ଏବେ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରିବେ ଓଡ଼ିଆ ପୁଅ । ତାଙ୍କ ପାଇଁ ଆଜି ଓଡ଼ିଶା ଗର୍ବିତ । ଏହି ଓଡ଼ିଆ ପୁଅ ପାଇଁ ଆପଣଙ୍କର ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

0

ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ଜଣେ ଓଡ଼ିଆ ପୁଅ।ଆଗରୁ ଅନେକ ଓଡ଼ିଆ ଦେଶ ର ଉଚ୍ଚ ପଦବୀରେ ରହି ଓଡିଶା କୁ ଏକ ସମ୍ମାନିତ ସ୍ଥାନରେ ପହଞ୍ଚାଇ ଥିବା ବେଳେ ଏବେ ଆଉ ଜଣେ ଓଡ଼ିଆ ସେନା ଉପମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି। ଯାହା ବାସ୍ତବରେ ଏକ ଗର୍ବ ଏବଂ ଗୌରବ ର ବିଷୟ। ଯାହାଙ୍କ ନାମ ହେଉଛି ଚଣ୍ଡି ପ୍ରସାଦ ମହାନ୍ତି। ଦୁଇଦିନ ତଳେ ସେନା ଉପମୁଖ୍ୟ ଭାବେ ମନୋନୀତ ହେବାପରେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଲେପନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି।ଆଉ ତାପରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ବାଗତ ମଧ୍ୟ କରା ଯାଇଛି।

ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ଭାବରେ ସେନା ଉପମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇବେ ଚଣ୍ଡି ପ୍ରସାଦ। ଆପଣଙ୍କୁ କହି ରଖୁଛୁ ଯେ ଜାନୁଆରୀ ୩୧ରେ ଲେଫ୍ଟେନାଣ୍ଟ ଜେନେରାଲ ଏସ୍‌.କେ.ସାଇନି ଅବସର ନେବା ପରେ, ୪୨ ତମ ଭାଇସ ଚିଫ୍‌ ଅଫ ଆର୍ମୀ ଭାବେ ଏବେ ଦାୟିତ୍ୱ ଗ୍ରହଣ କରିବେ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି।

ସେନାରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀ ଭାଇସ ଚିଫ୍‌ ଅଫ ଆର୍ମୀରେ ଅଳଙ୍କୃତ ହେବାରେ ସେ ହେବେ ପ୍ରଥମ ଓଡିଆ ଅଧିକାରୀ।ଜଣେ ଓଡ଼ିଆ ଭାବରେ ଆମେ ଏଥିପାଇଁ ଗର୍ବିତ ହେବା ସ୍ବାଭାବିକ କଥା।ତେବେ ଏହି ଓଡ଼ିଆ ପୁଅ ଜଣଙ୍କ ହେଉଛନ୍ତି ଜଗତ୍‌ସିଂହପୁର ସହରର ଜୟବଡ଼ର ଜିତେନ୍ଦ୍ର କିଶୋର ମହାନ୍ତି ଓ ଡ. ସାରଦା କୁମାରୀ ମହାନ୍ତିଙ୍କ ବଡ଼ପୁଅ।

ତାଙ୍କର ଜନ୍ମ ୨୬ ଜୁନ୍‌ ୧୯୬୩ରେ।ତେବେ ଚଣ୍ଡୀପ୍ରସାଦ ବାଗସାହି ୟୁ.ପି. ସ୍କୁଲରେ ୬ଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ। ପରେ ସେ ଡେରାଡୁନ୍‌ସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପଢ଼ିଥିଲେ। ପୁଣେର ଖଡକ୍‌ଓ୍ବାସଲାସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମୀ, ଡେରାଡୁନସ୍ଥିତ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ସେ ପ୍ରଶିକ୍ଷଣ ନେଇଥିଲେ।

ସେ ହେଉଛନ୍ତି ରାଜପୁତ୍‌ ରେଜିମେଣ୍ଟର ୧୯୮୨ ବ୍ୟାଚ୍‌ ପଦାତିକ ସେନା ଅଧିକାରୀ।ସୂଚନାଯୋଗ୍ୟ ଯେ ଚଣ୍ଡୀପ୍ରସାଦ ବର୍ତ୍ତମାନ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି। ସେ ତାଙ୍କ କ୍ୟାରିୟରରେ ୨ଟି ବିଗ୍ରେଡ୍‌ କମାଣ୍ଡ ସମ୍ଭାଳିଥିଲେ।

ସେଥିମଧ୍ୟରୁ ଗୋଟିଏ ହେଲା ଚାଇନାର ଅପୋଜିଟ୍‌ ଏଲଏସି ଏବଂ କଙ୍ଗୋରେ ଜାତିସଂଘ ଶାନ୍ତି ସେନାର ବିଗ୍ରେଡ୍‌। ଏହାସହ ଆସାମରେ ଶାନ୍ତି ଫେରାଇ ଆଣିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଆତଙ୍କବାଦକୁ ପ୍ରତିହତ କରିବାରେ ମଧ୍ୟ ସେ ସଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ଅତିବିଶିଷ୍ଟ ସେବା ପଦକ ମିଳିଥିଲା।

ତାଙ୍କ ବାପା ପୁରୀ ଜିଲା ସବ୍‌ ରେଜିଷ୍ଟ୍ରାର ଭାବେ ଅବସର ଗ୍ରହଣ କରିଥିଲେ। ମା’ ସ୍ବର୍ଗତା ସାରଦା କୁମାରୀ ଓଡ଼ିଆ ସାହିତ୍ୟର ଜଣେ ଗବେଷିକା ସାଙ୍ଗକୁ ଜଗତ୍‌ସିଂହପୁର ଏସ୍‌ଭିଏମ୍‌ କଲେଜରେ ପ୍ରାଧ୍ୟାପିକା ଥିଲେ। ଭାଇ କାଳୀପଦ ମହାନ୍ତି ପାନିପତ୍‌ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେଶନର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ଏବଂ ଅନ୍ୟ ଜଣେ ଭାଇ ଓକିଲ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।