ଡ୍ରାଇଭର ଅଶୋକ ମୋ ମାମୁଁ, ମୋ ମା ସହ ତାଙ୍କ ଅନୈତିକ ସମ୍ପର୍କ ନାହିଁ… କାହିଁକି ଏମିତି କହୁଛି ଏହି ନାବାଳକ ପିଲା… ଦେଖନ୍ତୁ Video

ନିକଟରେ ଘଟିଛି ଏକ ଏପରି ଘଟଣା ଯାହା ବେଶ୍ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଛି। ଯେଉଁଠି ଜଣେ ଡ୍ରାଇଭର ପ୍ରେମରେ ପଡି ମାଲିକାଣୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା କରିଥିବା କଥା ସାମ୍ନାକୁ ଆସୁଛି। ଯାହା ସାଧାରଣ ରେ ଯେତିକି ଆଲୋଚିତ ବିଷୟ ସେତିକି ଆଶ୍ଚର୍ଯ୍ୟ କରିବା ଭଳି ଅଟେ। କାରଣ ଏପରି ଏକ ଘଟଣା ଯାହା ଯଦି ସତ ହୋଇଥାଏ ତେବେ ଏହା ସ୍ପଷ୍ଟ ଭାବରେ ବୟାନ କରୁଛି ଯେ ସଂପର୍କ ର ମୂଲ୍ୟବୋଧ ଆଜିର ସମୟରେ କେତେ ଫିକା ଏବଂ ତୁଚ୍ଛ ହୋଇ ଯାଇଛି। କେହି ବି କାହକୁ, କୌଣସି ସମ୍ପର୍କକୁ ସମ୍ମାନ ଦେବାକୁ ସତେ ଯେମିତି ଚାହୁଁ ନାହାଁନ୍ତି।

ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଏଠାରେ ସ୍ବାମୀ ଜଣଙ୍କ ତାଙ୍କ ସ୍ତ୍ରୀ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ର ଡ୍ରାଇଭର ସହିତ ଅନୈତିକ ସମ୍ପର୍କ ରହିଛି। ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ମାରି ଦେବାକୁ ଚାହୁଁ ଛନ୍ତି।ପରେ ଏହି ଘଟଣା ରେ ପୋଲିସ୍ ର ହସ୍ତକ୍ଷେପ ମଧ୍ୟ ହୋଇଛି। ତେବେ ସୂଚନା ଅନୁସାରେ ଯାହା ଜଣା ପଡ଼ିଛି, ସ୍ବାମୀଙ୍କ ଅଭିଯୋଗ କ୍ରମେ ଘଟଣା କ୍ରମ ଏହା ଥିଲା ଯେ ନିଜ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସେ ଏକଲକ୍ଷ ଟଙ୍କା ସୁପାରି ବି ଦେଇଥିଲେ। ଆଉ ଏହାକୁ ଜାଣି ସ୍ବାମୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ଏବେ ଡ୍ରାଇଭର କୁ ଗିରଫ କରିଛି ମଞ୍ଚେଶ୍ୱର୍ ପୋଲିସ୍।

ତେବେ ମଞ୍ଚେଶ୍ଵରରେ ସ୍ବାମୀ ଜଣଙ୍କ ଚାକିରି କରୁଥିବା ବେଳେ ତାଙ୍କର ପୁରୀକୁ ବଦଳି ହେବାର ଜାଣି ଡ୍ରାଇଭର ମାଲିକାଣୀ ଙ୍କ ସହ ଭଲପାଇବା ହେବା ସହ ଅନୈତିକ ସମ୍ପର୍କ ରଖିଥିଲେ। ଜଣା ପଡ଼ିବା ପରେ ପାରିବାରିକ କୋଲହ ଦେଖା ଦେଇଥିଲା।ପରେ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସ୍ତ୍ରୀ ଏବଂ ଡ୍ରାଇଭର ବୋଲି ସ୍ବାମୀ କହିଥିଲେ।ସ୍ବାମୀଙ୍କ ଅଭିଯୋଗ କ୍ରମେ ଗତ ୧୬ ତାରିଖରେ ତାଙ୍କ ଉପରେ ସୁପାରି କିଲର ମରଣାତ୍ମକ ଆକ୍ରମଣ କରିଥିବା ବେଳେ ସେ କୌଣସି ମତେ ବଞ୍ଚି ଯାଇଥିଲେ ଆଉ ପରେ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ। କିନ୍ତୁ ଏବେ ଏକଥାକୁ ଖଣ୍ଡନ କରିଛନ୍ତି ତାଙ୍କ ପୁଅ।

ସେ କହିଛନ୍ତି ଏସବୁ ବାପାଙ୍କ ପ୍ଲାନ୍। ମାଆ କିଛି ଭୁଲ୍ କରି ନାହାଁନ୍ତି। ଡ୍ରାଇଭର ଜଣଙ୍କ ହେଉଛନ୍ତି ମୋ ମାମୁଁ। ଅଶୋକ ମୋ ମାଆଙ୍କ ବୟଫ୍ରେଣ୍ଡ୍ ନୁହେଁ କିମ୍ୱା ତାଙ୍କର ମାଆଙ୍କ ସହିତ ଅନୈତିକ ସମ୍ପର୍କ ନାହିଁ। ଏମିତି ଘଟଣା ଦ୍ବାରା ମିଡ଼ିଆରେ ଅନେକ କଥା ଆମ ପରିବାରକୁ ନେଇ ଦେଖା ଯାଉଛି। ଫଳରେ ମୁଁ ବହୁତ୍ ଚିନ୍ତାରେ ରହୁଛି। ମୋର ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ଅଛି ଏବଂ ମୁଁ ପାଠ ପଢ଼ି ପାରୁ ନାହିଁ। ଏହି ଘଟଣା ମୋତେ ବେଶ୍ ପ୍ରଭାବିତ କରିଛି ବୋଲି ବାଳକ ଜଣଙ୍କ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment