ECMO ଚିକିତ୍ସା କ’ଣ ? ଏହା ବଞ୍ଚାଇବ ଅଭିଶେକ ଙ୍କୁ, ତେବେ ଏହାର ଦିନକ ଖର୍ଚ୍ଚ ଓ କେମିତି ଏହା କରୋନା ରୋଗୀକୁ ବଞ୍ଚାଏ ଜାଣନ୍ତୁ

0

ମହାମାରୀ କରନା ରେ ସମଗ୍ର ବିଶ୍ୱ ରେ ସଙ୍କଟମୟ ପରିସ୍ଥିତି ଦେଖା ଦେଇଛି। ପ୍ରତିଦିନ ବିଭିନ୍ନ ପ୍ରକାର ରିସର୍ଚ୍ଚ କରାଯାଉଛି, ସଂକ୍ରମଣ କୁ ଏଡ଼ାଇବା ପାଇଁ, ପ୍ରତିଦିନ ନୂଆ ନୂଆ ପଦ୍ଧତି ଆପଣା ଯାଉଛି। ବର୍ତ୍ତମାନ ସମୟରେ ଏକ ନୂଆ ଟେକ୍ନୋଲୋଜି ଆପଣା ଯାଉଛି ଯାହାର ନାମ ହେଉଛି ECMO ପ୍ରଣାଳୀ , ଏହି ପଦ୍ଧତିରେ ଯେଉଁ ମାନେ କରନାରେ ଗୁରୁତ୍ୱର ଅଛନ୍ତି ତାଙ୍କ ପାଇଁ ଆପଣା ଯାଇଥାଏ। ତେଣେ ଏହା ଏକ ବ୍ୟୟବହୁଳ ପଦ୍ଧତି ଅଟେ। ତେବେ ଏହି ମେସିନ କଣ , କେମିତି କାମ କରେ ଏବଂ ଏହାର ଦୈନିକ ଖର୍ଚ୍ଚ ବିଷୟରେ ଆସନ୍ତୁ ଜାଣିବା।

ECMO ଟେକନିକ୍ କଣ ?

ଗୁରୁତର ଅସୁସ୍ଥ ରୋଗୀ ମାନଙ୍କର ଯେତେବେଳେ ଅମ୍ଳଜାନ ନେବା ପାଇଁ ବିଫଳ ହୋଇଥାଏ। ତେବେ ଅମ୍ଳଜାନକୁ ବଜାୟ ରଖିବାରେ ବିଶେଷଜ୍ଞମାନେ ଯାନ୍ତ୍ରିକ ଭେଣ୍ଟିଲେସନ୍ ବ୍ୟବହାର କରିଥାନ୍ତି। ତଥାପି, କେତେକ ରୋଗୀ ଏପରି କରିବାକୁ ସକ୍ଷମ ହୋଇନଥାନ୍ତି – ସେମାନଙ୍କର ହୃଦୟ ଏବଂ ଫୁସଫୁସ ଅତ୍ୟଧିକ ଦୁର୍ବଳ କିମ୍ବା ରୋଗଗ୍ରସ୍ତ ହୋଇ ଯାଇଥାଏ। ଅକ୍ସିଜେନ ବିନିମୟ କରିବା ପାଇଁ ଜୀବିତ ରହିବାକୁ ଆବଶ୍ୟକ କରନ୍ତି। ଏହି ପରିସ୍ଥିତିରେ ଡାକ୍ତରମାନେ ECMO କିମ୍ବା ଏକ୍ସଟ୍ରାକୋରୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ ପ୍ରୟୋଗ କରିଥାନ୍ତି। ତେବେ ଯାହା ଏକ କୃତ୍ରିମ ହୃଦୟ ଏବଂ କୃତ୍ରିମ ଫୁସଫୁସ ଶରୀର ବାହାରେ କାର୍ଯ୍ୟ କରିଥାଏ। (ଏହିପରି ‘ଏକ୍ସଟ୍ରାକୋରପୋରାଲ୍’), ଯାହା ରୋଗୀର ରକ୍ତରୁ ଅଙ୍ଗାରକାମ୍ଳ ବାହାର କରିଥାଏ ଏବଂ ଏଥିରେ ଅମ୍ଳଜାନ ଯୋଗ କରିଥାଏ।

କେମିତି କାମ କରେ ECMO ମେସିନ୍ ?

