Exclusive : ଏବେ ଟୁଙ୍ଗୁରୁ ନୁହେଁ ବର୍ଷାଙ୍କ ପାଖରେ ଆଲବମ ପ୍ରଡ୍ୟୁସରଙ୍କ ଲମ୍ବା ଲାଇନ… ଦେଖନ୍ତୁ Video

ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀରେ ଆସିଛି ଏକ ନୂଆ ମୋଡ଼ | କିଛିଦିନ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଆପୋସ ବୁଝାବଣା ପରେ ଟୁଙ୍ଗୁରୁ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହି ଥିଲେ ଯେ ବର୍ଷା ତାଙ୍କୁ ବ୍ଲାକମେଲ କରି ଏ ସବୁ କରିଛନ୍ତି | ତାଙ୍କୁ ଭାଉଜ ଓ ମାଆଙ୍କ ଆଖ୍ୟା ଦେଇଥିଲେ | ତାଙ୍କ ପ୍ରତିକ୍ରିୟା ରଖିବାର ଗୋଟିଏ ଦିନ ପରେ ତାଙ୍କ ନାମରେ ଗୀତ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଥିଲା | ତାଙ୍କ ପାଇଁ ଆଲବମର ମଧ୍ୟ ସୁଯୋଗ ଆସିଥିଲା |ଯାହା ପରେ ସେ ସ୍ବପ୍ନ ଦେଖିଥିଲେ ସିନେ ଜଗତରେ ଅଭିନୟ କରିବା ପାଇଁ | ହେଲେ କାଲି ବର୍ଷା କାହାଣୀକୁ ଏକ ନୂଆ ଭଙ୍ଗୀ ଦେଇଛନ୍ତି | ସେ ଟୁଙ୍ଗୁରୁର ସତ ସାରା ଓଡ଼ିଶାର ସାମ୍ନାକୁ ଆଣିବା ପାଇଁ ମିଡ଼ିଆ ଆଗରେ ଟୁଙ୍ଗୁରୁଙ୍କୁ ଫୋନ କରି ସବୁ ସତ କଥା ଜଣାଇଥିଲେ ଯାହା ପରେ ବର୍ଷାଙ୍କୁ ଆଲବମ ପାଇଁ ସୁଯୋଗ ଆସୁଛି | ଆସନ୍ତୁ ଜାଣିବା ସେ ବିଷୟରେ |

ବାଜି ମାରି ନେଇଛନ୍ତି ବର୍ଷା ଏବଂ ଏବେ ସବୁଠି ଛାଇ ଯାଇଛନ୍ତି| ବର୍ଷା କହିଛନ୍ତି ଏବେ ସେ ଟୁଙ୍ଗୁରୁକୁ ଦେଖେଇ ଦେବେ ଯେ ସେ କଣ କରୁଛନ୍ତି |ଆଗକୁ ଟୁଙ୍ଗୁରୁ ଆଗରେ ମେକଅଫ ନେଇ ବର୍ଷା ସୁଟିଂ କରିବାର ରହିଛି ଆଶା |କାରଣ ବର୍ଷା ଏତେ ବଡ କାମ କରିଛନ୍ତି ଓ ଟୁଙ୍ଗୁରୁର ସତ ସାରା ଓଡିଶା ଆଗକୁ ଆଣିଛନ୍ତି | ସେ ନିଜ ପାଇଁ ନିଜେ ଲଢ଼ୁଛନ୍ତି | ତାଙ୍କ ଉପରେ ଲଗେଇଥିବା ମିଛ ଆରୋପକୁ ଲୋକ ଲୋଚନକୁ ଆଣିଛନ୍ତି ବର୍ଷା |ନିଜେ ଏ ଭଳି ପଦକ୍ଷେପ ନେଇ ଟୁଙ୍ଗୁରୁର ସତ୍ୟତା ସଭିଁଙ୍କ ଆଗକୁ ଆଣି ପାରିଛନ୍ତି | ଏବେ ଦୁନିଆ ଜାଣିବ ଯେ ବର୍ଷା ସତ କହୁଥିଲେ ଓ ଟୁଙ୍ଗୁରୁ କହୁଥିଲେ କଣ ଓ କରୁଥିଲେ କଣ |

ତେବେ ଏହାକୁ ନେଇ ଲୋକ ମଧ୍ୟ ଅପେକ୍ଷା କରିଛନ୍ତି ଯେ ଟୁଙ୍ଗୁରୁ ଏବେ କଣ କରିବେ |ଯେତେବେଳେ ବି ବର୍ଷା ଗଣ ମାଧ୍ୟମ ଆଗକୁ ଆସିଛନ୍ତି ସେ ସର୍ବଦା କହିଛନ୍ତି କି ଟୁଙ୍ଗୁରୁ ଭୋଳଙ୍କ ପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଛାଡିଛନ୍ତି | କିନ୍ତୁ ଏ କଥାକୁ ଟୁଙ୍ଗୁରୁ ପ୍ରଥମେ ବାରଣ କରୁଥିଲେ | ଏଇଠି ଡବଲ ଗେମ୍ ଖେଳୁଛନ୍ତି ଟୁଙ୍ଗୁରୁ |ଗୋଟିଏ ପଟେ ବର୍ଷାଙ୍କୁ ଭାଉଜ ସଂବୋଧନ କରୁଥିବା ବେଳେ ଫୋନରେ କହୁଛନ୍ତି ତୁ ମୋ ଘରର ବୋହୂ ହେବୁ | ଏବେ ସେ କହିଛନ୍ତି ଯେ ସେ ବର୍ଷାଙ୍କୁ ବୋହୂ କରି ନେବା ଦାୟିତ୍ୱ ତାଙ୍କର ବୋଲି |

ସେହି ପରି ଗୋଟିଏ ପଟେ ବର୍ଷା ବନ୍ଦୀ କରି ରଖିଥିବା କହିବା ବେଳେ ଅନ୍ୟ ପଟେ କହିଛନ୍ତି ତତେ ମୋ ଠୁ କେହି ଅଲଗା କରି ପାରିବେ ନାହିଁ | ଏସବୁ କଥା ଆଗକୁ ଆଣି ବର୍ଷା ପାଲଟି ଯାଇଛନ୍ତି ସେଲିବ୍ରିଟି | ଯେମିତି ଭାବରେ କ୍ୟାମେରା ଆଗରେ ଲଢ଼ୁଛନ୍ତି ବର୍ଷା ଏହା କୋଉଁ ଫିଲ୍ମ ଠାରୁ କମ ନୁହଁ | ଟୁଙ୍ଗୁରୁ ଆଜି ଏକ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ସମୟରେ ଦୁର୍ବ୍ୟବହାର କରିଥିଲେ |ଯଦି ଟୁଙ୍ଗୁରୁ ମିଛ କହି ସେଲିବ୍ରିଟି ହେଇପାରୁଛି ତ ବର୍ଷା ସତ କହି ସେଲିବ୍ରିଟି କାହିଁକି ହେଇପାରିବନି | ଏଥର ଓଲଟା ହେବ ଖେଳ, ସୁଟିଂରେ ରହିବେ ବର୍ଷା ଏବଂ ଟୁଙ୍ଗୁରୁ ତାଙ୍କ ଅଭିନୟ ଦେଖିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment