ହେ ଭଗବାନ ! ମାତ୍ର ୨ ବର୍ଷର ଝିଅ କୁ ଏକ ଏମିତି ରୋଗ ହୋଇଛି ଯାହା ଫଳରେ ଜିଭ ଆକାର ବଢୁଛି ! ଆପଣଙ୍କ ର ଗୋଟିଏ ସେୟାର ଏହି ପିଲାଟିର ଜୀବନ ବଞ୍ଚାଇପାରିବ ?

0

ଶରୀର ଅଛିମାନେ ରୋଗ ଅଛି ।ଆଜିକାଲି ସମସ୍ତେ କିଛି ନା କିଛି ରୋଗରେ ଆକ୍ରାନ୍ତ ହେଉଛନ୍ତି ।ବହୁତ କମ୍ ବୟସରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।କେତେବେଳେ କେଉଁ ରୋଗରେ ପିଡୀତ ହେଉଛନ୍ତି ଜଣା ନାହିଁ ।ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ ରୋଗ ବିଷୟରେ କହିବାକୁ ଯାଉଛୁ ।ଏମିତିରେ ତ ପ୍ରତିଦିନ ଆମେ ଏମିତି ସବୁ ରୋଗ ବିଷୟରେ ଜାଣିବାକୁ ପାଉ ଯାହା ବିଷୟରେ ଆମେ ଭାବିବା ପାଇଁ ବାଧ୍ୟ ହୋଇଯାଉ । ଆଉ ଏମିତି କିଛି ରୋଗ ଯାହା ବିଷୟରେ ସମ୍ପୂର୍ଣ୍ଣ ରୂପେ ଅଜ୍ଞାତ ଥାଉ ।

ରୋଗର କରାଳ ଛାୟାରେ ଲୋକମାନେ ଚାପିହୋଇ ରହିଥାନ୍ତି ।ଆଉ ସେମାନେ ସେ ରୋଗରୁ ଯେତେ ଚେଷ୍ଟା କଲେ ବି ବାହାରି ଆସି ପାରନ୍ତି ନାହିଁ । ଅଧିକାଂଶ ତ ଗରିବ ଲୋକମାନଙ୍କ କ୍ଷେତ୍ରରେ ଏପରି ହୋଇଥାଏ ।କାରଣ ପଇସା ଅଭାବରୁ ସେମାନେ ନିଜର ଚିକିତ୍ସା କରିପାରନ୍ତି ନାହିଁ ।ଫଳରେ ରୋଗରେ ସଢି ସଢି ଶେଷରେ ମୃତ୍ୟୁ ବରଣ କରନ୍ତି ।

କିନ୍ତୁ ଗୋଟେ ଛୋଟ ଝିଅଟିକୁ ଏମିତି ଏକ ରୋଗ ହୋଇଛି ଯେଉଁ ରୋଗ ବିଷୟରେ ଜାଣିଲେ ଆପଣମାନେ ମଧ୍ୟ ଚିନ୍ତାରେ ପଡିଯିବେ ।ତେବା ଏପରି ଏକ ଘଟଣା ଘଟିଛି ଫିଲିପାଇନ୍ସର ଦୁଇ ବର୍ଷର ଶିଶୁ ଏମିତି ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ଏହି ଶିଶୁ ଟିକୁ ଏମିତି ଏକ ରୋଗ ହୋଇଛି ଯାହା ଦ୍ୱାରା ତାର ଜିଭ ଅଯିବ ଭାବେ ଫୁଲି ବଢିବାରେ ଲାଗିଛି ।ମୁହଁ ବାହାରକୁ ମଧ୍ୟ ବାହାରି ।ଏମିତିରେ ଛୁଆଟିକୁ ନିଃଶ୍ୱାସ ନେବାକୁ ଅସୁବିଧା ହେଉଛି ।

ଏହା ସହିତ ସେ ଖାଦ୍ୟ ମଧ୍ୟ ଠିକ୍ ରୂପେ ଖାଇପାରୁନାହିଁ ।ବର୍ତ୍ତମାନ ଏହି ଛୁଆଟି ଜୀବନ ମୃତ୍ୟୁ ସହ ଲଢେଇ କରୁଛି ।ଆଉ ଏମିତି ଏକ ରୋଗ ପାଇଁ ନିଜ ଭାଗ୍ୟକୁ ନିନ୍ଦୁଛି ।ଡାକ୍ତରମାନଙ୍କ କହିବା ଅନୁସାରେ ପିଲାଟିକୁ ଏକ ବିରଳ ରୋଗ ହେଇଛି ,ଯାହାର ନାମ Lymphangioma ବୋଲି ଡାକ୍ତରମାନେ କହିଛନ୍ତି ।ଯେଉଁ କାରଣରୁ ଛୁଆର ଜିଭ ଅସ୍ୱାଭାବିକ ଭାବେ ବଢିଚାଲିଛି ଏବଂ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ।ଝିଅର ଏମିତି ଆବସ୍ଥା ଦେଖି ଗରିବ ବାପା ମାଆ ଚିନ୍ତାରେ ପଡିଗଲେଣି ।

ସେମାନେ କହିଛନ୍ତି ଯେ ଝିଅ ଯେତେବେଳେ ଜନ୍ମ ହେଲା ତାର ଜିଭ ସାମାନ୍ୟ ବଡ ଥିଲା ଏବଂ ଡାକ୍ତରମାନେ ପାରମର୍ଶ ଦେଇଥିଲେ ଯେ ଏହା ସମୟ ସହିତ ଠିକ୍ ହେଇଯିବ ।ବର୍ତ୍ତମାନ ଝିଅଟିକୁ ଡାକ୍ତରମାନଙ୍କ ଟିମ୍ ମୁକ୍ତରେ ଚିକିତ୍ସା କରୁଛନ୍ତି ଏବଂତାଙ୍କୁ ଫ୍ରି କେମୋ ଥେରାପି ଦିଆଯାଉଛି ।ଯଦି ଏହି କେମୋ ଥେରାପି ଦ୍ୱାରା ଜିଭର ଆକାର ଟିକେ କମ୍ ହୁଏ,ତେବେ ଛୁଆଟି ଠିକ୍ ହୋଇପାରିବ ।

ନଚେତ୍ କିଛି ଫାଇଦା ହେବ ନାହିଁ ।ଆଉ ଜିଭର ଅପରେସନ କରାଯିବ ଏବଂ ଅପରେସନ ପରେ ହିଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ ।କିନ୍ତୁ ଅପରେସନ ସଫଳ ହେବ କି ନାହିଁ ଝିଅ ଜୀବନ ଉପରେ ବିପଦ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।