ଏବେ ଏବେ ଆସିଲା ବଡ ଖବର : ଖୋଲିବ School ଓ College, ଆରମ୍ଭ ହୋଇଯିବ କ୍ଳାସ ! ଜାଣନ୍ତୁ କେବେଠୁ…

0

କୋଭିଡ ପାଇଁ ଦୀର୍ଘଦିନ ଧରି ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ। କୋଭିଡ ସ୍ଥିତି କୁ ଦୃଷ୍ଟିରେ ରଖି ପିଲା ମାନଙ୍କର ସୁରକ୍ଷା କୁ ଗୁରୁତ୍ବ ଦେଇ ରାଜ୍ୟରେ ସ୍କୁଲ୍, କଲେଜ ଆଦି ବନ୍ଦ ରଖିବା ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ଏବେବି ସମସ୍ତ ଶିକ୍ଷାନୁଷ୍ଠାନ ରେ ଅଫ୍ ଲାଇନ୍ ମୁଡ଼ ରେ ପାଠ ପଢା ବନ୍ଦ ରହିଛି। ତେବେ ଏବେ କିନ୍ତୁ ସ୍କୁଲ ଖୋଲିବା ନେଇ ଏକ ସୂଚନା ଦିଆ ଯାଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ଜୁଲାଇ ୨୬ ରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ ବୋଲି କୁହା ଯାଇଛି। ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ରେ ପିଲାମାନେ ସ୍କୁଲ ଯାଇ ପାଠ ପଢିବେ।

ଏହାକୁ ନେଇ ଏକ ପ୍ରେସ ମିଟରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।  ତେବେ ଯାହା ଯାଃ ସୂଚନା ରହିଛି ଏହି ଦୁଇ କ୍ଲାସ୍ ର ପିଲା ମାନଙ୍କ ର ପାଠପଢ଼ା ସମସ୍ତ କୋଭିଡ଼ କଟକଣା ମଧ୍ୟରେ ହେବ ଏବଂ ସ୍କୁଲ ଓ କଲେଜ ମଧ୍ୟ ଗାଇଡ ଲାଇନ୍ ମାନି ଚାଲିବ। ପ୍ରତିଦିନ ସକାଳ ୧୦ଟାରୁ ୧.୩୦ ଯାଏଁ ସ୍କୁଲରେ ପାଠପଢା ହେବ। ତେବେ ସ୍କୁଲ୍ କୁ ଆସିବା ବାଧ୍ୟାତା ମୂଳକ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ଅଟେ ବୋଲି କୁହା ଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସ୍କୁଲକୁ ଆସିବେ ନହେଲେ ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ ବି ଘରେ ରହି କ୍ଲାସ କରି ପାରିବେ।

ତେବେ କୋଭିଡ କେଶ୍ କମ୍ ଥିବା ସ୍ଥାନ ମାନଙ୍କରେ ଏହା କାର୍ଯ୍ୟକାରୀ ହେବ ଏବଂ ଯେଉଁ ଅଞ୍ଚଳରେ କୋଭିଡ଼ କେସ ବଢିବ ସେଠାରେ ସେହି ଜିଲ୍ଲାର ଜିଲ୍ଲାପାଳ ସ୍କୁଲ କଲେଜ ଖୋଲିବ କି ନାହିଁ ଏ ଉପରେ ନିଷ୍ପତ୍ତି ନେବେ। ତେବେ ସମସ୍ତ କୋଭିଡ ଗାଇଡ ଲାଇନ୍ କୁ ପାଳନ କରି ସ୍କୁଲ୍ ରେ ପାଠପଢା ହେବ। ନବମ ଶ୍ରେଣୀର ପିଲା ମାନଙ୍କ ସ୍କୁଲରେ ପାଠପଢା କୁ ନେଇ ମଧ୍ୟ ଏହି ସୂଚନା ରେ ସୁଚନା ରହିଛି। କୁହା ଯାଇଛି ଯେ ନବମ ଶ୍ରେଣୀ ପିଲା ମାନଙ୍କର ପାଠପଢା ପାଇଁ ସ୍କୁଲ୍ ଖୋଲିବ କି ନାହିଁ ତାକୁ ନେଇ ତାହାର ନିଷ୍ପତ୍ତି  ଅଗଷ୍ଟ ୧୬ ତାରିଖରେ ନିଆଯିବ।

ଏହାକୁ ନେଇ ଗଣଶିକ୍ଷା ସଚିବ ସୂଚନା ଦେଇଥିବା ବେଳେ ଏପଟେ ଦଶମ ଶ୍ରେଣୀ ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ଦେଇ ପାରିବେ ବୋଲି କୁହା ଯାଇଛି। ତେବେ ଏଥିରେ ୨୨୪୪ ଜଣ ଛାତ୍ର ଛାତ୍ରୀ ସମ୍ପୂର୍ଣ୍ଣ କୋଭିଡ କଟକଣା ମାନି ପରୀକ୍ଷା ଦେବେ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ଵ ରେ ଥିବା ସମସ୍ତ ଅଧିକାରୀଙ୍କ କୋଭିଡ ଟେଷ୍ଟ ହୋଇଥିବା ବାଧ୍ୟତାମୂଳକ। ଉଭୟ ଛାତ୍ରଛାତ୍ରୀ ଏବଂ ଅଧିକାରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ବୋଲି ମଧ୍ୟ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।