ଦେଖନ୍ତୁ Viral video – ଡ୍ରେନ୍ ରେ ବୁଡାଇ ହତ୍ୟା କରୁଥିବା ସମୟରେ ଭିଡିଓ ହେଲା ଭାଇରାଲ ଅଧିକରୁ ଅଧିକ ସେୟାର ହେବାରେ ଲାଗିଛି

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।,ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି। ବିଭିନ୍ନ ପ୍ରକାରର କଥା କୁ ଆଧାର କରି ସମସ୍ତେ ନିଜ ନିଜ ଭିତରେ କଳହ କରିବାରେ ଲାଗିଛନ୍ତି ଆଉ ସେହି କଳହ ବେଳେ ଅତି ଭୟଙ୍କର ରୂପ ଧାରଣ କରୁଛି।

ମଣିଷ ମରିବା ପରେ ନିଜ ସହିତ 6 ହାତ ଜମି ମଧ୍ଯ ନିଏ ନାହିଁ କିନ୍ତୁ ଏହି ଜମି ବାଡି ପାଈଁ ସବୁବେଳେ ଭାଇ ଭାଇ ମାନଙ୍କ ମଧ୍ୟରେ କଳହ ଲାଗି ରହିଛି । ଏହି ଜମି ବାଡି କଳହ କୁ କେନ୍ଦ୍ର କରି ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ବିଶ୍ୱାସ କରିବା ଅସମ୍ଭବ ଅଟେ। ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

ସୂଚନା ଅନୁସାରେ ଏହି ଘଟଣା ଟି ଆସିଛି ରାଜଧାନୀ ଉପକଣ୍ଠ ଦରୁଠେଙ୍ଗ ଯେଉଁଠି ଜମି ବାଡି ବିବାଦ କୁ ନେଇ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ଙ୍କୁ ଡ୍ରେନ ରେ ବୁଡାଇ ମାରିଦେବା କୁ ହତ୍ୟା କରୁଥିବାର ଭିଡ଼ିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ରବୀନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି ଙ୍କର ବୁଲୁ ବେହେରା ଙ୍କ ସହିତ ସବୁବେଳେ ଜମି ବାଡି ବିବାଦ ଯୋଗୁଁ କଳହ ଲାଗି ରହିଥାଏ । ଆଉ ଏହି କଳହ ବେଳେ ବେଳେ ମାରପିଟ୍ ରେ ମଧ୍ୟ ପରିଣତ ହୋଇଥାଏ କିନ୍ତୁ କେହି କେବେ ଭାବି ନଥିଲେ ଏହି କଳହ ଟି ଏତେ ମାତ୍ରା ରେ ବଢିଯିବ ଯେଉଁଠି ଜଣେ ଜଣଙ୍କୁ ହତ୍ୟା କରିବା ପାଇଁ ମଧ୍ଯ ପଛେଇବ ନାହିଁ ।

ତେବେ ସୂଚନା ଅନୁସାରେ ରବୀନ୍ଦ୍ର ବେହେରା ବାହାରକୁ ଯାଇଥିବା ବେଳେ ବୁଲୁ ବେହେରା ତାଂକ ସହିତ ଝଗଡ଼ା କରିଥିଲେ ଆଉ ବୁଲୁ ବେହେରା ରବୀନ୍ଦ୍ର କୁ ମାରିବା ପାଇଁ ଚେଷ୍ଟା କରିଥିଲେ ଏତିକି ବେଳେ ନିଜକୁ ବଞ୍ଚାଇବା ପାଇଁ ରବୀନ୍ଦ୍ର ତାଙ୍କୁ କାମୁଡି ଦେଇଥିଲେ ଯାହା ଫଳରେ ବୁଲୁ ରବୀନ୍ଦ୍ର କୁ ମାରି ତାଙ୍କୁ ଏକ ଡ୍ରେନ ରେ ବୁଡାଇ ଦେଇ ମାରିଦେବା ପାଇଁ ଚେଷ୍ଟା କରିଥିଲେ ତେବେ ଏହା ଦେଖି ସ୍ଥାନୀୟ ଲୋକ ମାନେ ଆସି ଦୁଇ ଜଣଙ୍କୁ ଅଟକାଇ ଥିଲେ ଓ ବୁଝା ସୁଝା କରି ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଭାଙ୍ଗି ଥିଲେ ।

ତେବେ ଏହି ଝଗଡ଼ା ରେ କାହାର କଣ ଭୁଲ ଅଛି ଏହାର ସୂଚନା ମିଳି ପାରିନାହିଁ । ସୂଚନା ପାଇ ଚନ୍ଦନଠେଙ୍ଗ ଥାନାର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।