ଆଶ୍ଚର୍ଯ୍ୟ ! ଦୁନିଆରେ ପ୍ରଥମ, ପ୍ରସବ ବେଳେ ଦୁଇଖଣ୍ଡ ହୋଇଗଲା ପିଲା…

ଏମିତି କିଛି ଘଟଣା ଘଟିଛି ଯାହା ବିଶ୍ୱାସ କରିବା ବହୁତ କଷ୍ଟକର , ଦେଶର କୌଣସି ଡାକ୍ତରଖାନାରେ ଏଭଳି ଆଗରୁ କେବେବି ଘଟି ନଥିବ ନିଶ୍ଚୟ । ଘଟଣା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ଏମିତି ଘଟିଲା କେମିତି । ପିଲା ଜନ୍ମ ବେଳେ ଚିକିତ୍ସା କର୍ମୀ ପିଲାଟିକୁ ଏତେ ଜୋରରେ ଟାଣିଦେଲେ ଯେ ପ୍ରସୂତିର ପେଟ ଭିତରେ ମୁଣ୍ଡ ରହିଗଲା ଓ ଗଣ୍ଡି ଅଲଗା ହୋଇ ବାହରକୁ ଚାଲିଆସିଲା । ରାଜସ୍ଥାନର ଜୟସେଲମେର ଅନ୍ତର୍ଗତ ରାମଗଡ ସରକାରୀ ଡାକ୍ତରଖାନାରେ ଘଟିଛି ଏହି ସମ୍ୱେଦନଶୀଳ ଘଟଣା । ମୃତ ନବଜାତର ଗଣ୍ଡି ବାହରି ଆସିବା ପରେ ମୃତ ପିଲା ଜନ୍ମ ହୋଇଛି କହି ଡାକ୍ତର ଓ ନର୍ସ ମାନେ ମହିଳାଙ୍କ ପରିବାରକୁ ଅସଲ କଥା ଜଣାଇ ନଥିଲେ ।

ତାଙ୍କୁ ଜେସେଲମେର ହସ୍ପିଟାଲରୁ ରେଫର କରିଦିଆଗଲା , ସେଠାରୁ ପୁଣି ଯଦପୁର କୁ ନେବାକୁ ହେଲା ପ୍ରସୂତିକୁ ।ଯେଉଁଠି ଖୋଲିଲା ଅସଲ ରହସ୍ୟ , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ବିଷୟରେ । ପ୍ରସବପୀଡା ହେବାରୁ ଦୀକ୍ଷା କମର ନାମକ ପ୍ରସୂତି ରାମଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ । ତେବେ ସେଠାରେ ଚେଷ୍ଟା କରି ମଧ୍ୟ ପିଲାଟିକୁ ପ୍ରସବ କରି ପାରିନଥିଲେ ଡକ୍ଟର ଓ ନର୍ସ । କେବଳ ବାହରି ଆସିଲା ପିଲାଟିର ବେକ ଠାରୁ ଗୋଡ ପର୍ଯ୍ୟନ୍ତ ଅଧା ଶରୀର , ପରିସ୍ଥିତି ଖରାପ ଥିବା ଦେଖି ଚିକିତ୍ସା କର୍ମୀ ଓ ଡାକ୍ତରଙ୍କର ମୁଣ୍ଡ ଘୂରେଇଗଲା ।

ତେଣୁ ମହିଳାଙ୍କୁ ତୁରନ୍ତ ଜସେଲମେର ଡାକ୍ତରଖାନାକୁ ପଠାଇଦେଲେ କିନ୍ତୁ ପରିବାର ଲୋକଙ୍କୁ କହିଲେ ନାହିଁ କଣ ଘଟିଛି । ହେଲେ ଜସେଲମେର ହସ୍ପିଟାଲରେ କିନ୍ତୁ ଏଭଳି ଗୁରୁତରଙ୍କ ପାଇଁ ଚିକିତ୍ସା ସୁବିଧା ନଥିଲା । ସେମାନେ ତାଙ୍କୁ ଯଦପୁର ହସ୍ପିଟାଲକୁ ପଠାଇଦେଲେ , ରାମଗଡ ଡାକ୍ତରଖାନାରୁ ଯଦପୁର ଡାକ୍ତରଖାନା ର ମୁଖ୍ୟଙ୍କୁ କୁହାଗଲା ଯେ ପ୍ରସବ କାର୍ଯ୍ୟ ସରିଛି , ହେଲେ ପ୍ରସୂତିଙ୍କ ପେଟରେ ନାଡ ରହିଯାଇଛି । ତେବେ ରାତି 1 ଟା ସମୟରେ ଯେତେବେଳେ ଯଦପୁର ର ଡାକ୍ତର ରୋଗୀଙ୍କ ଯାଞ୍ଚ କଲେ , ସେତେବେଳେ ଜାଣିଲେ ଯେ ପେଟ ଭିତରେ ନାଡ ନୁହେଁ ବରଂ ମୃତ ଶିଶୁର ପୂରା ମୁଣ୍ଡ ରହିଯାଇଛି ।

ଏହାପରେ ସେମାନେ ମୁଣ୍ଡ ବାହର କରି ପ୍ରସୂତଙ୍କ ପରିବାର ଲୋକଙ୍କୁ ଦେଖାଇଲେ , ଏଠିକାର ମୁଖ୍ୟ ଡାକ୍ତର କହିଲେ ଯେ ମୋ ଜୀବନରେ ମୁଁ ଏଭଳି କେସ ଦେଖି ନାହିଁ । ଘଟଣା ଜାଣିବା ପରେ ପରିବାର ଲୋକେ ଉତ୍ୟକ୍ତ ହୋଇ ପଡିଲେ । ସେମାନେ ଯାଇ ରାମଗଡ ଥାନାରେ ଏତେଲା ଦେଲେ , ପୋଲିସ ରାମଗଡ ସରକାରୀ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରୁ ମିଳିଲା ମୃତ ନବଜାତଙ୍କର ବାକି ଅଧା ଶରୀର । ଏହାପରେ ପୋଲିସ ମାମଲା ରୁଜ୍ଜୁ କରି ଉଭୟ ମୁଣ୍ଡ ଓ ଗଣ୍ଡି ର ଅଲଗା ଅଲଗା ପୋଷ୍ଟମଟମ କରିବା ସହ ତଦନ୍ତ ଚଳାଇଛି । ହେଲେ ଏବେବି ସ୍ପଷ୍ଟ ହୋଇାହିଁ ପ୍ରସୂତିଙ୍କ ପେଟ ଭିତରେ କିଭଳି ପିଲାଟିର ମୁଣ୍ଡ ଗଣ୍ଡି ଅଲଗା ହେଲା । ଏହାଛଡା ସେମାନେ ଏକଥା ପରିବାର ଲୋକଙ୍କ ଆଗରେ କଣ ପାଇଁ ଲୁଚାଇଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment