ଏହି ୪ଟି ବାସ୍ତୁ ଉପାୟ ଯାହା କରିବା ଦ୍ଵାରା ଜୀବନ ବଦଳିଯିବ – Bastu Shastra

0

ସମସ୍ତେ ସୁଖ ର ଅଧିକାରୀ ଆପଣ ହେବେ l ଏବଂ ଆପଣଙ୍କ ଘରେ ହସ ଖୁସି ର ଲହରୀ ଖେଳି ଯିବ l କୋୖଣସି ପ୍ରକାର ଦୁଃଖ କି କଳା ଦୃଷ୍ଟି ଘର ଉପରେ ପଡିବ ନାହିଁ l ହଁ ଆଜ୍ଞା ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ମନରେ ନୂଆ ମୋଡ ଆଣି ଦେବ l ଏବଂ ଏହି ବିଷୟରେ ଆମେ ନିହାତି ଜାଣିବାର ଅଛିକି ଯାହା ଆମ ଘରେ ସୁଖ ସମୃଦ୍ଧି ଆଣିଥାଏ ।

ଗୃହରେ ସ୍ନେହ ଓ ସହନାଭୂତି ବଢିଥାଏ ଏବଂ ଆପଣ ଏହାକୁ ଯଦି ପ୍ରୟୋଗ କରନ୍ତି ତେବେ ଖୁସି ହିଁ ଖୁସି ଆପଣଙ୍କ ଜୀବନରେ ଆସିଯିବ l ତେବେ ଚାଲ ଆଜ୍ଞା ଏହି ଉପାୟ ବିଷୟରେ ଜାଣିବା ଯାହା ଆପଣଙ୍କ ଭାଗ୍ୟରେଖା ବଦଳାଇ ଦେବ l

1:- ଘରର ଐଶନ୍ୟ କୋଣରେ ସଦା ସର୍ବଦା ଠାକୁରଙ୍କ ଘର ରଖିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣଙ୍କ ଠାକୁର ଘରେ ଭାଙ୍ଗି ନଥିବା ଅରୁଆ ଚାଉଳ ବା ଗୋଟା ଅରୁଆ ଚାଉଳ କୋୖଣସି ଏକ କାଚର ଡବାରେ ରଖନ୍ତୁ l ଏପରି କଲେ ଆପଣଙ୍କ ଗୃହରେ କେବେବି ଦୁଃଖ ଦେଖା ଦେବନି ସୁଖ ଶାନ୍ତି ଛାଡିକି ଯିବ ନାହିଁ l ଯେକୌଣସି ଠାକୁରଙ୍କ ପୂଜା, ଯଜ୍ଞ, ବନ୍ଦାପନା ବା ବ୍ରତ କରନ୍ତି ଆପଣ ଶୁଭ ମନାସି ଏକ କଳସ ବସାନ୍ତୁ ଏବଂ ପୂଜା ସାରିବା ପରେ ଏହି ପାଣିକୁ ଘରର ଚାରିପଟେ ଛିଞ୍ଚନ୍ତୁ l ଆପଣ

ଏହି ପାଣି କୁ ଏହି ପରି ଛିଞ୍ଚନ୍ତୁ :-

1:- ଆମ୍ବ ପତ୍ରରେ ବୁଡାଇ କି ଘରସାରା ଛିଞ୍ଚିଲେ ଘରର ସବୁ ବାସ୍ତୁଦୋଷ ସମ୍ପୂର୍ଣ ଭାବେ ଦୁରେଇ ଯାଇଥାଏ l

2:- ଯଦି ତୁଳସୀ ପତ୍ରରେ ବୁଡାଇ କି ଏପରି ଛିଞ୍ଚିଥାନ୍ତି ପରିବାର ର ସବୁ ସଦସ୍ୟ ନିରୋଗୀ ହୋଇଥାନ୍ତି l

3:-  ଯଦି ଫୁଲରେ ବୁଡାଇକି ଛିଞ୍ଚିଥାନ୍ତି l ପରିବାର ରେ ସବୁ ସଦସ୍ୟ ଏକଜୁଟ ହୋଇ ରହିଥାନ୍ତି l ସେମାନଙ୍କ ଭିତରେ ସ୍ନେହ ଓ ସହାନୁଭୂତି ଆସିଥାଏ l

4:- ଅନ୍ୟ ଏକ ଉପାୟ ହେଉଛି ଯଦି ଦୁବରେ ଚାରିଆଡେ ଛିଞ୍ଚନ୍ତି ତେବେ ସମସ୍ତ ପିଲାମାନଙ୍କର ବୁଦ୍ଧିର ବିକାଶ ହୋଇଥାଏ ଓ ସେମାନଙ୍କ ସ୍ୱାସ୍ଥ୍ୟ ସବୁବେଳେ ଠିକ ରହିଥାଏ l

ଆଉ ଏକ କଥା ଆପଣ ଯେତେବେଳେ ଘରେ ସନ୍ଧ୍ୟା ଓ ସଖାଳେ ଯେବେ ଦୀପ ଜାଳୁଛନ୍ତି ତ ଗୋଟିଏ ନ ଜାଳି ଦୁଇଟି ଦୀପ ଜଳାନ୍ତୁ ଏକା ସାଙ୍ଗରେ, ଗୋଟିଏ ଦୀପରେ ତେଲ ଓ ଅନ୍ୟଟିରେ ଘିଅ ରେ ଜଳାନ୍ତୁ ଏବଂ ଧ୍ୟାନ ଦେବ ତେଲର ଦୀପଟିକୁ ବାମ ହାତରେ ଓ ଘିଅ ଦୀପଟିକୁ ଡାହାଣ ହାତରେ ଜଳାନ୍ତୁ l ଏପରି କଲେ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।