ଏହି ଝିଅର ହାତଲେଖା ହେଉଛି ଦୁନିଆର ସବୁଠୁ ସୁନ୍ଦର ହାତ ଲେଖା – ତାଙ୍କ ଅକ୍ଷର ଦେଖିଲେ କମ୍ପ୍ୟୁଟର୍ ମଧ୍ୟ ଲାଜ କରିବ – ଏବେ ଦେଖି ନିୟନ୍ତୁ…

0

ଏ ଦୁନିଆଁ ରେ ଭଗବାନ ସମସ୍ତଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ଏବଂ ପ୍ରତ୍ୟେକ ପ୍ରାଣୀଙ୍କ ଠାରେ କିଛି ନିଆଁରା ଗୁଣ ମଧ୍ୟ ବିଦ୍ୟମାନ କରିଥାନ୍ତି । ମନୁଷ୍ୟ ଯେତେ କ୍ଳାନ୍ତିରେ ଥାଉ ନା କାହିଁକି ଛୋଟ ପିଲା ମାନଙ୍କର ସେହି ସୁନ୍ଦର ହସ ବା ଛୋଟ ଛୋଟ ଦୁଷ୍ଟାମି ଦେଖି ତାର ସମସ୍ତ ଦୁଃଖ ବା କ୍ଳାନ୍ତି ଦୂର ହୋଇଯାଇଥାଏ । ଭଗବାନ ଛୋଟ ପିଲାଙ୍କୁ ଏମିତି ସୁନ୍ଦର ଭାବରେ ଗଢିଥାନ୍ତି , ଯାହାକୁ ଥରେ ଦେଖିବା ମାତ୍ରେ ସମସ୍ତ ଦୁଃଖ ଦୂର ହୋଇଯାଇଥାଏ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପିଲା ବିଷୟରେ ଜଣେଇବୁ , ଯିଏକି କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଆସିଛନ୍ତି । ଚର୍ଚ୍ଚାର କାରଣ ଜାଣିଲେ ଆପଣ ମାନେ ମଧ୍ୟ ତାଙ୍କର ଫେନ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ଆପଣ ମାନେ ଜାଣିଥିବେ , ଗୋଟିଏ ପଢା ପିଲାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , ତାର ହାତ ଲେଖା ବା ଅକ୍ଷର । ଯାହାର ଅକ୍ଷର ଯେତେ ସୁନ୍ଦର ହୋଇଥାଏ , ତାହା ସେହି ପିଲାର ବ୍ୟକ୍ତିତ୍ୱକୁ ଦର୍ଶାଇବା ସହ , ଶିକ୍ଷକଙ୍କୁ ମଧ୍ୟ ଆକର୍ଷଣୀୟ କରାଇଥାଏ ।

କିନ୍ତୁ ଆଜି ଆମେ ଯେଉଁ ପିଲାଟିର ହାତ ଲେଖା ବିଷୟରେ କହିବୁ , ତାହା ଦେଖିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ । ଏହାଛଡା ଆପଣ ଏହା ଦେଖିଲେ ହାତଲେଖା ବା କମ୍ପ୍ୟୁଟର ଲେଖା ଜାଣିବା ପାଇଁ ବହୁତ ଦ୍ୱନ୍ଦରେ ପଡିଯିବେ । ସୂଚନା ଅନୁସାରେ ନେପାଳ ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ଅକ୍ଷର ଏତେ ସୁନ୍ଦର କି ଆପଣ ମାନେ ମଧ୍ୟ ଦେଖିଲେ ଅତି ସହଜରେ ବିଶ୍ୱାସ କରି ପାରିବେ ନାହିଁ କି ଏହା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ହାତଲେଖା ବୋଲି । କାରଣ ଆପଣ ସେହି ହାତଲେଖାକୁ ଦେଖିଲେ ଦ୍ୱନ୍ଦରେ ପଡିଯିବେ କି ଏହା ତାଙ୍କର ହାତଲେଖା ନା କମ୍ପ୍ୟୁଟର ରେ ଟାଇପ କରି ପ୍ରିଣ୍ଟ ବାହାର କରାଯାଇଛି ।

ତେବେ ସେହି ଛାତ୍ରୀ ଜଣକ ହେଉଛନ୍ତି ନେପାଳର ପ୍ରକୃତି ମଲ୍ଲା , ଯିଏକି ନେପାଳର ସୋଇନିକ ମହାବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ପଢେ । ଲୋକମାନେ ତାଙ୍କର ହସ୍ତଲିପି କୁ ଥରେ ଦେଖିଲେ ବାରମ୍ୱାର ଦେଖିବା ପାଇଁ ଇଚ୍ଛା ପ୍ରାକାଶ କରିଥାନ୍ତି । ତାଙ୍କ ବାପା ମା ତଥା ପରିବାର ଲୋକଙ୍କ କହିବା ଅନୁସାରେ ପ୍ରକୃତିଙ୍କର ଛୋଟ ବେଳୁ ହିଁ ଲେଖିବାର ସୋକ ରହିଛି । ଧୀରେ ଧୀରେ ତାଙ୍କର ଅକ୍ଷର ଏତେ ସୁନ୍ଦର ହୋଇଗଲା ଯେ ତାହା ବିଶ୍ୱାସ କରିବା ବହୁତ କଷ୍ଟ କର । ପ୍ରକୃତିଙ୍କ ଶିକ୍ଷକ ମଧ୍ୟ କହିଛନ୍ତି , ସେ ଏମିତି ଅକ୍ଷର କାହାର ବି ଦେଖିନାହାନ୍ତି , ଯେତେବେଳେ ସେ ପ୍ରକୃତିର ଖାତା ଦେଖନ୍ତି ବହୁତ ଖୁସୀ ଲାଗିଥାଏ । ତେବେ ପ୍ରକୃତି ଙ୍କର ହସ୍ତଲିପିକୁ ଦୁନିଆଁର ସବୁଠାରୁ ସୁନ୍ଦର ହାତଲେଖା ଭାବରେ ଗଣାନା କରାଯିବାର ସୂଚନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।