ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି, ଆଉ ଯୋଉ ଘଟଣା ବିଷୟରରେ ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ | ଦେଶକୁ ସୁରକ୍ଷା ଦେଉଥିବା ଓ ଲୋକ ମାନଙ୍କୁ ଦୁର୍ଘଟଣା ରୁ ରକ୍ଷା କରୁଥିବା କାର୍ଯ୍ୟରତ ପୋଲିସ କର୍ମଚାରୀ ଯଦି ରାସ୍ତା ଉପରେ ଦୁର୍ଘଟଣା ଘଟଇବେ ଆଉ ନିରୀହ ଲୋକ ମାନଙ୍କର ଜୀବନ ନେଇଯିବେ, ତାହେଲେ ଆଉ କାହା ଉପରେ ଭରଷା ଓ ବିଶ୍ୱାସ ରଖିବୁ | ସେହିଭଳି ଏକ ଘଟଣା ଘଟିଛି ରାଜ ରାସ୍ତା ଉପରେ ଯୋଉଠି ମହିଳା କନେଷ୍ଟବଳ ସ୍ମିତାରାଣୀ ସୁନା ରାସ୍ତା ଉପରେ ଘଟଇଛନ୍ତି ଦୁର୍ଘଟଣା | ଆଉ ସେହି ରାସ୍ତା ଉପରେ ନିଜର କାର କୁ ଛାଡି ପଳେଇ ଯାଇଛନ୍ତି ସେ | ତାହେଲେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା |
ତେବେ ଘଟଣା ରୁ ଯାହା ଜଣା ପଡିଛି କି ସୁନ୍ଦରଗଡ଼ ଜିଲ୍ଲାର ସୋନପୁର ଥାନାରେ କାମ କରୁଥିବା ଜଣେ ମହିଳା ପୋଲିସ କର୍ମଚାରୀ ଜଣଙ୍କ ଏଭଳି ଗୋଟିଏ ଅଭାବନୀୟ ଘଟଣା ଘଟଇଛନ୍ତି | ତେବେ ଘଟଣାଟି ଏତେ ବଢ଼ି ଯାଇଥିଲାକି ରାସ୍ତା ଉପରେ ଉତ୍ତେଜିତ ଲୋକ ମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଘଟଣା ସ୍ଥଳରେ ସୋନପୁର ଥାନା ର ଏସ ପି ଓ ସେଠିକାର ଉପଜିଲ୍ଲାପାଳ ମଧ୍ୟ ପହଞ୍ଚି ଯାଇଥିଲେ ଘଟଣା ସ୍ଥଳରେ | ତେବେ ଏସ ପି ଙ୍କର ଯାହା କହିବା କଥା କି ଏହି ମହିଳା ପୋଲିସ କର୍ମଚାରୀ ସ୍ମିତାରାଣୀ ସୁନା ଙ୍କର ଗାଡିକୁ ତାଙ୍କର ଡ୍ରାଇଭର ଚଳାଉଥିଲେ ଆଉ ଏପରି ଦୁର୍ଘଟଣା ଘଟିଥିବାରୁ ଘଟଣା ସ୍ଥଳରୁ ଡରିକି ପଳାଇଯାଇଛନ୍ତି ସେ |
ତେବେ ବଲାଙ୍ଗୀର ଜିଲ୍ଲାର ପୁଇଁତୋଳା ଥାନା ରାଖୋପାଲି ଗାଁ ରେ ଆଉ ଯୋଉଠି ସବୁ ଦିନ ପରି ସେ ଦିନ ମଧ୍ୟ ଅଟୋ ଯୋଗେ ଚାରା କୁ ବିକ୍ରି କରିବାକୁ ସୋନପୁର ଅଭିମୁଖେ ବାହାରି ଥିଲେ 8 ଜଣ କର୍ମଚାରୀ | ଆଉ ରାଜ ରାସ୍ତା ଉପରେ ଅଟୋ ରେ ବସିବା ପାଇଁ ମଧ୍ୟ ଯାଇଥିଲେ ତାଙ୍କ ପାଖରେ ଗୋଟିଏ ଗୋଟିଏ ବାଇକ ମଧ୍ୟ ଛିଡା ହୋଇଥିଲା | କିନ୍ତୁ କୁଆଡେ ଥିଲା ଆଉ ହଠାତ ମାଡି ଆସିଲା ଗୋଟିଏ ଦ୍ରୁତ ଗୋଟିଏ ଚାଲୁଥିବା ମାରୁତି କାର ଟି | ଆଉ ଘଟଣା ସ୍ଥଳରେ ନେଇଗଲା ତିନି ତିନିଟି ଜୀବନ, ଆଉ ଯାହା ବହୁତ ଦୁଃଖର ଘଟଣା ସାଜିଛି ବର୍ତ୍ତମାନ |
କିନ୍ତୁ ଘଟଣା ଘଟାଇବା ପରେ ଫେରାଲ ହେଇଯାଇଛନ୍ତି ସେହି କାର ରେ ଥିବା ସମାସ୍ତେ, ଆଉ ସେହି କାର ରୁ ମିଳିଛି ଜଣେ ପୋଲିସ କର୍ମଚାରୀ ସ୍ମିତାରାଣୀ ସୁନା ଙ୍କର ପୋଲିସ ପୋଷାକ | ତେବେ ଘଟଣା ସ୍ଥଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ବାଲାଙ୍ଗୀରି ଓ ସୋନପୁର ହସ୍ପିଟାଲ କୁ, ଆଉ ଜଣେ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲ କୁ ପଠା ଯାଇଛି | ତେବେ ପ୍ରଶ୍ନ ଉଠିଛି କି ପୋଲିସ କର୍ମଚାରୀ ଜଣ ଙ୍କ କଣ ମଦ ପିଇକି ଗାଡ଼ି ଚଳାଉଥିଲେ କି | ଆଉ ଯଦି ନୁହଁ ତାହେଲେ ଦୁର୍ଘଟଣା ପରେ ହସ୍ପିଟାଲ କୁ ସେମାନଙ୍କୁ ନେବା ପରିବର୍ତ୍ତେ ଡ଼ରିକି ଫେରାଲ କଣ ପାଇଁ ହେଇଗଲେ | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।