ଧନତେରସ ( Dhanteras ) ଦିନ ଘରକୁ ଆଣନ୍ତୁ ଏହି 10ଟି ଜିନିଷ ( ଧନର ବର୍ଷା ) ହେବ – Vastu Shastra

ବନ୍ଧୁଗଣ ଆଗକୁ ଆସୁଛି ପବିତ୍ର ଦୀପାବଳି, ଏହାକୁ ଆମେ ବହୁତ ଆଡମ୍ବରରେ ପାଳନ କରିଥାଉ |ଏଥିମଧ୍ୟରେ ଥିବା ଧନତେରସ ଦିନଟି ଅତି ପବିତ୍ର ଦିନ ଅଟେ, ଏହି ଦିନ ମା ଲଷ୍ମୀଙ୍କ ଅତିପ୍ରିୟ ଅଟେ |ଏହିଦିନକୁ ମଧ୍ୟ କିଣାକିଣିର ଦିନ ବୋଲି କୁହାଯାଏ, ଏହିଦିନ ଆମେ ଅନେକ ଜିନିଷ କିଣିଥାଉ |ଆସନ୍ତା ଅକ୍ଟୋମ୍ବର 25ତାରିଖ ଦିନ ଧନତେରସ ଆସୁଅଛି |ମୁଁ ଆଜି ଆପଣକୁ ଜଣେଇବି କି ଏହି ଧନତେରେସ ଦିନ କଉଁ ସବୁ ଜିନିଷ କିଣିଲେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହ ତାଙ୍କର ତାଙ୍କର ଅପାର କୃପା କାରଣରୁ ଆପଣଙ୍କର କୌଣସି ଧନର ଅଭାବ ଦେଖାଯାଏ ନାହିଁ | ପରମ୍ପରା ଅନୁଯାୟୀ ଏହି ଦିନ ସୁନାରେ କିଛି ଜିନିଷ କିଣିଲେ ତାହାକୁ ଶୁଭ ବୋଲିମନା ଯାଏ, ମାତ୍ର ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହଁ |ତେବେ ଆସନ୍ତୁ ଜାଣିବା ଏହି ସାମଗ୍ରୀ ଗୁଡିକ କଣ –

-ଆପଣ ଏହି ଦିନ ଯଦି ଚାନ୍ଦି କିମ୍ବା ପିତଳରେ ତିଆରି ମୁଦି ନିଜର ଅନାମିକା ଆଙ୍ଗୁଳିରେ ପିନ୍ଧନ୍ତି ତେବେ ମା ଲଷ୍ମୀ ଆପଣଙ୍କ ଉପରେ ତାଙ୍କର କୃପା ନିଶ୍ଚିତ ବାର୍ଷିବେ |ଏହିଦିନ ଯଦି ଆପଣ ଏକ ମୟୂର ପାଙ୍ଖ ଆଣି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଲାଗନ୍ତି କିମ୍ବା ଆପଣଙ୍କ ଠାକୁର ଘରେ ପୂଜା ହେଉଥିବ ଗୋପାଳ ଛୁଆ ମୂର୍ତ୍ତି ରେ ଏହାକୁ ଲାଗନ୍ତି ତେବେ ଆପଣଙ୍କର ବହୁତ ମଙ୍ଗଳ ହୋଇଥାଏ ଏବଂ ଆପଣଙ୍କ ଘରେ ମା ଲଷ୍ମୀ ସର୍ବଦା ବାସ କରନ୍ତି |

-ଏହି ଧନତେରେସ ଦିନ ଆପଣ ଯଦି ମା ଲଷ୍ମୀଙ୍କ ଏବଂ ଗଣେଶଙ୍କ ଫୋଟୋ କିମ୍ବା ମୂର୍ତ୍ତି ଘରକୁ ଆଣି ପୂଜା କରନ୍ତି ତେବେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି |ଏହିଦିନ ଆପଣ ଯଦି ଆପଣଙ୍କ ଘରକୁ ଶଙ୍ଖ କିମ୍ବା ମା କମଳାଙ୍କ ପାଦପଦ୍ମ ଚି଼ହ୍ନ ଘରକୁ ଆଣନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଏବଂ ଏହି ପାଦପଦ୍ମ ଚି଼ହ୍ନକୁ ନିଜ ଠାକୁର ଘରେରଖି ପୂଜକଲେ ମା ଲଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବା ସହିତ ଆପଣଙ୍କ ଘରେ ଧନର କମି କେବେ ଦେଖାଯିବ ନାହିଁ |ମା ଲଷ୍ମୀଙ୍କ ଅତିପ୍ରିୟ ଫୁଲ ପଦ୍ମ ଫୁଲ ତାହା ଆପଣ ସମସ୍ତେ ଜାଣିଥିବେ,ଧନତେରେସ ଦିନ ଏହି ଫୁଲ ଯଦି ମାଙ୍କୁ ଅର୍ପଣ କରାଯାଏ ତେବେ ମାଙ୍କ ଅପାର କୃପା ଆପଣଙ୍କ ଉପରେ ରହିବ |

-ଏହିଦିନ ଯଦି ଆପଣ ଅଳ୍ପହେଉ ପଛେ କିଛି ଧନିଆ କିଣନ୍ତି ତେବେ ମା ଲଷ୍ମୀ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି,ଏହିଦିନ ଯଦି ଆପଣ କଉଡ଼ି, ଶଙ୍ଖ, ଝାଡୁ ଘରକୁ ଆଣନ୍ତି ତେବେ ମଧ୍ୟ୍ୟ ଏହା ଶୁଭ ହୋଇଥାଏ |ଯଦି ଆପଣ ଏହିଦିନ ଗାଡି କିଣୁଛନ୍ତି ତେବେ ଆପଣ ଏହାକୁ ଦୀପାବଳି ଦିନ ନିଶ୍ଚିତ ପୂଜା କରନ୍ତୁ |ଧନତେରସ ଦିନ ଯଦି ଆପଣ ଝାଡୁ କିଣି ଦୀପାବଳି ଦିନ ପୂଜା କରନ୍ତି ତେବେ ଏହା ଆପଣଙ୍କ ଘରପାଇଁ ମଙ୍ଗଳ ଅଟେ |ଏଥିମଧ୍ୟରୁ ଆପଣ ଯଦି ଗୋଟିଏ ସାମଗ୍ରୀ କିଣନ୍ତି ତେବେ ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିତ ରହିବ |

ଏହି ଦିନ ଆପଣ ଯଦି ଗରିବ ଲୋକମାନଙ୍କୁ ଦାନ ଧର୍ମ କରନ୍ତି ତେବେ ମଧ୍ୟ୍ୟ ଆପଣଙ୍କର ମଙ୍ଗଳ ହେବ, ଧନତେରେସ ଦିନ ଯଦି ଖଣ୍ଡ ହଳଦୀ ଆପଣ ଘରକୁ ଆଣନ୍ତି ତେବେ ଆପଣଙ୍କ ଘରେ କେବେ କୌଣସି ଅଭାବ ରହିବ ନାହିଁ |ସ୍ତ୍ରୀଯନ୍ତ୍ର କିମ୍ବା କୁବେରଯନ୍ତ୍ର ଆଣି ଆପଣ ପଇସା ରଖିବା ସ୍ଥାନରେ ରଖନ୍ତୁ ଦେଖିବେ ଆପଣଙ୍କ ଧନର ବୃଦ୍ଧି ହେବ |ଏହିପରି କଲେ ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment