Femily Tips – ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ…ପ୍ରତ୍ୟେକ ମାଆ” ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ନାରୀ ମାନଙ୍କ ପାଇଁ ମାତୃତ୍ୱ ଲାଭ କରିବା ଏକ ପ୍ରକାର ସୌଭାଗ୍ୟର କଥା ହୋଇଥାଏ । ସନ୍ତାନ ଜନ୍ମକୁ ନେଇ ମା ମନରେ ଅନେକ ପ୍ରକାର ସ୍ୱପ୍ନ ମଧ୍ୟ ଦେଖିଥାଏ , ବିବାହ ପରେ ପତି ପତ୍ନୀ ଙ୍କ ମନରେ ସନ୍ତାନ ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ବର୍ତ୍ତମାନ ସମୟରେ ଜଣେ ଝିଅର 18 ବର୍ଷ ହୋଇଯିବା ପରେ ସେ ବିବାହ କରିବା ଯୋଗ୍ୟ ହୋଇଯାଉଛି । ଯଦି ଜଣେ ଝିଅ ର ବିବାହ 18 ବର୍ଷରେ କରାଯାଇଛି , ତେବେ ସାଧାରଣତଃ ବିବାହର 2 ବା 3 ବର୍ଷ ପରେ ଅର୍ଥାତ୍ 20 ରୁ 21 ବର୍ଷ ବୟସରେ ପିଲାଟିଏ ଜନ୍ମ ହୋଇଥାଏ ।

ପ୍ରତ୍ୟେକ ମା ନିଜ ସନ୍ତାନକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି , ଯେପରିକି ତାଙ୍କ ପିଲା ସୁସ୍ଥ , ସବଳ , ସୁନ୍ଦର ଓ ପ୍ରଖର ବୁଦ୍ଦି ସମ୍ପନ୍ନ ହେଉ ହୋଲି ଚିନ୍ତା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳା ମାନେ କିପରି ବୟସରେ ପିଲା ଜନ୍ମ କଲେ ନିଜ ମନ ମୁତାବକ ସୁସ୍ଥ , ସୁନ୍ଦର , ସବଳ ଓ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଏକ ରିପୋର୍ଟ ଅନୁଯାୟୀ ମହିଳା ମାନେ 30 ବର୍ଷ ବୟସରେ ମା ହେଲେ ବା ପିଲା ଜନ୍ମ କଲେ , ସେମାନଙ୍କ ଗର୍ଭରୁ ହୋଇଥିବା ସନ୍ତାନ ବୁଦ୍ଧିମାନ ଓ ସୁସ୍ଥ ସୁନ୍ଦର ହୋଇଥାନ୍ତି । କାରଣ ଏହି ବୟସର ମହିଳା ମାନେ ମାନସିକ ସ୍ତରରେ ମାତୃତ୍ୱ ଲାଭ କରିବା ନେଇ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥାନ୍ତି । ଏହା ସହ ତାଙ୍କ ଗର୍ଭରେ ବଢୁଥିବା ଶିଶୁ ଉପରେ ପଜେଟିଭ ପ୍ରଭାବ ପଡିଥାଏ ଏବଂ ଏହି ସମୟରେ ନାରୀ ମାନେ କୌଣସି ପ୍ରକାର ଟ୍ରେସ ନେବାକୁ ପସନ୍ଦ କରନ୍ତି ନାହିଁ । ଯାହାଫଳରେ ଗର୍ଭସ୍ଥ ଶିଶୁର ବିକାଶ ରେ ଶୁଭ ଫଳ ପ୍ରଦାନ କରିଥାଏ ।

ଅଧିକାଶଂ ସମୟରେ ଆପଣ ମାନଙ୍କ ଆଖପାଖରେ ଦେଖିଥିବେ , ଯେ ଅଳ୍ପ ବୟସରେ ବିବାହ କରିଥିବା ଝିଅମାନେ ଯେଉଁ ସନ୍ତାନକୁ ଜନ୍ମ ଦେଇଥାନ୍ତି । ସେମାନଙ୍କ ପିଲା ଧୀରସ୍ଥିର , ଦୁର୍ବଳ ଓ ଅଳ୍ପବୁଦ୍ଧି ସମ୍ପନ୍ନ ହୋଇଥାନ୍ତି । ଏହାଛଡା ସେମାନଙ୍କ ଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଅଧିକ ମାତ୍ରାରେ ଦେଖା ଯାଇଥାଏ। ତେଣୁ ଆପଣ ମାନେ ଉତ୍ତମ ଓ ସୁସ୍ଥବାନ ସନ୍ତାନ ଛାହୁଁଥିଲେ 27 ବୟସ ବା ତାଠାରୁ ଅଧିକ ବୟସରେ ବିବାହ କରନ୍ତୁ ।

ଦେଖିବେ ଆପଣଙ୍କ ଠାରୁ ଜନ୍ମ ହୋଇଥିବା ପିଲା ବୁଦ୍ଧିମାନ ହେବା ସହ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ହୋଇଥାଏ । ତେଣୁ ଅଳ୍ପ ବୟସରୁ ବିବାହ କରି ନିଜ ଆଗାମୀ ପିଢୀକୁ ରୋଗାକ୍ରାନ୍ତ କରନ୍ତୁ ନାହିଁ । ସୁସ୍ଥ ଜୀବନ ଯାପନ ପାଇଁ ସଠିକ୍ ବୟସରେ ବିବାହ କରନ୍ତୁ ଏବଂ ସୁନ୍ଦର ସ୍ୱାସ୍ଥ୍ୟବାନ ସନ୍ତାନଟିଏ ଲାଭ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।