ତେବେ ଏହି ମେସିନ ରେ ଲାଗି ଥିବା ଟୁବକୁ ରୋଗୀର ଛାତି ଏବଂ ଗଳାରେ ବ୍ୟବହାର କରାଯାଇଥାଏ। ଏଥିରେ ରୋଗୀର ଶରୀରରେ ରକ୍ତ କୁ ଏହି ମେସିନ ଚଳ ଚଞ୍ଚଳ କରିଥାଏ। ଏବଂ ନିଶ୍ୱାସ ନେବାରେ ସାହାଯ୍ୟ କରିଥାଏ। ଏହାର ସାହାଯ୍ୟରେ ଶରୀରରେ ବାହାରୁ ଥିବା ଅଙ୍ଗାରକାମ୍ଳ ଗ୍ୟାସ କୁ ଶରୀର ବାହାର କରି ରକ୍ତରେ ଶୁଦ୍ଧ ଅମ୍ଳଜାନ ମିଶା ଯାଇଥାଏ ଯାହା ରୋଗୀର ଶରୀରକୁ ପୁନର୍ବାର ପମ୍ପ କରାଯାଇଥାଏ।

କେବେ ହୁଏ ECMOର ଆବଶ୍ୟକ କେତେବେଳେ ପଡେ ?

ଯେତେବେଳେ କୌଣସି ରୋଗୀ ଅତ୍ୟନ୍ତ ଗୁରୁତର ହୋଇ ପଡେ ସେତେବେଳେ ହଁ ଏହି ପଦ୍ଧତିକୁ ଆପଣା ଯାଇଥାଏ। କେବେଳ ଯେ କରନା ରୋଗୀଙ୍କ ପାଇଁ ଏହା ବ୍ୟବହାର କରାଯାଇଥାଏ ତାହା ନୁହେଁ, ଏହା ଯେତେବେଳେ ହାଟ, ଫୁସଫୁସ ପ୍ରତିରୋପଣ ହୁଏ ସେହି ସମୟରେ ଏହା କାର୍ଯ୍ୟ କରିଥାଏ। ଏହା ବ୍ୟତୀତ ଯେଉଁ ରୋଗୀ ମାନେ ନିମନିଆରେ ପୀଡିତ ହୋଇ ଥାନ୍ତି ଏବଂ ବିଷ ପିଥିବା ରୋଗୀ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇଥାଏ।

ECMO ଟେକନିକ୍ ରେ ଦୈନିକ ଖର୍ଚ୍ଚ କେତେ ହୋଇଥାଏ ?

ତେବେ ବନ୍ଧଗଣ ଏହି ଭଳି ଉଚ୍ଚ ଧରଣର ଚିକିତ୍ସା ପଦ୍ଧତି ଆମ ଓଡିଶାରେ ଉପଲବ୍ଧ ନାହିଁ। ଏହା କେବଳ ବାହାର ରାଜ୍ୟ ରେ କେତେକ ବଡ ବଡ ହସ୍ପିଟାଲରେ ହିଁ ଅଛି। ତେବେ ଯଦି ଆମେ ଏହାର ଖର୍ଚ୍ଚ ହେଉଥିବା ଟଙ୍କା ବିଷୟରେ କହିବା ତାହାଲେ ଏହା, ECMO ପ୍ରକ୍ରିୟାର ପ୍ରାରମ୍ଭିକ ୨ ଦିନରେ ଦୈନିକ ୧.୭୫ ଲକ୍ଷରୁ ୩ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏହା ପରେ ପ୍ରତିଦିନ ୮୦ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ଚାର୍ଜ କରାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।