ଡ୍ୟୁଟି ବେଳେ ପୋଲିସ ବାବୁ ଯାଇଛନ୍ତି ଅପେରା ଦେଖି , ଆଉ ତାପରେ ଯାହା ହେଲା… ଦେଖନ୍ତୁ ଭିଡ଼ିଓ

0

ପୋଲିସ ମାନଙ୍କର କାର୍ଯ୍ୟ ହେଉଛି ଦେଶକୁ ଓ ସମାଜକୁ ସୁରକ୍ଷା ଦେବା, ସେଥିପାଇଁ ସରକାର ସେମାନଙ୍କୁ ନିଯୁକ୍ତି ଦେଇ ଥାଆନ୍ତି ଓ ସେଥିପାଇଁ ସେମାନଙ୍କୁ ଦରମା ମଧ୍ୟ ଦେଇ ଥାଆନ୍ତି। ଆଉ ଯେଉଁ ମାନେ ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ ଓ ସେମାନେ ଆଇନର ରକ୍ଷା କବଚ ଅଟନ୍ତି। କିନ୍ତୁ ସମାଜରେ ଏଭଳି ପୋଲିସ ଅଛନ୍ତି ଯେ, ସେମାନେ ଆଇନ ଉଲଘଂନ କାର୍ଯ୍ୟ କରୁଛନ୍ତି ଓ ତାଙ୍କ କର୍ମ କ୍ଷେତ୍ରରେ ମଧ୍ୟ ବହୁତ ଅବହେଳା ମଧ୍ୟ କରୁଛନ୍ତି। ସେମାନେ ନିଜକୁ ଅଫିସର ଭାବି ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ସେ ତାଙ୍କ ଖାକି ପୋଷାକରେ କଳଙ୍କର ଦାଗ ଲଗାଇ ଦେଉଛନ୍ତି।

ତେବେ ସେ ଦେଶର ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି। ଏଭଳି କିଛି ପୋଲିସଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ଉପରୁ ଲୋକ ମାନଙ୍କର ଭରସା ଓ ବିଶ୍ୱାସ ତୁଟି ଯାଉଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ପୋଲିସ ମାନେ ତାଙ୍କ ନାଇଟ ଡିୟୁଟି ନକରି ଯାତ୍ରା ଦେଖିବା ପାଇଁ ଯାଉଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ନାୟକାଣି ଥାନାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବର୍ତ୍ତମାନ ପଞ୍ଚାୟତ ନିର୍ବାଚନର ସମୟ, ସେଥିପାଇଁ ମାହୋଲ ସମ୍ପୂର୍ଣ୍ଣ ଭାବରେ ସରଗରମ ହୋଇ ରହିଛି। ସେଥିପାଇଁ ପୋଲିସ ମାନଙ୍କୁ କଡା କଡ଼ି ଭାବରେ ତାଙ୍କ ଡିୟଟି କରିବା ପାଇଁ କୁହାଯାଇଛି। ସେଥିପାଇଁ ନାୟକାଣି ଥାନା ପୋଲିସ ମାନେ ନାଇଟ ଡିୟୁଟିରେ ରହିଛନ୍ତି। କିନ୍ତୁ ସେମାନେ ତାଙ୍କ ଡିୟୁଟିରେ ଅବହେଳା କରି ପୋଲିସ ଭ୍ୟାନ ଦୁଇଟି ନେଇ ନିକଟରେ ହେଉଥିବା ଯାତ୍ରା ଦେଖିବା ପାଇଁ ଯାଇଛନ୍ତି ଓ ସଭା ଆଗ ଧାଡ଼ିର ବସି ଯାତ୍ରା ଦେଖୁଛନ୍ତି। ଏଥି ସହିତ ଥାନାରେ ଥିବା ଆଉ ତିନି ଜଣ ପୋଲିସ ବାବୁ ମଧ୍ୟ ଡିୟୁଟି ନକରି ନିଜ ରୁମରେ ଯାଇ ଶୋଇ ଯାଇଛନ୍ତି।

ତେବେ ସେମାନଙ୍କର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓକୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ପୋଲିସ ମାନଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଯଦି ଆଇନ ର ରକ୍ଷା କର୍ତ୍ତା ହୋଇ ଏଭଳି ଆଇନ ଉଲଙ୍ଘନ କାମ କରିବେ, ତାହାଲେ ଏହା ଆମ ସମାଜ ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିବ, ତେଣୁ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିହିତ ପଦକ୍ଷେପ ନିଆଯିବା ଉଚିତ ଦେଲେ ଏଭଳି ଆଇନ ଉଲଂଘନ କରିବା ପାଇଁ କେହି ବି ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।