ଦେଖନ୍ତୁ ଭୟଙ୍କର ଦୃଶ୍ୟ : ହେ ଭଗବାନ ! ଏହାକୁ କୁହନ୍ତି ଅସଲି ନାଗ ନାଗୁଣୀ, ଏହି ଘରେ ଏକା ସଙ୍ଗେ ଲୁଚି ରହି କରୁଥିଲେ ଏମିତି…ଆଉ ତା’ପରେ…

0

ପୃଥିବୀରେ ଅନେକ ପ୍ରକାରର ଅନେକ ପ୍ରଜାତିର ସାପ ରହିଛନ୍ତି। ସାପ ଏକ ଏମିତି ଜୀବ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।

ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ମନିଷ ଯେମିତି ସାପକୁ ଡରେ, ସେହିଭଳି ସାପ ମଧ୍ୟ ମଣିଷକୁ ଦରିଥାଏ।

ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶ ର ହମାଜାପୁର ଗ୍ରାମରେ। ଏଠାରେ ଦେଖିବାକୁ ମିଳିଛି ନାଗ ନାଗୁଣୀ ଙ୍କ ଭୟଙ୍କର ଦୃଶ୍ୟ। ଜଣେ ତାଲିମ୍ ପ୍ରାପ୍ତ ସାପ ଧରାଳି ଆସି ଏକ ଘର ଭିତରୁ ନାଗ ଏବଂ ନାଗୁଣୀ କୁ ଉଦ୍ଧାର କରିଛନ୍ତି। ପ୍ରଥମେ ନାଗଟିକୁ ଉଦ୍ଧାର କରିବା ପରେ ମାଟି ତଳୁ ପାଣି ଢ଼ାଳି ପୁଣି ଏକ ନାଗୁଣୀ କୁ ଉଦ୍ଧାର କରିଛନ୍ତି। ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ଏହି ସାପ ଦୁଇଟି କେତେ ରାଗି ଭଳି ହେଉଛନ୍ତି। ତାଙ୍କ ସାଙ୍ଗରେ ଲାଗିଲେ ହିଁ ସେମାନେ ଆକ୍ରମଣ କରିଥାନ୍ତି।

ତେବେ ଏହି ସାପ ମାନେ ମୂଷା ଏବଂ ବେଙ୍ଗ ଆଦି ଖାଦ୍ୟର ସନ୍ଧାନରେ ଯାଇ ସେଠାରେ ରହି ଯାଇଥିଲେ। ଆଉ ସେଠାରେ ତିନିଟି ମୂଷା ଛୁଆ ମଧ୍ଯ ପଡ଼ି ଥିବାର ଦେଖିବାକୁ ମିଳିଥିଲା।ସାପ ଧରାଳି ଜଣଙ୍କ ସାପ ଦୁଇଟି ଧରିବା ପରେ ସେମାନଂକୁ ଦୁଇଟି ଅଲଗା ଡବା ରେ ପୂରାଇ ନେଇ ଯାଇଥିଲେ। ତେବେ ଆପଣ ମାନେ ଗୋଟିଏ କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ସାପ ସହିତ ଲାଗନ୍ତୁ ନାହିଁ ଏବଂ ସବୁବେଳେ ସେମାନଂକୁ ସେମାନଙ୍କ ରାସ୍ତାରେ ଛାଡି ଦିଅନ୍ତୁ। ଏଥିପ୍ରତି ବିଶେଷ ସାବଧାନ ଏବଂ ସତର୍କ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।