ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆମର ଭାଗ୍ୟ ଆମ ଉପରେ ନିର୍ଭର କରି ଥାଏ, ଅର୍ଥାତ ଆମର ଜୀବନରେ କଣ ସବୁ ଘଟୁଛି ଆଉ ସେହି ସବୁ ଜିନିଷ ଘଟିବାର କାରଣ ସବୁ କଣ ରହିଛି ତାହା ବିଷୟରେ ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣିଥାଉ |ତେବେ ଯାହା କୁହାଯାଏ କି ଆମର ଭାଗ୍ୟ ଆମ ଶରୀରରେ ଥିବା କେତେକ ଚି଼ହ୍ନ ଉପରେ ନିର୍ଭର କରିଥାଏ | ତେବେ ଆଜି ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ଆମ ଶରୀରରେ ବିଭିନ୍ନ ଜାଗାରେ ଥିବା ତିଳ ବିଷୟରେ | ତେବେ ଆମ ଶରୀରରେ କେଉଁ କେଉଁ ଜାଗା ରେ ତିଳ ରହିଲେ ଆମର କଣ ହୋଇଥାଏ ଓ କଣ ସବୁ ଭାଗ୍ୟ ର ପରିବର୍ତ୍ତନ ହୋଇଥାଏ ଆସନ୍ତୁ ସେ ବିଷୟରେ ଜାଣିବା |
ତେବେ କେଉଁ ସ୍ଥାନରେ ଆମର ତିଳ ବା ଭାତକୁଡି ରହିଲେ ଆମର ଭାଗ୍ୟରେ କଣ ପରିବର୍ତ୍ତନ ଆଣିଥାଏ ଆସନ୍ତୁ ଜାଣିବା :-
1-, ତେବେ ଯାହା କୁହାଯାଉଛି କି ଯଦି କୌଣସି ନାରୀର ବାମ କର୍ଣ୍ଣ, ବାମ ହସ୍ତ, ବାମ ଗୋଡ଼ ବା ବାମ କଣ୍ଠ ରେ ତିଳ ବା ଭାତୁଡ଼ିର ଚି଼ହ୍ନ ରହିଥାଏ ତାହାକୁ ଶୁଭ ଭଳି ଜଣା ପଡିଥାଏ | ତେବେ କୁହାଯାଏ କି ଯଦି ଏଭଳି ତିଳ ଥିବ ତାହେଲେ ସେହି ନାରୀର ପ୍ରଥମ ଗର୍ଭ ରେ ପୁତ୍ର ସନ୍ତାନ ଜାତ ହୁଏ ବୋଲି କୁହାଯାଏ |
2-ଯେଉଁ ନାରୀର ବାମ ପେଟ ରେ ବିରି ଭଳି ତିଳ ଥାଏ ସେ ରାଜ ରାଣୀ ହୁଏ,ତାହା ସହିତ ଯେଉଁ ନାରୀର ନାଭିର ତଳ ଭାଗିରେ ତିଳ ଥାଏ ସେ ସୌଭାଗ୍ୟ ବତୀ ହୋଇଥାଏ |
3-ଯେଉଁ ନାରୀ ର ବାମ ପଟ ସ୍ତନ ରେ ନାଲି ରଙ୍ଗ ର ଜାଇ ବା ତିଳ ଥାଏ ସେ ଏକ ପୁତ୍ର ଜନ୍ମ କରି ବିଧବା ହୋଇଥାଏ ବୋଲି କୁହାଯାଉଛି |
4-ଯେଉଁ ନାରୀର ଦକ୍ଷିଣ ପଟ ଗୋଇଠିରେ ଜାଇ ବା ମସକ ଚି଼ହ୍ନ ଥାଏ ସେ ବହୁତ ଦୁଃଖୀ ହୋଇଥାଏ ବୋଲି କୁହାଯାଉଛି |
5- ଯେଉଁ ନାରୀର ନାକ ରେ ତିନୋଟି ତିଳ ଥାଏ ଓ ତାହାର ନାକ ଜିଭ ଆଉ ଦାନ୍ତ କୃଷ୍ଣ ବର୍ଣ୍ଣ ହୋଇଥାଏ ସେମାନେ ସେମାନଙ୍କର ପତି କୁ କମ ବୟସରେ ହରେଇଥାନ୍ତି ବୋଲି କୁହାଯାଉଛି |
6-ତାହା ଛଡା ଯେଉଁ ନାରୀ ର ବାମ ଅଧର , ବାମ ଗୋଳା, ବାମ ଗାଲ ରେ ତିଳ ଥାଏ ସେ ବହୁତ ଶକ୍ତିଶାଳୀ ହୋଇଥାନ୍ତି ଓ ସେମାନେ କୌଣସି କାର୍ଯ୍ୟରେ ହାର ମାନି ନ ଥାଆନ୍ତି ବୋଲି କୁହାଯାଏ |
7-ଯେଉଁ ନାରୀର ଲଲା ଟରେ ଭାତୁଡ଼ି ଥାଏ ସେ ରାଜ୍ୟ ଭୋଗ କରେ ବୋଲି କୁହାଯାଏ, ଏହା ବ୍ୟତୀତ ଯେଉଁ ନାରୀର ଓଠ ର ଉପରେ ତିଳ ଥାଏ ତାହାର ପ୍ରେମ ବିବାହ ହୁଏ ବୋଲି ମଧ୍ୟ କୁହାଯାଇଛି |
ତେବେ ଏହା ଥିଲା ଆମ ଶରୀରରେ କେଉଁ ଜାଗା ରେ ତିଳ ରହିଲେ କଣ ହୋଇଥାଏ ସେହି ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।