New Twist – ପୁଣି ସାମ୍ନାକୁ ଆସିଲା ନୂଆ କାର୍ନାମା ! ଅଣ୍ଡା ତରକାରୀ ଖାଇବାକୁ ଜିଦ୍ କଲା ଶିବ… ଦେଖନ୍ତୁ Video

0

ଗୋଟିଏ ପରେ ଗୋଟିଏ ନାଟକ ଚଳେଇଛନ୍ତି ମହାଙ୍ଗା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶିବ। ମହାଙ୍ଗା ପୋଲିସ କୁ ନାକେଦମ କରି ସାରିଲେଣି ଗୋଟିଏ ପରେ ଗୋଟିଏ ବାହାନା କରି , ଠିକ ଯେଉଁ ପରି ଭାବରେ ଯୋଜନା କରି ନିଜ ଭାଇର ପରିବାର କୁ ହତ୍ୟା କରିଥିଲେ ସେହିପରି ଭିନ୍ନ ଭିନ୍ନ ଯୋଜନା କରୁଛନ୍ତି ହତ୍ୟା ସମ୍ବଧ ରେ ପୋଲିସ କୁ ସୂଚନା ନଦେବା ପାଇଁ। କେତେବେଳେ ଦେହ ଅସୁସ୍ଥ କହୁଛନ୍ତି ତ କେତେବେଳେ ପୁଣି ଖାଇବା କୁ ଜିଦି କରି ବସୁଛନ୍ତି ଆଉ ତାଙ୍କର ଏହି କାଣ୍ଡ ରେ ପୋଲିସ ପାଗଳ ହୋଇଗଲେଣି ।

ତେବେ ବନ୍ଧୁଗଣ ଆପଣ ମାନେ କଟକ ର ମାହାଙ୍ଗା ଅଞ୍ଚଳରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ବିଷୟ ରେ ନିଶ୍ଚତ ଭାବରେ ଅବଗତ ଥିବେ। ତେବେ ଆପଣ ଜାଣିଥିବେ କି ଶିବ ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ସାନ ଭାଇ ର ସମ୍ପୂର୍ଣ୍ଣ ପରିବାର ର ୫ ଜଣ ଙ୍କୁ ଶୋଇଥିବା ସମୟ ରେ କଟୁରି ରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ସେ ତାଙ୍କର ଭାଇ , ଭାଉଜ ଓ ତାଙ୍କର ତିନି ଜଣ ପିଲା ଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହୃଦୟ ହୀନ ହୋଇ ହତ୍ୟା କରିଥିଲେ। ତେବେ ହତ୍ୟା କରିବା ପରେ ସେ ପୋଲିସ ଆଗରେ ସାରେଣ୍ଡର ମଧ୍ୟ କରିଥିଲେ କି ସେ ହତ୍ୟା କରିଛନ୍ତି ବୋଲି।

ଆଉ ଶିବ ଙ୍କୁ ଜେଲ ଦଣ୍ଡ ହୋଇଥିଲା କିନ୍ତୁ ହତ୍ୟା କାଣ୍ଡ ର ତଦନ୍ତ କରିବା ପାଇଁ ମହାଙ୍ଗା ପୋଲିସ ଶିବ ଙ୍କୁ ତିନି ଦିନ ପାଇଁ ରିମାଣ୍ଡ ରେ ଆଣିଛନ୍ତି। ମାତ୍ର ଏହି ତିନି ଦିନରେ ଭିନ୍ନ ଭିନ୍ନ ନାଟକ କରୁଛନ୍ତି ଶିବ। ତେବେ ରିମାଣ୍ଡ ର ପ୍ରଥମ ଦିନ ରେ ସେ ତାଙ୍କର ଗୋଡ଼ ର ସିର ଖାଞ୍ଚୁଛି ବୋଲି କହିଥିଲେ ଆଉ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେଣୁ ଗୋଟିଏ ଦିନ ସେହିପରି ନଷ୍ଟ ହୋଇଗଲା। ତେବେ ଦିତୀୟ ଦିନରେ ପୋଲିସ ଟିକିଏ ସୂଚନା ଶିବ ଠାରୁ ବାହାର କରିବା ପରେ ପୁଣି ତାଙ୍କର ଡ୍ରାମା ଆରମ୍ଭ ହୋଇଥିଲା।

ସେ କହିଥିଲା କି ମୋତେ ହାତ ତିଆରି ରୁଟି ଖାଇବାକୁ ଭଲ ଲାଗେ ବୋଲି , ତେଣୁ ପାଖର ଏକ ହୋଟେଲ ରୁ ପୋଲିସ ତାଙ୍କ ପାଇଁ ରୁଟି ତରକାରୀ ର ବ୍ୟବସ୍ଥା କରିଥିଲା। ଆଉ ତୃତୀୟ ଦିନରେ ଅଣ୍ଡା ତରକାରୀ ଖାଇବାକୁ ଜିଦି କରିଥିବା ହତ୍ୟାକାରୀ ଶିବ। ସେ ଜିଦି କରିଥିଲା କି ତାକୁ ଦେଶୀ ଅଣ୍ଡା ତରକାରୀ ଭାତ ଖାଇବା କୁ ଦେବାକୁ ଆଉ ଏହା ନକଲେ ସେ ସକାଳ ର ଜଳଖିଆ ଖାଇବ ନାହିଁ କିମ୍ବା ହତ୍ୟାକାଣ୍ଡ ର ସମ୍ପୂର୍ଣ୍ଣ କଥା କହିବ ନାହିଁ ବୋଲି କହିଥିଲେ।

ତେବେ ପୋଲିସ ପାଖରେ କୌଣସି ଉପାୟ ନଥିବା ରୁ ସେ ଅନେକ ପ୍ରୟାସ ପରେ ହୋଟେଲ ରୁ ନପାଇ ନିଜ ଦେଶୀ ଅଣ୍ଡା ରେ ତରକାରୀ ବନାଇ ତାକୁ ଖାଇବା କୁ ଦେଇଥିଲେ। ତେବେ ହତ୍ୟାକାଣ୍ଡ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ଙ୍କୁ ନଦେବା ପାଇଁ ଏହିଭଳି ସବୁ ନାଟକ କରୁଚି ଶିବ ବୋଲି ଜଣାପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।