Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ actress ଙ୍କର ହେଲା ହୃଦଘାତ ରେ ମୃତ୍ୟୁ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

0

ଅଭିନୟ ଜଗତରୁ ଆସିଲା ଦୁଃଖଦ ଖବର। ଆମ ସମସ୍ତଙ୍କୁ ଛାଡି ଏବେ ଚାଲି ଯାଇଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ। ତେବେ ନିଶ୍ଚିତ ଭାବରେ ଏହି ଅଭିନେତ୍ରୀ ଜଣଙ୍କ ଅଭିନୟ ଦୁନିଆରେ ବେଶ୍ ନାମ କରିଥିଲେ ଏବଂ ଲୋକଙ୍କ ମନକୁ ଛୁଇଁ ଥିଲେ। ମିଳିଥିବା ସୂଚନା ଅନୁସାରେ ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରା ଇହ ଧାମ ତ୍ୟାଗ କରିଛନ୍ତି।ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି। ସୂଚନା ଅନୁସାରେ ଗତକାଲି ଶନିବାର ଦିନ ଏହି ଲୋକପ୍ରିୟ ମାଲାୟାଲାମ ଅଭିନେତ୍ରୀ ଙ୍କର ଦେହାନ୍ତ ଘଟିଛି। ଗତକାଲି ସକାଳେ ହୃଦ୍‌ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି।

ତେବେ ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା।ସେ ତାଙ୍କ ପରିବାର ସହିତ ସାଲିଗ୍ରାମରେ ରହୁଥିଲେ ଏବଂ କିଛି ସିରିଏଲରେ ଅଭିନୟ କରୁଥିଲେ। ଏହି ଭେଟେରାନ ଅଭିନେତ୍ରୀ ତାମିଲ, ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ସମେତ ଅନେକ ଦକ୍ଷିଣ ଭାରତୀୟ ଭାଷା ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନୟ ଦୁନିଆରେ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ନିଜର ଜୀବନ୍ତ ଅଭିନୟ ପାଇଁ ସେ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ।ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ।

ତେବେ ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ବିଭିନ୍ନ ପ୍ରକାର ଚରିତ୍ର ରେ ସେ ସୁନ୍ଦର୍ ଅଭିନୟ କରି ବହୁତ୍ ଲୋକପ୍ରିୟତା ହାସଲ କରିଛନ୍ତି। ଅନେକ ମାଲାୟାଲାମ ସୁପରଷ୍ଟାର ମାନଙ୍କ ସହିତ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି ଏହି ଅଭିନେତ୍ରୀ।ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ମାଲାୟାଲାମ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଥିଲେ ପ୍ରଥମ ପସନ୍ଦର ଅଭିନେତ୍ରୀ। ତେବେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ଏହି ଅଭିନେତ୍ରୀଙ୍କ ହଠାତ୍‌ ଦେହାନ୍ତ ହେବା ଫିଲ୍ମ ଇଣ୍ଡଷ୍ଟ୍ରିକୁ୍‌ ଏକ ପ୍ରକାରର ସ୍ତବ୍ଧ କରି ଦେଇଛି।

ହୃଦଘାତରେ ତାଙ୍କର ହଠାତ୍ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଣ୍ଡ୍ରିର କଳାକାରମାନେ ଶୋକ ପ୍ରକାଶ କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ନିର୍ଦ୍ଦେଶକ କେ.ଏସ୍‌ ରବିକୁମାରଙ୍କ ‘ଚେରାନ ପାଣ୍ଡିଆନ’ ଏବଂ ପାଣ୍ଡିଆ ରାଜନଙ୍କ ‘ଗୋପାଳ ଗୋପାଳ’ରେ ଚିତ୍ରାଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ। ଭାଇରାଲ ହୋଇଥିବା ନାଲେନାଇ ବ୍ୟବସାୟରେ ଅଭିନୟ କରିବା ପରେ ତାଙ୍କୁ ନାଲେନାଇ ଚିତ୍ରା ନାମରେ ନାମିତ କରା ଯାଇଥିଲା। ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ପ୍ରତ୍ୟେକ ଫିଲ୍ମ୍ ରେ ତାଙ୍କର ଦମଦାର ଅଭିନୟ ସମସ୍ତ ଦର୍ଶକ ମାନଙ୍କ ପାଇଁ ବେଶ୍ ଗ୍ରହଣୀୟ ହୋଇ ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।