Jyotisha Shastra – ଏହି 4ଟି ରାଶି ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି 2022 ରୁ 2025 ପର୍ଯ୍ୟନ୍ତ ରାଜା ଭଳି ଜୀବନ କାଟିବେ

ଜ୍ୟୋତିଷଶାସ୍ତ୍ରରେ 12 ଗୋଟି ରାଶି ରହିଛି , ଏହି 12 ରାଶି ମଧ୍ୟରେ ଏହି 4 ରାଶି ର ବ୍ୟକ୍ତି ହୋଇଥାନ୍ତି ସବୁଠାରୁ ଶକ୍ତିଶାଳୀ । ଏମାନଙ୍କ ସହିତ ମୁକାବିଲା କରିବା କୌଣସି ଛୋଟିଆ କାମ ନୁହେଁ । ଏହି 4ରି ରାଶି ମାନେ ଆତ୍ମବିଶ୍ୱାସୀ ଅଟନ୍ତି , ଧନସମ୍ପତ୍ତି ସବୁକିଛି ଏମାନଙ୍କ ପାଦ ତଳେ ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ 4 ରାଶି ମାନଙ୍କ ବିଷୟରେ ।

1. ମେଷରାଶି :-

ଏହି ମେଷ ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି , ଏହି ମେଷ ରାଶି ସବୁଠାରୁ ଶକ୍ତିଶାଳୀ ରାଶି ବୋଲି ଏହି 12 ରାଶି ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମାନିଥାଉ । ଏହି ରାଶିର ଲୋକ କେବେବି କୌଣସି ଅନ୍ୟ ଉପରେ ଭରସା କରି ଚାଲନ୍ତି ନାହିଁ । ଯାହା କିଛି କରନ୍ତି ନିଜ ପରିଶ୍ରମ ଏବଂ ନିଜ ଇଚ୍ଛାଶକ୍ତି ବଳରେ ଓ ସାହାସ ବଳରେ ହିଁ କରିଥାନ୍ତି । ଏହି ଲୋକମାନେ ମଧ୍ୟ ବହୁତ ଆଗକୁ ଯାଇଥାନ୍ତି କିନ୍ତୁ କିଛି ସମୟ ପାଇଁ ହୋଇପାରେ ଏମାନଙ୍କ ଜୀବନରେ ସଂଘର୍ଷ ରହିଥାଏ ।

2. ବିଛାରାଶି :-

ଏହି ବିଛା ରାଶି ସବୁଠାରୁ ଶକ୍ତିଶାଳୀ ରାଶି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ , ଯଦି ଏମାନେ କାହାର ହୋଇଯାନ୍ତି ତେବେ ସେମାନଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି । ଯଦି ଏମାନଙ୍କ ସହିତ କେହି ଶତ୍ରୁତା ଭାବ କରିଥାଏ ତେବେ ଏମାନେ ମଧ୍ୟ ସେହିଭଳି କୋଠର ହୋଇଯାଆନ୍ତି । କାରଣ ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ହୋଇଥାଏ ଓ ସବୁଠାରୁ ଶକ୍ତିଶାଳୀ ଅଟନ୍ତି । ଏହି ରାଶିର ଲୋକ ଭରସାଯୋଗ୍ୟ ହୋଇଥାନ୍ତି ।

3. ମକରରାଶି :-

ଏହି ମକର ରାଶି ସବୁଠାରୁ ଶକ୍ତିଶାଳୀ ରାଶି ମାନଙ୍କ ମଧ୍ୟରେ ତୃତୀୟରେ ଆସୁଛି । ଏହି ରାଶିର ଲୋକମାନେ ବହୁତ ଶକ୍ତିଶାଳୀ ଏବଂ ବଳଶାଳୀ ଅଟନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖିବା ଏମାନଙ୍କୁ ଭଲ ଭାବରେ ଆସିଥାଏ । ମକର ରାଶି ମାନେ ଅନ୍ୟ ରାଶି ମାନଙ୍କ ସହିତ ଭାବିଚିନ୍ତି କରିଥାନ୍ତି , ଯେମିତି ଲୋକ ସହିତ ସେହିଭଳି ବ୍ୟବହାର କରିଥାନ୍ତି ଏହି ରାଶିର ଲୋକ । ଏମାନେ ଯାହାବି କାମ କରନ୍ତି ସମ୍ପୂର୍ଣ୍ଣ ନିଷ୍ଠା ପରିଶ୍ରମରେ କରନ୍ତି ଏବଂ ଏହି ପରିଶ୍ରମର ପରିଣାମ ଏମାନଙ୍କୁ ଡେରିରେ ମିଳୁପଛେ କିନ୍ତୁ ବହୁ ବହୁତ ଭଲ ପରିଣାମ ମିଳିଥାଏ ।

4. କୁମ୍ଭରାଶି :-

ଏହି କୁମ୍ଭ ରାଶିର ଲୋକ ନିଜର ଭାବନାରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ରଖିଥାନ୍ତି , ଏମାନେ ଭାବନାରେ ବହିଯାଇ କୌଣସି ପ୍ରକାରର ଫଇସଲା ନିଅନ୍ତି ନାହିଁ । କିନ୍ତୁ କେତେଥର ଦରକାର ପଡିବା ଦ୍ୱାରା ନିଜର ସମ୍ୱେଦନା କୁ ଏହି ଲୋକମାନେ କାମରେ ଲଗାଇଥାନ୍ତି । କୁମ୍ଭ ରାଶିର ଲୋକମାନେ ସବୁବେଳେ ଆତ୍ମବିଶ୍ୱାସରେ ଭରପୁର ରହିଥାନ୍ତି , ଏମାନେ ସବୁବେଳେ ନିଜକୁ ଭଲ ବୋଲି ସାବ୍ୟସ୍ତ କରିବା ପାଇଁ ପରିଶ୍ରମ କରନ୍ତି ଏବଂ ଆଗକୁ ବଢିଥାନ୍ତି । ଏହି ଲୋକମାନେ ଭଲ ସଫଳତାକୁ ମଧ୍ୟ ପ୍ରାପ୍ତ କରିଥାନ୍ତି , କୁମ୍ଭ ରାଶିର ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି । ଏହି ରାଶିର ସ୍ୱାମୀ ଶନିଗ୍ରହ ଅଟନ୍ତି , ଏହି ରାଶି ମାନେ ସବୁବେଳେ ଶକ୍ତିଶାଳୀ ହେବା ସହିତ ସର୍ବଦା ନିର୍ଭୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment