ଡ୍ୟୁଟି ସମୟରେ ମଦପିଇ ମାତାଲ ହେଲେ ପୋଲିସ ବାବୁ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ। ସମାଜରେ ପ୍ରତିଦିନ ଅନ୍ୟାୟ ଓ ଅତ୍ୟଚାର ଦେଖିବା ପାଇଁ ମିଳିଛି। ପୋଲିସ ମାନଙ୍କର କାର୍ଯ୍ୟ ହେଉଛି ଦେଶକୁ ଓ ସମାଜକୁ ସୁରକ୍ଷା ଦେବା, ଯେଉଁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ ଅଟେ। ସେମାନେ ଆଇନର ରକ୍ଷା କବଚ, କିନ୍ତୁ ସମାଜରେ ଏଭଳି ପୋଲିସ ଅଛନ୍ତି ଜେ ସେ ମଦ ପିଇ ଅନ୍ୟାୟ କାର୍ଯ୍ୟା କରି ବାକୁ ଚେଷ୍ଟା କରୁ ଥାଆନ୍ତି।

ସେମାନେ ନିଜକୁ ଅଫିସର ଭାବି ଆଇନକୁ ଖାତିର ନ କରି ଖରାପ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ଖାକି ପୋଷାକରେ କଳଙ୍କର ଦାଗ ଲଗାଇ ଦେଉଛନ୍ତି। ସେ ଦେଶର ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି। ଏଭଳି କିଛି ପୋଲିସଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ଉପରୁ ଲୋକ ମାନଙ୍କର ଭରସା ଓ ବିଶ୍ୱାସ ତୁଟି ଯାଉଛି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ଏହା ଏକ ନିନ୍ଦନିୟ ଓ ଅପ୍ରୀତିକର କଥା ଅଟେ। ତେବେ ଘଟଣାଟି ହେଉଛି ଜଣେ ପୋଲିସ କନେଷ୍ଟବଳ ମଦ ପିଇ ଆସି ମଦ ବ୍ୟବସାୟିଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ନିକଟରୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସେହି ଥାନାରେ ଧନଞ୍ଜୟ ପାତ୍ର ବୋଲି ଜଣେ ଯୁବକ ପୋଲିସ କନେଷ୍ଟବଳ ଭାବରେ କାର୍ଯ୍ୟ, ସେହି କନେଷ୍ଟବଳ ଖାକି ୟୁନିଫର୍ମ ପିନ୍ଧିବା ସହ ଡିଉଟିରେ ଥାଇ ମଧ୍ୟ ମଦ ମାଫିଆଙ୍କ ସହ ମିଶି ମଦ ପିଉଛନ୍ତି, ମଦ ନିଶାରେ ପୁରା ଝୁମି ଯାଉଛନ୍ତି।

ତେବେ ମଦ ପିଇ ଆସି ମଦ ବ୍ୟବସାୟୀଙ୍କୁ ଟଙ୍କା ମାଗୁଛନ୍ତି। ଏବଂ କହୁଛନ୍ତି ଯେ, ଟଙ୍କା ଦିଏ ଆଉ ବେପାର କର ଯଦି ଟଙ୍କା ନ ଦେବ ତା ହେଲେ ବେପାର ବନ୍ଦ, ଏମିତିକି ବେପାର ବନ୍ଦ କରି ଦେଲେ ବି ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଟଙ୍କା ନ ଦେଲେ ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଉଛନ୍ତି। ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।