ଏ କିନ୍ନର ଜୀବନରୁ ମୁକ୍ତି, ଏ ପରିବାର ଜଞ୍ଜାଳରୁ ମୁକ୍ତି ଆଉ ଶେଷ ଠିକଣା ସ୍ବର୍ଗଦ୍ବାରରେ ଶାନ୍ତି… ଦେଖନ୍ତୁ Video

0

ବନ୍ଧୁଗଣ ଆପଣମାନେ ତ ଜାଣିଛନ୍ତି କିପରି ଭାବରେ ନିକଟରେ ଘଟି ଯାଇଛି ଏକ ଦୁଃଖଦ ଘଟଣା।ମହାପ୍ରଭୁ ଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ପୁରୀର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ପଡ଼ି ଜଣେ କିନ୍ନର ଆତ୍ମହତ୍ୟା କରିଥିବା ସମସ୍ତ ଙ୍କୁ ଚକିତ କରିଥିଲା।ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ କିନ୍ତୁ ଏଯାବତ୍ ଜଣା ପଡି ନଥିବା ପୋଲିସ୍ ପ୍ରଶାସନ ପକ୍ଷରୁ କୁହା ଯାଉଛି। କଣ ପାଇଁ ସେ ଏପରି ପଦକ୍ଷେପ ନେଲେ ତାହା ବି ସମସ୍ତଂକର ସନ୍ଦେହ ଘେରରେ ରହିଛି।

ଏହି କିନ୍ନର ଜଣଙ୍କ ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁ ପଡିଥିଲେ। ଏହାପରେ ସେହି ଘଟଣା ସ୍ଥଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ଏଭଳି ଘଟଣା ଦେଖି କେହି କିଛି ବୁଝି ପାରି ନଥିଲେ।ଏହାପରେ ଯଥା ସମ୍ଭଵ ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ରେ ଥିବା ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣା କଣ ଘଟିଲା ଏବଂ ସେ ଆତ୍ମହତ୍ୟା କରିଛନ୍ତି କିମ୍ୱା ତାଙ୍କ ଗୋଡ଼ ଖସିଯିବା କାରଣରୁ ଏମିତି ଘଟିଲା ତାହା ଏବେ ଯାଏଁ ଜଣା ପଡିନାହିଁ। କିନ୍ତୁ ଦେଖିଥିବା ଲୋକଙ୍କ କହିବା ଅନୁସାରେ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ୁଛି।

ତେବେ ପ୍ରକୃତ ଘଟଣା କଣ ତାହା ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଜଣା ପଡ଼ିବ। ତାଙ୍କ ପାଖରୁ ମିଳିଥିବା ପର୍ସରୁ ଯେଉଁ ଆଧାରକାର୍ଡ ମିଳିଥିଲା ସେଥିରୁ ତାଙ୍କ ପରିଚୟ ମିଳିଥିଲା ଏବଂ ଏହି କିନ୍ନର ଜଣଙ୍କର ନାମ ବଳରାମ ରାଉତ ଓ ତାଙ୍କ ଘର ହେଉଛି ନିମାପଡ଼ା ଅଞ୍ଚଳରେ ବୋଲି ଜଣା ପଡ଼ିଥିଲା। ବଳରାମ ଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘର ଗାଆଁରେ ପହଞ୍ଚିଥିଲେ।ଆଉ ସେଠାରେ ଦେଖିବାକୁ ମିଳିଥିଲା ଯେ ଏକ ଝୁମ୍ପୁଡ଼ି ପଲାରେ ମାଟି କାନ୍ଥ ଘରେ ରହିଛନ୍ତି ବଳରାମ ଙ୍କ ସାନ ଭାଇ ଓ ଭଉଣୀ। ବଳରାମ ଥିଲେ ତାଙ୍କର ସାହାରା ଘରର ବଡ ପୁଅ।

ତାଙ୍କୁ ହରାଇ ଏବେ ଭାଙ୍ଗି ପଡିଛନ୍ତି ସାନ ଭାଇ ଭଉଣୀ ଦୁଇ ଜଣ। ଆଖିରୁ ଲୁହ ଶୁଖୁ ନାହିଁ। ଆଗରୁ ତାଙ୍କର ବାପା ସେମାନଙ୍କୁ ଛାଡି ଅନ୍ୟତ୍ର ବିବାହ କରି ଏକା ରହୁଥିବା ବେଳେ ପରେ ସାପ କାମୁଡ଼ାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା। ଆଉ ଏବେ ବଡ଼ ଭାଇ ଙ୍କୁ ହରାଇ ସେମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇ ପଡିଥିବା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ। କିନ୍ତୁ ବଳରାମ ଏ କିନ୍ନର ଜୀବନ ଏବଂ ପରିବାରର ଜଂଜାଳ ରୁ ମୁକ୍ତି ପାଇ ଶେଷ ଠିକଣା ସ୍ଵର୍ଗଦ୍ଵାର ରେ ଶାନ୍ତି ପାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।