ଆଜିକାଲି ଦୁନିଆରେ ବହୁ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ସମ୍ଭ୍ରାନ୍ତ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖିବା ପାଇଁ ମିଳୁଛି। ବେଳେ ବେଳେ କଳାକାର ମାନେ ମଧ୍ୟ ଏଥିରେ ସାମିଲ ରହି ଥାଆନ୍ତି। ସାଧାରଣ ଜନତା ହୁଅନ୍ତୁ ବା ଜଣେ ସେଲିବ୍ରେଟି ହୁଅନ୍ତୁ, ଆଇନ ଆଗରେ ସମସ୍ତେ ସମାନ ଅଟନ୍ତି। କିଛି ଅଫିସର ଏମିତି ଅଛନ୍ତି, ଯେଉଁ ମାନେ ନିଜର କର୍ତ୍ତବ୍ୟ ବଡ଼ ଭାବିଥାନ୍ତି। ଏବଂ ଅପରାଧି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଥାଆନ୍ତି। ତେବେ ବନ୍ଧୁଗଣ ନିକଟରେ ସମୀର ୱାଖଂଡେ ଡ୍ରଗ୍ସ ମାମଲାରେ ଯେଉଁ ଚର୍ଚ୍ଚାକୁ ଅସିଛନ୍ତି, ତାଙ୍କ ପଛରେ କାହାର ହାତ ରହିଛି ଓ ସେ ବ୍ୟକ୍ତି ଜଣଙ୍କ କିଏ ଆସନ୍ତୁ, ସମ୍ପୂର୍ଣ୍ଣ ବିଷୟରେ ଜାଣିବା;
ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବି ସମୀର ୱାଙ୍ଖେଡ଼ଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ସମୀର ୱାଙ୍ଖେଡ଼ଙ୍କୁ ଚାରି ଆଡୁ ପ୍ରଶଂସା ମିଳିବା ସହିତ ଚର୍ଚ୍ଚା ମଧ୍ୟ କରି ଚାଲିଛନ୍ତି। ଏଥି ସହିତ ସେ ଯେତେବେଳେ ୨୦୦୭ ମସିହାରେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ଅଫିସର ଭାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ଯେଉଁ କଳାକାର ମାନେ ବିନା ଲଗେଜେ ଯାଞ୍ଚରେ ବିମାନବନ୍ଦରରୁ ବାହାରକୁ ଯାଇ ପାରିବେ ନାହିଁ ଓ ଏମିତିକି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ଯେଉଁ ଡ୍ରଗ୍ସ ସମ୍ନାକୁ ଆସିଥିଲା, ସେବେଠାରୁ ଆଜି ପର୍ଯ୍ୟନ୍ତ ବଲିଉଡ ବିରୋଧରେ ଛିଡା ହୋଇଛନ୍ତି ଓ ସମ୍ପୂର୍ଣ୍ଣ ଭବାରେ ଡ୍ରଗ୍ସ ଉଠାଇ ଦେବାକୁ ଶପଥ କରିଥିଲେ।
ସେ ବଲିଉଡର କଳାକାର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଥିବାରୁ, ତାଙ୍କୁ ଓହରି ଯିବା ପାଇଁ ଧମକ ଦେଇଛନ୍ତି ଓ ଏଥି ସହିତ ମହାରାଷ୍ଟ୍ରର କିଛି ନେତା ତାଙ୍କୁ ଟାର୍ଗେଟ ରଖିଛନ୍ତି। ଏହି ଘଟଣାକୁ ନେଇ ସମୀର ୱାଖଂଡେ ମୁମ୍ବାଇ ପୋଲିସ ବରିଷ୍ଠ ଅଧିକାରୀଙ୍କ ସହିତ ଦେଖାକରି ଏହି ବାବଦରେ ଅଭିଯୋଗ କରିଛନ୍ତି। ସେ ଏଭଳି ବଡ଼ ବଡ଼ ଲୋକ ମାନଙ୍କ ବିରୁଦ୍ଧରେ ଅତି ସହଜରେ ଛିଡା ହେବା ପାଇଁ କେଉଁଠୁ ଏତେ ଶକ୍ତିଶାଳୀ ଆଣୁଛନ୍ତି, ଏହି ଖବରକୁ ନେଇ ଲୋକ ମାନେ ପ୍ରଶ୍ନ ପଚାରି ଚାଲିଛନ୍ତି। ଏହି ଘଟଣାକୁ ନେଇ କ୍ରାନ୍ତି ତାଙ୍କ ସ୍ତ୍ରୀ କ୍ରାନ୍ତି ରେଡ଼କର ଇଟାଇମ୍ସ ସହିତ ସାକ୍ଷାତ ବେଳେ କହିଛନ୍ତି ଯେ, ସେ ଯେ କୌଣସି କାର୍ଯ୍ୟକୁ ଠିକ ଭାବରେ ତୁଲାଇ ଥାଆନ୍ତି ଓ ତାଙ୍କ କର୍ତ୍ତବ୍ୟରେ କେବେ ହେଲେ ହେଳା କରନ୍ତି ନାହିଁ।
ସେ ଦୁନିଆର ଭିନ୍ନ ଭିନ୍ନ ନେତାମାନଙ୍କୁ ଦେଖି ବଡ଼ ହୋଇଛନ୍ତି ଓ ପୁରୁଣା ନେତାମାନଙ୍କ ସହିତ ଅତି ନୀବିଡ଼ ମଧ୍ୟ ହୋଇ ଯାଇଛନ୍ତି। ତାଙ୍କ ପତ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଯେତେବେଳେ କୌଣସି ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି, ସେତେବେଳେ ସେ ତାଙ୍କ ବାପାଙ୍କ ନିକଟକୁ ଯାଇ ଥାଆନ୍ତି ଓ ତାଙ୍କ ବାପା ହେଉଛନ୍ତି ତାଙ୍କର ମାର୍ଗଦର୍ଶକ ଅଟନ୍ତି। ତେବେ ତାଙ୍କ ବାପା ଜଣେ ଅବସାରପ୍ରାପ୍ତ ପୋଲିସ ଅଫିସର ଅଟନ୍ତି। ସେ ତାଙ୍କ ବାପାଙ୍କ ଠାରୁ ହିଁ ସବୁ ଜ୍ଞାନ ଆହରଣ କରି ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।