ଏହି ଜିନିଷ ଘରେ ରଖିଲେ ଆଉ କାମ କରିବନି ଗୁଣି ଗାରେଡ଼ି ୧୦୦% ଗ୍ୟାରେଣ୍ଟି

ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ବାବା ଦିବାକର ଦାସ ପୁଣିଥରେ ମାଳିକା ର ଏକ ବିଶେଷ ବିଷୟ ଉପରେ ବର୍ଣ୍ଣନା କରିଛନ୍ତି ଯାହା ଆମେ ଆଜି ଏହି ଲେଖାରେ ଜାଣିବା। ମହାପୁରୁଷ ଶିଶୁ ଅନନ୍ତଙ୍କ ବିଷୟରେ ଆମେ ଆଜି ଜାଣିବା। ବାଲିପାଟଣା ର ବାଲି ରେଣୁ ବିଷୟରେ ଆମେ ଜାଣିବା। ଯେଉଁ ଶିଶୁ ଅନନ୍ତ ସେଦିନ ଜଗନ୍ନାଥ ଦାସଙ୍କୁ ଯେଉଁ ସଂଦେହ କରି ନିଆ ଯାଇଥିଲା, ସେତେବେଳେ ଜଗନ୍ନାଥ ଦାସ୍ ତାଙ୍କ ନାରିତ୍ଵ ର ପ୍ରମାଣ କରିବାକୁ ଯାଇ ଖୋଲି ଦେଇଥିଲେ ତାଙ୍କର ବସ୍ତ୍ର ଏବଂ ସେତେବେଳ ତାଙ୍କ ବକ୍ଷରୁ ବାହାରିଥିଲା ଅଜସ୍ର କ୍ଷୀର। ଆଉ ତାକୁ ଶିଶୁ ଭାବରେ ଧାରଣ କରିଥଲେ ଅନନ୍ତ।

ଅନନ୍ତ ଧାରଣ କରି ଥିଲେ କୋଳରେ ରହି ଏବଂ ସେହି କ୍ଷୀର କୁ ଯଦି ଶିଶୁମାନେ ପାନ କରିଥାନ୍ତେ ତେବେ ସାରା ବିଶ୍ଵ ପୂରି ଯାଇଥାନ୍ତା।ସେଥିପାଇଁ ଅନନ୍ତ ହେଲେ ଶିଶୁ ଅନନ୍ତ। ତେଣୁ ସେହି ଶିଶୁ ଅନନ୍ତ ଯିଏ ବାଲିପାଟଣା ମାଟିରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ବିଷୟରେ ଅନେକ କଥା। ତେବେ ତାଙ୍କର ଅନେକ ମହିମା ରହିଛି ଏବଂ ଏହା ମଧ୍ଯ କୁହା ଯାଇଛି ଯେ ଯଦି ଆପଣ ବାଲିପାଟଣା ରୁ ସେଠାରେ ଥିବା ସମାଧି ରୁ ମୁଠାଏ ବାଲି ଆଣି ଆପଣଙ୍କ ଘରେ ରଖିବେ ତେବେ ଆପଣଙ୍କୁ ରୋଗ ହେବନାହିଁ। ଶରୀର ଭଲ ରହିବା ସହିତ ଯଦି ଆପଣ ଘରେ କିଛି ଗୁଣି ଗାରେଡ଼ି ଆଦି ସନ୍ଦେହ କରୁଥାନ୍ତି ତେବେ ସେସବୁ ସବୁ ଦୂର ହେବ।

ଅନେକ ସମୟରେ ଆପଣଙ୍କୁ ତନ୍ତ୍ର ମନ୍ତ୍ରର ଶିକାର ହେଲା ଭଳି ଯଦି ଲାଗୁଥାଏ ତେବେ ଆପଣ ସେହି ସ୍ଥାନରୁ ବାଲିକୁ ଆଣି ଘରେ ରଖିବେ ତେବେ ଏସବୁ ସମସ୍ୟା ଦୂର ହେବ। ବାଲିପାଟଣା ସମାଧି ର ବାଲି ଆଣି ରଖିବା ଦ୍ଵାରା ଆପଣ ଏସବୁ ସମସ୍ୟା ରୁ ମୁକ୍ତି ପାଇବେ ଏବଂ ରୋଗ ଭଲ ହେବ, ମନ ଶାନ୍ତି ରହିବା ସହିତ ନକରାତ୍ମକ ପ୍ରଭାବ ସବୁ ଦୂର ହେବ। ବାଲିପାଟଣା ର ମହାବାଲି ବିଷୟରେ ମହାପୁରୁଷ କହୁଛନ୍ତି ଯେ ସେଠାରେ ପଞ୍ଚ ମହାପୁରୁଷ ଏକାଠି ହୋଇଥିଲେ ଏବଂ ଏହା ଶିଶୁ ଅନନ୍ତଙ୍କ ପବିତ୍ର କ୍ଷେତ୍ର ଅଟେ।ଏହି ସ୍ଥାନ ବିଷୟରେ ଜାଣିବା ପରେ ଯାଇ ଲୋକେ ଏହି ସ୍ଥାନର ମହିମା ଏବଂ ଅଲୌକିକତାକୁ ଜାଣିବାକୁ ପାଇଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment