ଡ୍ରାଇଭରଙ୍କ ସଚ୍ଚୋଟ ପଣିଆକୁ ସତ ସଲାମ ! ଫେରାଇଦେଲେ ଯାତ୍ରୀଙ୍କ ହଜିଥିବା 2 ଲକ୍ଷରୁ ଅଧିକ ସୁନା ଗହଣା…ଦେଖନ୍ତୁ କଣ କହୁଛନ୍ତି ଡ୍ରାଇଭର ଜଣକ….

0

ଏବେବି ବଞ୍ଚିଛି ମଣିଷର ମାନବିକତା ଏବଂ ସଚ୍ଚୋଟ ପଣିଆ। ଦୁନିଆ ଯେତେବି କଳୁଷିତ ହେଲେ କଣ ହେବ, ଯଦି ମଣିଷ ଠିକ୍ ରହିବ ତେବେ ତାର ଆଦର୍ଶତା ପାଇଁ ସେ ସବୁବେଳେ ସମ୍ମାନ ପାଇବ, ଏଥିରେ କୌଣସି ସଂଦେହ ନାହିଁ। ଅନେକ ସମୟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥାଏ। କିପରି ଭାବରେ କିଛି ଲୋକ ଏହି ସ୍ବାର୍ଥ ପୂର୍ଣ୍ଣ ସମାଜରେ ନିଜର ସ୍ବାର୍ଥ ଏବଂ ଲୋଭକୁ ନଦେଖି କିପରି ଭାବରେ ନିଃସ୍ଵାର୍ଥପର ଭାବରେ ସବୁକିଛି କରିଥାନ୍ତି ତାହା ର ଅନେକ ଉଦାହରଣ ରହିଛି। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାଟି ଘଟିଛି ପୁରୀ ଜିଲ୍ଲାରେ। ଯେଉଁଠି ଜଣେ ଅଟୋ ଡ୍ରାଇଭର ଦେଖାଇଛନ୍ତି ତାଙ୍କର ମାନବିକତା ଏବଂ ସଚ୍ଚୋଟତା।

ଆଉ ଏଥିପାଇଁ ସେ ସାଧାରଣରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏବଂ ପ୍ରଶଂସନୀୟ ମଧ୍ଯ ହେଇଛନ୍ତି। ତାଙ୍କ ଅଟୋ ରେ ବସି ଯାଇଥିବା ଜଣେ ଯାତ୍ରୀ ଯିବା ସମୟରେ ତାଙ୍କର ବ୍ୟାଗ ଛାଡି ଦେଇ ଚାଲି ଯାଇଥିଲେ। ଆଉ ଏହି ବ୍ୟାଗ୍ ରେ ରହିଥିଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଅନ୍ୟାନ୍ୟ ଜିନିଷ। ଯେତେବେଳ ଏହା ଅଟୋ ଡ୍ରାଇଭର ଙ୍କ ନଜରକୁ ଆସିଲା, ସେତେବେଳେ ସେ ବ୍ୟାଗ୍ ରେ କଣ ଅଛି ବୋଲି ଦେଖି ନଥିଲେ କିମ୍ୱା ଏଥିପ୍ରତ ଲୋଭ ଦେଖାଇ ନଥିଲେ।ସେ ଏହାକୁ ଉକ୍ତ ବ୍ୟକ୍ତିଙ୍କୁ ଫେରାଇବାକୁ ଚେଷ୍ଟା କରିଥିଲେ। ଫଳରେ ଯାତ୍ରୀ ତାଙ୍କ ଅଟୋ ରେ ଉଠିଥିବା ହୋଟେଲ ନିକଟକୁ ଯାଇଥିଲେ ଏବଂ ଏ ସଂପର୍କରେ ସୂଚନା ଦେଇଥିଲେ।

ତେବେ ଏହି ସଂପର୍କ ରେ ହୋଟେଲ ମାଲିକ ଜାଣିବା ପରେ ସେ ଉକ୍ତ ଅଟୋ ଡ୍ରାଇଭର କୁ ନେଇ ଥାନାକୁ ଯାଇଥିଲେ। ଏ ସଂପର୍କରେ ଥାନାରେ ଜଣାଇବା ସହିତ ସେ ଏହି ବ୍ୟାଗକୁ ସେଠାରେ ଦେଇଥିଲେ। ତେବେ ଏହାପରେ ସେହି ବ୍ୟାଗ୍ ର ମାଲିକ ଅର୍ଥାତ୍ ଯାତ୍ରୀଙ୍କ ପରିବାର ବର୍ଗ ଉକ୍ତ ବ୍ୟାଗ୍ କୁ ଆସି ନେଇଯିବା ସହିତ ଉକ୍ତ ଅଟୋ ଡ୍ରାଇଭର ଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କର ଏଭଳି କାର୍ଯ୍ୟରେ ସେ ବହୁତ୍ ଖୁସି ହୋଇଥିଲେ। ଯେତେବେଳ ତାଙ୍କର ଯାହାବି ଅସୁବିଧା ହେବ ଜଣାଇବା ପାଇଁ ଯାତ୍ରୀଙ୍କ ପରିବାର ଅଟୋ ଡ୍ରାଇଭର ଜଣଙ୍କୁ କହିଥିଲେ। ଏପରି ମହାନତା ପାଇଁ ପୁରୀ ବାସୀ ଗର୍ବିତ ବୋଲି ସମସ୍ତେ କହିଛନ୍ତି।

ଅଟୋ ଡ୍ରାଇଭର ଜଣଙ୍କ ମଧ୍ୟ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ଏହା ମୋର ପ୍ରାପ୍ୟ ନଥିଲା। ଆମ ଭଡ଼ା ଆମେ ପାଉଛୁ ସେଥିରେ ଆମେ ଖୁସି। ଭଗବାନଙ୍କ ଦରବାରରେ ଆମେ ଆମ କର୍ମ କରି ବଞ୍ଚୁଛୁ ଏବଂ ସେଥିରେ ବହୁତ୍ ଖୁସି ମଧ୍ଯ ଅଛୁ। ସେଥିପାଇଁ ଏହି ଜିନିଷ ପ୍ରତି ଲୋଭାଷକ୍ତ ନହୋଇ ମୁଁ ଏହି ବ୍ୟାଗ୍ କୁ ଫେରାଇ ଦେବାପାଇଁ ଚାହିଁଲି ଏବଂ ପୋଲିସ୍ ଥାନାରେ ନେଇ ଏହାକୁ ଜମା ଦେଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।