ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ।
ତେବେ ଅର୍ଚ୍ଚନା ନାଗ ଙ୍କ ର ସବୁ କଳା କାର୍ଣ୍ଣମା ର ପର୍ଦାଫାସ ହେବା ପରେ ଧୀରେ ଧୀରେ ତାଙ୍କ ସବୁ ସିକ୍ରେଟ ସାମ୍ନା କୁ ଆସିଛି।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ, ଜେଲ ଭିତରେ ରହି ପ୍ରାୟଶ୍ଚିତ କରୁଛନ୍ତି ଅର୍ଚ୍ଚନା ନିଜ ଭୁଲ କାମ ପାଇଁ। ଆଉ ଗୋଟି ଗୋଟି କରି ସବୁ ସତ କଥା ମଧ୍ୟ ଖୋଲିକି ଜଣେଇବାକୁ ଯାଉଛନ୍ତି ସେ ପୋଲିସ ଙ୍କୁ। ତେବେ ଗତ ସୋମବାର ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପୋଲିସ ଭୁବନେଶ୍ୱର କମିଶନେଟ ରୁ ଅନୁମତି ଆଣି ଅର୍ଚ୍ଚନା ଙ୍କୁ ପଚରା ଉଚରା କରାଯିବା ନେଇ ସୂଚନା ରହିଛି।
ତେବେ ସୂଚନା ଅନୁସାରେ, ଅର୍ଚ୍ଚନା ୨୦୧୬ ମସିହା ରେ ଭୁବନେଶ୍ୱର କୁ ଆସି ଘର ଭଡା ନେଇ ରହିଥିଲେ, ଆଉ ୨୦୨୦ ବେଳକୁ ତାଙ୍କ ପାଖରେ ଥିଲା ବିଶାଳ କାୟ ଘର ଓ ଲକ୍ଷ ଲକ୍ଷ ଟଙ୍କା। ତେବେ ଏହି ଟଙ୍କା ସେ କିପରି କମାଉଥିଲେ ତାର ଟିକ ନିକ ଖବର ରଖିବ ପୋଲିସ।ତେବେ ନିଜ ବ୍ଲାକମେଲ ଦୁନିଆଁ ର ଗୁଜବ ଉଠିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଆଉ ବର୍ତ୍ତମାନ ସେ ଭୁବନେଶ୍ୱର ର ଖଣ୍ଡଗିରି ଥାନା ରେ ରହିଛନ୍ତି। ତେବେ ବର୍ତ୍ତମାନ ଯାହା ଜଣା ଯାଉଛି କି ସେ ତାଙ୍କର ଭୁଲ ପାଇଁ ପ୍ରାୟଶ୍ଚିତ କରୁଛନ୍ତି।
ତେବେ ଥାନା ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କୁ କାନ୍ଦୁ ଥିବାର ଦେଖିବା କୁ ମିଳିଛି, ଆଉ ପୋଲିସ ମଧ୍ୟ ତାଙ୍କ ମୁଁହ ରୁ ସବୁ ସତ ବାହାର କରିବା ପାଇଁ ଭୁବନେଶ୍ବର ହାଇ କମିଶନଙ୍କ ପାଖରୁ ଅନୁମତି ନେଇ ଆସନ୍ତା ସୋମବାର ଠାରୁ ପଚରା ଉଚରା କରିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି। ତେବେ କିଭଳି ଭାବ ରେ ସେ ନିଜ ମାୟା ଜାଲ ରେ ବଡ଼ ବଡ଼ ଲୋକ ଙ୍କୁ ଫସାଉ ଥିଲେ ଆଉ ତାଙ୍କର ଭିଡ଼ିଓ ରେକର୍ଡ କରି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ସେ ବିଷୟରେ ସବୁ କହିବେ।ତାଙ୍କ ପାଖରେ ଥିବା ଅନ୍ୟ ସମସ୍ତ ଭିଡ଼ିଓ ଓ ସିସିଟିଭି ରେକର୍ଡ ମଧ୍ୟ ପୋଲିସ ଜବଦ କରିବା କୁ ଯାଉଥିବା ସୂଚନା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।