Exclusive : ଏବେ ଆଉ ଅଟୋ ନ ଚଲେଇ ସିନେମା କରିବି, ଏ ନେଇ କଣ କହୁଛନ୍ତି… ଦେଖନ୍ତୁ Video

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଗୋଟିଏ ମାତ୍ର ପ୍ରେମ କାହାଣୀ | ସେଇଟା ହେଉଛି ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କର ପ୍ରେମ କାହାଣୀ ଯୋଉଁଟା କି ସବୁ ପ୍ରେମ କାହାଣୀଠୁ ଭିନ୍ନ |ପ୍ରକୃତରେ ଘଟଣାରେ କଣ ରହୁଛି ସତ୍ୟତା | କାହିଁକି ନା ବିଭିନ୍ନ ସମୟରେ ବିଭିନ୍ନ କଥା ସାମ୍ନାକୁ ଆସୁଛି |କେତେବେଳେ ବର୍ଷା ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତ କେତେବେଳେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ନିଜ ମାଆ ବୟସର ବୋଲି କହୁଛନ୍ତି | ତେବେ ଗତ କିଛିଦିନ ତଳେ ଟୁଙ୍ଗୁରୁ ଭୋଳ ଆପୋସ ବୁଝାବଣା ପରେ ନିଜ ପ୍ରତିକ୍ରିୟାରେ ଦେଇଥିଲେ | କିନ୍ତୁ ଗତକାଲି ଗୋଟିଏ ଅଡିଓ ଭାଇରାଲ ହେଉଛି ଯେଉଁଥିରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ବିବାହ କରିବା କଥା କହୁଛନ୍ତି |ଆସନ୍ତୁ ଆମେ ଆଜି ଆପଣଙ୍କୁ ସେ ବିଷୟରେ ଜଣେଇବୁ |

ଗତକାଲି ବର୍ଷା ମିଡ଼ିଆଙ୍କ ଆଗରେ ଟୁଙ୍ଗୁରୁ ଭୋଳଙ୍କୁ କଲ କରି ସବୁବେଳେ ସତ କଥା ସାରା ଓଡିଶାକୁ ଜଣେଇଛନ୍ତି |ଯୋଉଁ କଥାବାର୍ତ୍ତାରେ ବର୍ଷା ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଛନ୍ତି ଓ ଟୁଙ୍ଗୁରୁ ଭୋଳ ବିନା ଦ୍ବିଧାରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତରେ ଦେଇଛନ୍ତି | କାରଣ ଟୁଙ୍ଗୁରୁ ଭୋଳଙ୍କୁ ଜଣା ନ ଥିଲା କି ବର୍ଷା ମିଡ଼ିଆ ଆଗରେ କଥା ହେଉଛନ୍ତି | ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଟୁଙ୍ଗୁରୁ କହୁଛନ୍ତି କି ସେ ଆଉ ଅଟୋ ଚଳେଇବେନି କେବଳ ସିନେମା ଏବଂ ସୁଟିଂ କରିବେ |କାହିଁକିନା ତାଙ୍କୁ ଏବେ ପଇସା କମେଇବାର ଅଛି | ବର୍ଷା ପ୍ରଶ୍ନ କରିଛନ୍ତି ଯେ ସିନେମା ଭିତରେ ଆଉ କାହାକୁ ଭଲ ପାଇଲେ ମୁଁ କଣ କରିବି ତ ଏହି ପ୍ରଶ୍ନର ପ୍ରତି ଉତ୍ତରରେ ଟୁଙ୍ଗୁରୁ ଭୋଳ କହିଛନ୍ତି କି ବର୍ଷା କେବଳ ତାଙ୍କର ଓ ସେମାନଙ୍କ ଭିତରେ ଆଉ କେହି ଆସିବେନି |ଏବଂ ସେ ଏ କଥା ମଧ୍ୟ କହିଛନ୍ତି ଯେ କୋଟିଏ ଦୁଇ କୋଟି ଟଙ୍କା ହେବା ପର୍ଯ୍ୟନ୍ତ ବର୍ଷାକୁ ଅପେକ୍ଷା କରିବାକୁ |

ସେ ତାଙ୍କ ଯୋଜନା ଅନୁସାରେ କାର୍ଯ୍ୟ କରିବେ |ଟୁଙ୍ଗୁରୁ ବର୍ଷାଙ୍କୁ ଫୋନ କଲାରୁ ସେ ନ ଉଠେଇଲାରୁ ସେ ବର୍ଷାଙ୍କ ଉପରେ ବିରକ୍ତ ହେଇଛନ୍ତି | ବର୍ଷା ଟୁଙ୍ଗୁରୁଙ୍କୁ ଖାଇବା କଥା ପଚାରିଲାରୁ ସେ କହିଛନ୍ତି କି ମୁଁ କିଛି ଖାଇନି, କେବଳ ସିଗାରେଟ ଟାଣିଥିଲି |ଟୁଙ୍ଗୁରୁ ବର୍ଷାଙ୍କୁ ହାତ କାଟିବା ପାଇଁ ମନା କରିଛନ୍ତି | କହିଛନ୍ତି କି ଯଦି ବର୍ଷା ହାତ କାଟିବେ ତ ସେ ତାର ଦୁଇଗୁଣା ହାତ କାଟିବେ |ମରିଲେ ମରିଯିବେ ପଛେ ହାତର ଶିର କାଟି ଦେବେ ବୋଲି କହିଛନ୍ତି | ବର୍ଷା ପଚାରିଛନ୍ତି ଯେ ଯଦି ତମେ ମୋତେ ଏତେ ଭଲ ପାଉଛ ତ କଣ ପାଇଁ ଦୁନିଆ ଆଗରେ ମିଛ କହୁଚ ଏବଂ ଏହାର ପ୍ରତି ଉତ୍ତରରେ ସେ କହିଛନ୍ତି ଯେ ମିଡ଼ିଆ ଵାଲା ଏମିତି ସବୁ କହୁଛନ୍ତି |

ଟୁଙ୍ଗୁରୁ ଏବେ ନିଜେ ମିଡ଼ିଆ ଆଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ସେ ବର୍ଷାଙ୍କ ହାତ କାଟିବା ଡରରେ ଏମିତି ସବୁ କହିଛନ୍ତି | କାରଣ ଥାନାରେ ଆପୋସ ବୁଝାମଣା ଭିତରେ ଥାନା ଅଧିକାରୀ କହିଥିଲେ ଯେ ତାଙ୍କୁ ମଝିରେ ମଝିରେ ବର୍ଷାଙ୍କ ସହ କଥା ହେବା ପାଇଁ |ବର୍ଷା ତାଙ୍କୁ ବ୍ଲାକମେଲ କରୁଛନ୍ତି ଓ ଫସେଇ ଚାଲିଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି | ଆଉ ଦେଖିବାକୁ ରହିଲା ଏଇ ଘଟଣା ଆଉ କୋଉ ମୋଡ ନେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment