଙ୍କୁ ଆପଣଙ୍କ ଘରେ ଅତି ସହଜରେ ମିଳିଯିବ , ଯାହାକି ଆପଣଙ୍କ ଦାନ୍ତକୁ ଧଳା କରିବା ସହ ସମସ୍ତ ପ୍ରକାର ଦାନ୍ତ ଜନିତ ସମସ୍ୟା ମଧ୍ୟ ଦୂର ହେବ

ବ୍ୟବହାର ପ୍ରଣାଳୀ :-

ବର୍ତ୍ତମାନ ଆପଣ ଏହି ଉପାଚାରଟିକୁ ବ୍ୟବାହର କରି ପାରିବେ , ତେବେ ପ୍ରତିଦିନ ଏହାକୁ ଦୁଇ ଥର ବ୍ୟବହାର କରିବା ଆବଶ୍ୟକ ଅଟେ । ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ ଆପଣ ଏହାକୁ ବ୍ରସ ବା ଆଙ୍ଗୁଳି ସାହାର୍ଯ୍ୟରେ ଦାନ୍ତରେ ଲଗାଇ 2-3 ମିନିଟ ପର୍ଯ୍ୟନ୍ତ ରଖି ନିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇ ସଫା କରି ନିଅନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକିବା ସହ ସମସ୍ତ ପ୍ରକାର ଦାନ୍ତ ସମସ୍ୟା ମଧ୍ୟ ଭଲ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।