ଦେଖନ୍ତୁ ଭିଡ଼ିଓ : ହେ ଭଗବାନ ! ଏଭଳି ସମୟରେ ଏମିତି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…

0

ପୁଣି ସାମ୍ନାକୁ ଆସିଲା ଆଉ ଏକ ସମ୍ବେଦନଶିଳ ଘଟଣା। ଆପଣ ବାରମ୍ବାର ହସ୍ପିଟାଲ୍ ରେ ଅବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ କର୍ମୀ ଙ୍କ ଅବହେଳା କାରଣରୁ କିପରି କରନା ଆକ୍ରାନ୍ତ ମାନଙ୍କ ଜୀବନ ଯାଉଛି ତାହା ଦେଖିବାକୁ ପାଉ ଥିବେ ଅନେକ ଖବର ମାଧ୍ୟମରେ। ସେହିପରି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଚି। ଆପଣ ତ ଜାଣିଛନ୍ତି ସାରା ଦେଶ ମାରାତ୍ମକ କରନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବା ଚାଲିଚି ଅନେକ ଚେଷ୍ଟା।କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଦୋହଲାଇ ଦେଇଛି। ଏହାଛଡା ଭାରତରେ କରୋନା ମାମଲା ଲଗାତର ଭାବରେ ବଢ଼ିବା ସମସ୍ତଙ୍କୁ ଡରାଇବାରେ ଲାଗିଛି।

ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଯଦିଓ ପୂର୍ବ ଅପେକ୍ଷା କମିଛି ତଥାପି ସଂପୂର୍ଣ୍ଣ ଭାବରେ ଏହା ନିୟନ୍ତ୍ରଣ ଭିତରକୁ ଆସି ନାହିଁ। ଆଉ ଏତିକି ବେଳେ ନିଜ ଜୀବନକୁ ବଞ୍ଚାଇବା ପାଇଁ, ନିଜକୁ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି ସବୁଆଡେ ସଂଗ୍ରାମ। ସବୁଠାରୁ ବଡ଼ କଥା ହେଉଛି ଯେ ଯେଉଁଭଳି ଭାବରେ ଚିକିତ୍ସା ଏବଂ ଅମ୍ଳଜାନ ଅଭାବରୁ ଲୋକେ ମୃତ୍ୟୁ ବରଣ କରୁଛନ୍ତି ସେହି ଅବସ୍ଥା ଦେଖିଲେ ଆଖିରେ ଲୁହ ଆସି ଯାଉଛି।କରନା ସଂକ୍ରମଣରେ ଅନେକ ସମୟରେ ଏମିତି କିଛି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ବିଚଳିତ କରି ଦେଉଛି। ସାଧାରଣ ଲୋକଙ୍କ ଜୀବନ ଅନେକାଂଶରେ ପ୍ରଭାବିତ ହେଉଛି।

ତେବେ ବେଶୀ ଦୁଃଖଦାୟକ ଏହା ଅଟେ ଯେ ଯେଉଁଭଳି ଭାବରେ କରନା ଚିକିତ୍ସା କ୍ଷେତ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ଏବଂ ଅବହେଳା କରା ଯାଉଛି ତାହା ସାଧାରଣରେ ଚିନ୍ତାର ବିଷୟ।କାରଣ ପ୍ରଶାସନ ତରଫରୁ ଏସବୁ ପ୍ରତି ସଚେତନତା ନାହିଁ ଏବଂ ଲୋକଙ୍କ ସମୂହ ସ୍ବାସ୍ଥ୍ୟ କୁ କିପରି ଭାବରେ ଉଚିତ୍ ଭାବରେ ଯତ୍ନ ନିଆଯିବ ସେଥି ପ୍ରତି ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଆଗରୁ ପ୍ରସ୍ତୁତ କରାଯାଇ ନାହିଁ। ତେବେ ଅନେକ ସମୟରେ ସ୍ବାସ୍ଥ୍ୟ ସେବାରେ ତ୍ରୁଟି ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ମଧ୍ୟ ଜଣେ ଝିଅ ତାଙ୍କ ବାପାଙ୍କୁ ହରାଇବାକୁ ବସିଛନ୍ତି ହସ୍ପିଟାଲ୍ ରେ ଚିକିତ୍ସାରେ ଅବହେଳା କାରଣରୁ।

ଏଠାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା କରିବା ସହିତ ତାଙ୍କ ପ୍ରତି ଧ୍ୟାନ ନଦେଇ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଖରାପ୍ ବ୍ୟବହାର କରିଛନ୍ତି ଯାହା ଫଳରେ ଏଠାରେ ସଂକ୍ରମିତ ଜଣଙ୍କ ର ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କର ଅକ୍ସିଜେନ ସ୍ତର କମିଯାଉଥିବା ବେଳେ ଏହି ମହିଳା ସ୍ବାସ୍ଥ୍ୟକର୍ମୀ ଜଣଙ୍କ ତାଙ୍କର ଚିକିତ୍ସା ନକରି ରୋଗୀଙ୍କ ଝିଅଙ୍କ ସହ ଝଗଡ଼ା କରିଛନ୍ତି। ଏହାପରେ ବୃଦ୍ଧ ଆକ୍ରାନ୍ତ ଙ୍କ ଝିଅ ସେଠାରେ ହସ୍ପିଟାଲରେ ରହି ଭିଡିଓ କରି ଏହି ଘଟଣା କୁ ଦେଖାଇଛନ୍ତି ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷ ଙ୍କୁ ଏ ବିଷୟରେ ଜଣାଇଛନ୍ତି କିପରି ଭାବରେ ତାଙ୍କ ବାପାଙ୍କ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।