ଏବେ ଏବେ ଆସିଲା ବଡ ଖବର ! ଚାଲିଗଲେ ଯୋଗଗୁରୁ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି, କୋଭିଡ୍‌ରେ ଥିଲେ ଆକ୍ରାନ୍ତ

0

ବର୍ତ୍ତମାନ ସମୟରେ କରନା ସଂକ୍ରମଣ ସମଗ୍ର ଦେଶରେ ମୃତ୍ୟୁ ର ତାଣ୍ଡବ ରଚୁଛି। ତେବେ ଗତବର୍ଷ ଅପେକ୍ଷା ଏହି ବର୍ଷ ସଂକ୍ରମଣ ଯେତିକି ମାତ୍ରାରେ ବଢୁଛି, ମୃତ୍ୟୁ ହାର ମଧ୍ୟ ସେତିକି ବଢୁଛି। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି, ଏବଂ ହଜାର ହଜାର ଲୋକ କରନାରେ ମୃତ୍ୟୁ ବରଣ କରୁଛନ୍ତି। ଦେଶ ବର୍ତ୍ତମାନ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଏପରି ପରିସ୍ଥିତି ସୃଷ୍ଟି ହେଉଛି ଯେ କରନା ସଂକ୍ରମିତ ଲୋକ ହସ୍ପିଟାଲରେ ବେଡ଼ ପାଉ ନାହାଁନ୍ତି। ଏଥି ସହିତ ଶବ ସତ୍କାର କରିବା ପାଇଁ ସ୍ମଶାନ ରେ ଲୋକେ ଲାଇନ ଦେଉଛନ୍ତି। ଏହି ଭଳି ସଙ୍କଟ ମୟ ପରିସ୍ଥିତି ରେ ଲୋକେ ପ୍ରତ୍ୟେକ ଦିନ ଏଭଳି କିଛି ଖବର ଶୁଣିବା ପାଇଁ ମିଲୁଛି। ଯାହା ଆଶ୍ଚର୍ଯ୍ୟ ଚକିତ କରିଦେଉଛି। ଅନେକ ବିଶିଷ୍ଟ ମାନ୍ୟ ଗଣ୍ୟ ଲୋକଙ୍କ କରନାରେ ମୃତ୍ୟୁ ହୋଇଥିବା ଖବର ଶୁଣିବା ପାଇଁ ମିଳୁଛି।

ତେବେ ବର୍ତ୍ତମାନ ସମୟରେ ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଖବର ଆସି ପହଁଚିଛି, ଯାହାକି ମହାନ ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ ଆଉ ନାହାନ୍ତି। ଏଭଳି ଦୁଃଖଦ ଖବର ବର୍ତମାନ ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଛି। ତାଙ୍କର ମୃତ୍ୟୁ କୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ତେବେ ସୂଚନା ଅନୁସାରେ ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ କୋଭିଡ୍‌ରେ ଆକ୍ରାନ୍ତ ହୋଇ ୭୬ ବର୍ଷ ବୟସରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଶନିବାର ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ମିଳିଛି। ତେବେ ଏନେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟ ରେ ଟ୍ୱିଟ କରି ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସ୍ୱାମୀ ଆଧ୍ୟାତ୍ମାନନ ଅହମଦାବାଦର ଶିବାନନ୍ଦ ଆଶ୍ରମ ରେ ଦୀର୍ଘଦିନ ଦିନ ଧରି ଯୋଗ ଶିକ୍ଷା କରି ଆସୁଥିଲେ। ଏହା ବ୍ୟତୀତ ସେ ନିଜକୁ ସମାଜ ସେବା ଭଳି ମହାନ କାମରେ ଲିପ୍ତ ରଖିଥିଲେ।

ମହାନ ଯୋଗ ଗୁରୁ ସ୍ୱାମୀ ଆଧ୍ୟାତ୍ମାନନ୍ଦ ଦେଶର କୋଣ ଅନୁକୋଣରେ ତାଙ୍କର ଶିବିର ମଧ୍ୟ ଖୋଲିଥିଲେ। ସେ ସମାଜର ହିତ ପାଇଁ ଚେଷ୍ଟା ଜାରି ରଖି ଥିଲେ। ସଦାସର୍ବଦା ସେ ସମସ୍ତଙ୍କୁ ସରଳ ଜୀବନ ଯାପନ କରିବା ପାଇଁ ପ୍ରେରଣା ଯୋଗାଉଥିଲେ। ସେ ଅତି ଛୋଟ ବେଳୁ ନିଜକୁ ଆଧ୍ୟାତ୍ମିକ ମାର୍ଗ ଦେଇ ଗତି କରୁଥିଲେ। ତାଙ୍କ ଜୀବନର ସେ ସବୁବେଳେ ଗୋଟିଏ କଥା କହୁଥିଲେ, ସରଳ ଜୀବନ ଯାପନ ଏବଂ ଉଛ ଭାବନା। ଯାହାକି ସମସ୍ତ ଯୁବ ବର୍ଗ ତାଙ୍କ ଠାରୁ ଅଭିପ୍ରେରିତ ହେଉ ଥିଲେ। ତେବେ ତାଙ୍କ ଭଳି ବ୍ୟକ୍ତିତ୍ୱ ର ସ୍ଥାନକୁ କେହି ପୂରଣ ହୋଇ ପାରିବ ନାହିଁ।

ଏଥିପାଇଁ ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଆତ୍ମାର ସଦଗତି ନିମନ୍ତେ, ଶ୍ରଦ୍ଧାଞ୍ଜଳୀ ଜଣେଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।