ଏ ଦୁନିଆରେ ସବୁଠାରୁ ବଡ ଡାନି କିଏ ? ଧନୀ ନ ଗରିବ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ

0

ବନ୍ଧୁଗଣ ଆଜିର ଏହି ଲେଖାଟି ଆପଣଙ୍କ ପାଇଁ ବହୁତ୍ ମୂଲ୍ୟବାନ ଅଟେ। ଏହି ଲେଖାକୁ ଆପଣ ପଢି ସାରିବା ପରେ ଆପଣଙ୍କ ମନ ଭିତରେ ଏକ ଏମିତି ଭାବନା ଉଦ୍ରେକ ହେବ ଯାହା ଆପଣଙ୍କର ଅନ୍ତର୍ନିହିତ ମନକୁ ବୁଝିବା ପାଇଁ ସମର୍ଥ ହେବ।କାରଣ ଏହା ଆପଣଙ୍କ ଜୀବନର ପ୍ରକୃତ, ଅପ୍ରିୟ ସତ୍ୟ କଥାଟିକୁ ଆଗକୁ ଆଣିବ। ଜୀବନରେ ଏମିତି କିଛି କଥା, ଶବ୍ଦ ଅଛି ଯାହାକୁ ମଣିଷ କହି ପାରେ ନାହିଁ।

ସେହିପରି ଅନେକ କଥାକୁ ନେଇ ଆମ ମନ ଭିତରେ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରିଥାଏ। କିନ୍ତୁ ତାକୁ ମଣିଷ ନିଜର ଭାବନା ଶକ୍ତି ଦ୍ଵାରା ମଧ୍ୟ ଚିନ୍ତା କରି ପାରି ନଥାଏ।ଭାବନାକୁ ମଧ୍ୟ ବୁଝେ ନାହିଁ।ସେହି ଭାବନାକୁ ବୁଝିବା ନିହାତି ଆବଶ୍ୟକ ଅଟେ।

ଦୁନିଆରେ ଆମେ ଯେଉଁ ଚିନ୍ତନ ଶକ୍ତି କୁ ନେଇ ଆମର ଭାବାବେଗ କୁ ପ୍ରକାଶ କରିଥାଉ ତାହା ଅନ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ।ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଆଜିର ଏହି ଲେଖା ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। କାରଣ ବହୁତ୍ ଛୋଟ ଛୋଟ ଜିନିଷକୁ ଆମେ ଜୀବନରେ ହେୟ ଜ୍ଞାନ କରିଥାଉ ଯାହା ଆମକୁ ପରବର୍ତ୍ତୀ ସମୟରେ ବହୁତ୍ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ କରିଥାଏ।

ଆମ ମନରେ ଗୋଟିଏ ପ୍ରଶ୍ନ ଉଠିଥାଏ ଯେ ପ୍ରକୃତରେ ଦାନୀ କିଏ ଅଟେ? କାହାକୁ ଆମେ ଦାନୀ ବୋଲି କହିବା ? ଜଣେ ଧନୀ ବ୍ୟକ୍ତି ନା ଜଣେ ଗରିବ ବ୍ୟକ୍ତି ନା ଆଉ କେହି। ଏହାର ଉତ୍ତର ସମସ୍ତଙ୍କ ପାଖରେ ନଥାଏ।

ତେବେ ଦାନ ଏକ ସୁନ୍ଦର୍ ରାସ୍ତା ଭଗବାନ ଙ୍କୁ ପ୍ରାପ୍ତି କରିବା ପାଇଁ। କିନ୍ତୁ ଦାନ ମହତ୍ ହେବା ଦରକାର ଏବଂ ଶ୍ରେଷ୍ଠ ମଧ୍ୟ। ଏଥିପାଇଁ ଆପଣ ପବିତ୍ର ମନା ହୋଇଥିଲେ ହିଁ ଯାଇ ସମାଜର ପ୍ରକୃତ ସତ୍ୟତା କୁ ଅନୁଧ୍ୟାନ କରି ପାରିବେ। ଆମ ଭାବୁ ଯେଉଁମାନେ ବଡ଼ ଧନୀ ଶ୍ରେଣୀର ଲୋକ ସେମାନେ ବଡ଼ ବଡ଼ ଦାନ କରନ୍ତି। ସେମାନେ ପ୍ରକୃତ ଦାନୀ କି ?

ଏହା ସଂପୂର୍ଣ୍ଣ ମିଥ୍ୟା। ଯଦି ସେହି ଦାନ ସହିତ ଆପଣଙ୍କର ଆନ୍ତରିକତା ଯୋଡ଼ି ନ ହୋଇଛି, ଶୁଦ୍ଧ ଭାବନା ଯୋଡ଼ି ନହୋଇଛି, ସମାଜର ମଙ୍ଗଳ ହେଉ ବୋଲି ସେ ଭାବନା ଯୋଡ଼ି ନ ହୋଇଛି ତେବେ ସେ ଦାନ ସଂପୂର୍ଣ୍ଣ ରୂପେ ବ୍ୟର୍ଥ।

ସେଥିପାଇଁ ଆପଣ ଦେଖୁଥିବେ ବହୁତ୍ କିଛି ଦାନ ଧର୍ମ କରି ମଧ୍ୟ ଲୋକଙ୍କର ଅନେକାଂଶ ରେ ଫଳ ପ୍ରାପ୍ତି ହେଉ ନାହିଁ। ଦରିଦ୍ର ହୁଅନ୍ତୁ ପଛକେ ଆପଣଙ୍କ ଏକ ଛୋଟିଆ ଦାନରେ ବି ଯଦି ଶ୍ରଦ୍ଧା, ଆନ୍ତରିକତା ଯୋଡ଼ି ରହିଛି ତେବେ ତାହା ଏକ ମହତ୍ ଦାନ ଅଟେ। ଦାନ କେବଳ ଅର୍ଥ ସହ ଜଡ଼ିତ ନୁହେଁ ବରଂ ଏହା ଜ୍ଞାନ, ଶାରିରୀକ ଶ୍ରମ, ସୁନ୍ଦର୍ କଥା କହି ଅନ୍ୟର ମନରେ ଶାନ୍ତି ଆଣିବାର କଳା ମଧ୍ୟ ଦାନ ଭିତରେ ଅନ୍ତର୍ଭୁକ୍ତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।