ଏହି ବିଧି ବିଧାନରେ କରନ୍ତୁ ପ୍ରତିଦିନ ଘରର ପୂଜା, ଦୂର ହେବ ଘରର ଦାରିଦ୍ର୍ୟତା – ବର୍ଷିବ ଧନ

0

ପୂଜା ପାଠ ଏବଂ ଭଗବାନଙ୍କର ଆରାଧନା ଆମେ ପ୍ରତିଦିନ କରିଥାଉ। ଏଥିପାଇଁ ଏହି ପୁଣ୍ୟ କର୍ମ କରିବା ସମୟରେ ଆପଣଙ୍କ ମନ ଏକ ଶାନ୍ତ ଏବଂ ଭକ୍ତି ପୂର୍ଣ୍ଣ ଅନୁଭବ କରୁଥିବା ଦରକାର୍। ମନ ଭିତରେ ଅଶାନ୍ତି ରହିଲେ ଏହି ପୂଜା କର୍ମ ର କୌଣସି ଯଥାର୍ଥତା ରହି ନଥାଏ।ଏହା ସହିତ ପୂଜା କରିବା ସମୟରେ କିଛି ନିୟମ, ସଂସ୍କାର, ବିଧି ଭିତରେ ଏହାକୁ କରିବା ଆବଶ୍ୟକ ଅଟେ। କାରଣ ଏମିତି କଲେ ଯାଇ ଆପଣଙ୍କ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଆପଣଙ୍କ ପୂଜା ଆରାଧନା ସଫଳ ହୋଇଥାଏ।ତେବେ ଅନେକ ଗୃହିଣୀ ବା ବ୍ୟକ୍ତି ବିଶେଷ ମାନଙ୍କୁ ପୂଜାର ଉଚିତ୍ ବିଧି ବା ନିୟମ ଜଣା ନଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ବିଶେଷ କଥା ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଏବଂ ଏଥିପାଇଁ କଣ ସବୁ ନିୟମ ରହିଛି ଓ ଏହାକୁ କିଭଳି ସମ୍ପାଦନ କରିବା ଆବଶ୍ୟକ ହୋଇଥାଏ।ଆଉ ଏହିଭଳି ପୂଜା ବିଧି କରିବା ପାଇଁ ଆପଣଙ୍କୁ ମାତ୍ର ୧୫ ରୁ ୨୦ ମିନିଟ ର ସମୟ ଦରକାର୍ ପଡ଼ିବ।

ପୂଜା ସ୍ଥାନର ଚୟନ- ପ୍ରଥମେ ଘରେ ଏକ ଶାନ୍ତପୂର୍ଣ୍ଣ ସ୍ଥାନ ଚୟନ କରନ୍ତୁ ଯେଉଁଠି ଶାନ୍ତି ଭରି ରହିଥିବ।ତାପରେ ସେଠାରେ ଗୋଟେ ଚୌକି ରଖି ଏହାକୁ ଏକ ହଳଦିଆ କି ଲାଲ ରଙ୍ଗର କପଡା ରେ ଆଚ୍ଛାଦିତ କରି ଏହା ଉପରେ ଠାକୁରଙ୍କୁ ସ୍ଥାପନ କରନ୍ତୁ।ଏକ ପ୍ରମୁଖ ଦେବତାଙ୍କୁ ଆପଣଙ୍କୁ ରଖନ୍ତୁ। ନହେଲେ ଆପଣ ଯାହାଙ୍କୁ ଅଧିକ ମାନନ୍ତି ବା ଭକ୍ତି କରନ୍ତି ତାଙ୍କୁ ମଧ୍ୟ ରଖି ପାରିବେ। ମନେ ରଖନ୍ତୁ ଆପଣ ଯେତେ ଅଧିକ ପ୍ରତିମା ଆପଣ ସ୍ଥାପନ କରିବେ ସେହି ହିସାବରେ ଆପଣଙ୍କ ନିଷ୍ଠା ବିଭାଜିତ ହେବ।

ପୂଜା ସାମଗ୍ରୀ- ପୂଜା ପାଇଁ ଆବଶ୍ୟକ ସାମଗ୍ରୀ ଯଥା ସୁଗନ୍ଧିତ ଅଗରବତୀ, ଧୂପ,ପାଞ୍ଚ ପାତ୍ର, ଚାମଚ, ନୈବେଦ୍ୟ ପାଇଁ ଜଳ, ଆରତୀ, ଜଳ ଢାଳିବା ପାଇଁ ତସ୍ତରି,ଚନ୍ଦନ, ରୋଲି, ଅକ୍ଷତ,ଘିଅ,ଦୀପ,କର୍ପୁର, ଲବଙ୍ଗ, ଇଲାଇଚି ଆଦି ଜିନିଷକୁ ଛୋଟ ଛୋଟ ଡବାରେ ପୁରାଇ ରଖନ୍ତୁ। ଆପଣ ଆସନ କୁଶର ଅଥବା ମଖମଲର ମଧ୍ୟ ନେଇ ପାରିବେ। ଏହାଛଡା ମାତା ଲକ୍ଷ୍ମୀ ଙ୍କ ମାଳା କରୁଥିଲେ ସ୍ଫଟିକ ମାଳ ମଧ୍ୟ ରଖି ପାରିବେ। ଚନ୍ଦନ ଓ ତୁଳସୀର ମାଳା ବ୍ୟବହାର କରନ୍ତୁ।

ଉପଯୁକ୍ତ ସମୟ- ଆପଣଙ୍କୁ ନିୟମିତ ଭାବରେ ପୂଜାପାଠ କରିବାକୁ ହେବ ଏବଂ ଉଚିତ୍ ସମୟରେ କଲେ ଆପଣଙ୍କୁ ଅନେକ ସୁଫଳ ମିଳିଥାଏ। ତେଣୁ କୁହାଯାଏ ପୂଜା ପାଠ କରିବା ପାଇଁ ସକାଳ ସମୟ ବହୁତ ଭଲ ହୋଇଥାଏ।

ଧ୍ୟାନ ଓ ଭକ୍ତି- ପୂଜା ପାଇଁ ଶାନ୍ତ ମନ ସହିତ ଧ୍ୟାନ ଓ ଏକାଗ୍ରତା ଜରୁରୀ ଅଟେ।ଏଥିପାଇଁ ନିଜର ମନ ଓ ଇନ୍ଦ୍ରିୟ ମାନଙ୍କୁ ଆୟତ୍ତ ଭିତରେ ରଖିବାକୁ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।