ଏବେ ସୁଦ୍ଧା ଏହି ବ୍ୟକ୍ତିଙ୍କ ଘରୁ ମିଳିଛି 150 କୋଟି ଟଙ୍କା, ଆହୁରି ମଧ୍ୟ ଗଣା ଚାଲିଛି, ଦୃଶ୍ୟ ଦେଖିଲେ ହୋସ ଉଡ଼ିଯିବ…ଦେଖନ୍ତୁ ଭିଡ଼ିଓ

0

ଆମ ଦେଶ ଭାରତ ଭାରତରେ ଅନେକ ଗରିବ ଶ୍ରେଣୀର ଲୋକ ବାସ କରନ୍ତି। ଏପରି ଅନେକ ଅଛନ୍ତି ଯେଉଁମାନଙ୍କର ଦୈନିକ ଆୟ ମାତ୍ର ୨୦ ଟଙ୍କାରୁ କମ ମଧ୍ୟ ରହିଥାଏ। ମୁଠାଏ ଦାନା ପାଇଁ ସେମାନଙ୍କୁ ଅନେକ ସଙ୍ଘର୍ଷ କରିବା ପାଇଁ ପଡ଼ିଥାଏ। ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପଖାରେ ଏତେ ଟଙ୍କା ଅଛି ଯେ ସାତ ପିଢ଼ି ବସି ଖାଇଲେ ସରିବ ନାହିଁ। ନିଜ ପାଖରେ ସମସ୍ତ ଟଙ୍କା ଗଛିତ କରି ରଖିଥାନ୍ତି। ନା ସରକାରଙ୍କୁ ଟ୍ୟାକ୍ସ ଦିଅନ୍ତି ନା କୌଣସି ଗରିବ ଲୋକଙ୍କୁ ସାହଯ୍ୟ କରନ୍ତି। ଯେତେବେଳେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ଼ ହୁଏ ସେତେବେଳେ ସମସ୍ତ ଆୟ ବହିର୍ଭୁତ ଧନ ସାମ୍ନାକୁ ଆସିଥାଏ। ଅନେକ ସମୟରେ ରେଡ଼ ଆପଣ ମାନେ ଦେଖିବା ପାଇଁ କିମ୍ବା ଶୁଣିବା ପାଇଁ ପାଇଥିବେ। ହେଲେ ବର୍ତ୍ତମାନ ଜଣକ ଘରୁ ରେଡ଼ ହୋଇଛି। ଏତେ ଟଙ୍କା ବାହାରିଲା ଆପଣ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଏଭଳି ଏକ ଘଟଣା କାନପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ପିୟୁସ ଜେନ ନାମକ ଜଣେ ବ୍ୟକ୍ତି ଯିଏ କି ତାଙ୍କର ପାନ ମସଲା ଓ ଫ୍ରେଗ୍ନେସ କମ୍ପାନୀ ମଧ୍ୟ ରହିଛି। ସେହି ବ୍ୟକ୍ତି ଜଣଙ୍କ ପାନ ମସଲା ଓ ଗୁଟକା ଆଦି ବିକ୍ରି କରି ଥାଆନ୍ତି। ଆଉ ଯେଉଁ ଫ୍ରେଗ୍ନେସ କମ୍ପାନୀ ରହିଛି ସେଥିରେ ସେଣ୍ଟ ଓ ପରଫିୟୁମ ତିଆରି ହୋଇଥାଏ। ସେହି ବ୍ୟକ୍ତିଙ୍କର ଦୁଇଟି ଛୋଟ ଛୋଟ କମ୍ପାନୀ ଥାଇ ମଧ୍ୟ ବ୍ୟକ୍ତିଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରିଛି। ତାଙ୍କ ଘର ସମ୍ନାରେ ଚାରିଟି ଟ୍ରକ ରହିଛି ଏବଂ ସେମାନଙ୍କ ଠାରୁ ଭିନ୍ନ ଭିନ୍ନ ଚାଲାଣ ମିଳିଥିଲା।

ତେବେ ଏହି ଚାଲାଣ ଗୁଡିକ ସିଧାସଳଖ ଭାବେ ମିଛ ଚାଲାଣ ଭାବେ GST ଇଣ୍ଟରିଜେନ୍ସ ତରଫୁରୁ ଧରା ଯାଇଥିଲା। ଏହି କଥା ଜଣା ପଡିଲା ଯେ, ସେହି ବ୍ୟକ୍ତିଙ୍କ ଘରେ ପୁଳା ପୁଳା ଟଙ୍କା ମଧ୍ୟ ବାହାରି ପାରେ। GST ଇଣ୍ଟରିଜେନ୍ସ ତାଙ୍କ ଘରେ ଚଢ଼ାଉ କରି ୧୫୦ କୋଟିରୁ ଅଧିକ ଟଙ୍କା ବହାର କରିଛି ଓ ଆହୁରି ଅଧିକ ଟଙ୍କା ମିଳିବ ବୋଲି ମଧ୍ୟ କୁହାଯାଇଛି। GST ଇଣ୍ଟରିଜେନ୍ସ କହିଛନ୍ତି ଯେ, ତାଙ୍କ ଘରେ ଯେଉଁ ଟଙ୍କା ଗଣା ମେସିନ ରହିଛି ତାହା ଏତେ ଗୁଡିଏ ଟଙ୍କା ଗଣିବା ସମ୍ଭବ ନୁହେଁ,ଯାହା ଫଳରେ କି ମେସିନ ଘଣ୍ଟାକୁ ଘଣ୍ଟା ଗରମ ମଧ୍ୟ ହୋଇ ଯାଇଥାଏ।

ତେବେ GST ଇଣ୍ଟରିଜେବନ୍ସ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ବ୍ୟକ୍ତିଙ୍କୁ ଗିରଫ କରିଛିଜଣେ ସାମାନ୍ୟ ବ୍ୟବସାୟୀଙ୍କ ଠାରୁ ଏତେ ଗୁଡିଏ ଟଙ୍କାସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ବନ୍ଧୁଗଣ ଦେଶରେ ଯେଉଁଠି ଲୋକ ମାନଙ୍କୁ ଖାଉବା ପାଇଁ ମିଳୁ ନାହିଁ, ସେଠାରେ ମଧ୍ୟ ଦେଶରେ ଜଣେ ବ୍ୟକ୍ତିଙ୍କ ଠାରୁ ଏତେ ଗୁଡିଏ ଟଙ୍କା ମିଳିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ସେଥିପାଇଁ ସରକାରଙ୍କୁ ମଧ୍ୟ ସଚେତନ ହେବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।