ବନ୍ଧୁଗଣ ଆପଣ ଅର୍ଚନା ନାଗଙ୍କ ମାମଲା ବିଷୟରେ ଉଣା ଅଧିକ ଅବଗତ ଥିବେ ନିଶ୍ଚିତ, ମୁଁ ଆଜି ଆପଣକୁ ଏହି ଅର୍ଚନା ନାଗଙ୍କ ହୋନିଟ୍ରାପ ବ୍ଲାକ ମେଲିଙ୍ଗ ମାମଲାରେ ଶ୍ରଦ୍ଧାଞ୍ଜଳି, ଜଗବନ୍ଧୁ ଓ ଅର୍ଚନାଙ୍କୁ ଇଡି କିପରି ଜେରା କରିଛୁ ଓ ଏହାର ସତ୍ୟତା କଣ ରହିଛି ସେ ବିଷୟରେ ଜଣେଇବି |ଅର୍ଚନା ନାଗ ଇଡିଙ୍କୁ କୌଣସି ପ୍ରକାର ସତ୍ୟ କହୁନାହାନ୍ତି ତେଣୁ ଇଡି ଏହି ଘଟଣାକୁ ତନ ତନ କରି ଜେରା କରୁଛି |ଏହାକୁ ଧରି ପ୍ରାୟ ତୃତୀୟ ଥର ଶ୍ରଦ୍ଧାଞ୍ଜଳି ଇଡି ଜେରା ପାଇଁ ଉପସ୍ଥିତ ହେଲେଣି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ବିଷୟରେ ସମ୍ପୂର୍ଣ ଖବର ଜାଣିବା |
ଅର୍ଚନା ନାଗଙ୍କ ଗିରଫ ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ ହେଲେ ଏପ୍ରଯ୍ୟନ୍ତ ଏହା କୌଣସି ସମାଧାନ ହୋଇ ପାରିନାହଁ, ଅର୍ଚନା ନାଗ କୌଣସି ପ୍ରକାଶ ତଥ୍ୟ ଇଡିକୁ ଦେଉ ନାହାନ୍ତି |ଅର୍ଚନା ନାଗଙ୍କ ସହଯୋଗି ଶ୍ରଦ୍ଧାଞ୍ଜଳି ହାଇକୋର୍ଟ ନିର୍ଦେଶ ଅନୁଯାଇ ଆଜି ତୃତୀୟ ଥର ପାଇଁ ଇଡି ଅଫିସରେ ହାଜର ହେବାର ଦେଖିବାକୁ ମିଳିଛି |କେବଳ ଶ୍ରଦ୍ଧାଞ୍ଜଳି ନୁହନ୍ତି ତାଙ୍କ ସହିତ ଜଗବନ୍ଧୁ ଓ ଅର୍ଚନା ମଧ୍ୟ ହାଜର ହେବାର ସମ୍ଭାବନା ରହିଛି |ଅର୍ଚନା ନାଗଙ୍କ ହନିଟ୍ରିପ ବ୍ଲାକ ମେଲିଙ୍ଗ ଘଟଣା ସମ୍ୱନ୍ଧରେ ଏହି ତିନିଜଣକୁ ମୁହଁ ମୁହିଁ ପ୍ରଶ୍ନ ପଚାରିପାରେ ଇଡି |
ଅର୍ଚନା ହନିଟ୍ରିପ ବ୍ଲାକ ମେଲିଙ୍ଗ ଘଟଣାର ସମ୍ପୃକ୍ତ ତଥ୍ୟ
ଖୋଜି ପାଉନି ଇଡି, ଆଜିକୁ ଧରି ସେ ଅର୍ଚନାଙ୍କୁ ପ୍ରାୟ ତିନିଥର ରିମାଣ୍ଡରେ ଆଣି ସାରିଲାଣି ମାତ୍ର ଏହାର ସତ୍ୟା ସତ୍ୟ ଏପ୍ରଯ୍ୟନ୍ତ ଖୋଜି ପାଉନି |ବର୍ତମାନ ଇଡି ଅର୍ଚନାଙ୍କ ଡିଜିଟାଲ ଏଭିଡାନ୍ସ ଖୋଜୁଛି ମାତ୍ର ସେ ଆଜି ପ୍ରଯ୍ୟନ୍ତ ପାଇନାହିଁ |ଅର୍ଚନା ନାଗଙ୍କୁ ଯେତେବେଳେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିଲା ସେତେବେଳେ ସେ ଏହି ଡିଜିଟାଲ ଅଭିଡାନ୍ସ ସଂଗ୍ରହ କରିଥିଲା ଏବଂ ଅଭିଡେନ୍ସ ଅସା୍ପେଶାଲକୁ ପାଠଇ ଥିଲା ମାତ୍ର ଏହା ଅଭିଡେନ୍ସ ଏପ୍ରଯ୍ୟନ୍ତ ଇଡି ହାତକୁ ଆସିନାହିଁ |
ଆଜି ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚନା ନାଗ ଓ ଜଗବନ୍ଧୁକୁ ମୁହଁ ମୁହିଁ ଜେରା କରିବା ପାରେ ଇଡି |ଇଡିକୁ କେତେ ମାତ୍ରାରେ ସହଯୋଗ କରିବେ ଅର୍ଚନା ତାହା ଜଣାପଡିବ, ତାହା ସହିତ ଏହି ଘଟଣା ସତ ସାମ୍ନାକୁ ଆସିବ |କିଏ ମିଛ କହୁଛି ଆଉ କିଏ ସତ କହୁଛି ତାହା ଜଣାପଡିବ,ଇଡି ର ଟିମ ସବୁ ଦିଗକୁ ନେଇ ଯେଉଁ ଭଳି ଭାବରେ ତଦନ୍ତ କରୁଛି ଆଶା କରାଯାଉଛି ଅର୍ଚନା ନାଗ ହନି ଟ୍ରିପ ମାମଲାର ପ୍ରକୃତ ଗୁମର କଣ ଲୁଚି ରହିଛି, ଏଥିରେ ପ୍ରକୃତରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ତାହା ସାମ୍ନାକୁ ନିଶ୍ଚିତ ଆଣିବ ଇଡି |ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଇଡିରେ ଉପସ୍ଥିତ ଓ ଅର୍ଚନା, ଶ୍ରଦ୍ଧାଞ୍ଜଳି,ଜଗବନ୍ଧୁଙ୍କ ଇଡିର ମୁହାଁ ମୁହିଁ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |