5 ମାସର ଝିଅକୁ ନିଜ କୋଳରେ ଧରି, ଏହି ମା ପ୍ରତିଦିନ 165 KM ଯାତ୍ରା କରନ୍ତି ଏହି ମା’ ଟିର ଦୁଃଖଭରା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସମଗ୍ର ପୃଥିବୀରେ ଦେବୀ ରୂପି ମାଆ ସର୍ବଶକ୍ତିମାନ ଅଟନ୍ତି ।ମାଆ ହିଁ ସମସ୍ତଙ୍କୁ ଏଇ ଧରା ପୃଷ୍ଠକୁ ଆଣିଥାନ୍ତି ।ସନ୍ତାନକୁ ଜନ୍ମ ଦେଇ ତାର ଲାଳନ ପାଳନ କରି ,ଜୀବନରେ ସମସ୍ତ କାର୍ଯ୍ୟରେ ମାଆର ଭୂମିକା ରହିଥାଏ ।ମାଆ ଟିଏ ସବୁ ଦୁଃଖ କଷ୍ଟ ସହି ,ନିଜେ ନ ଖାଇ ,ନ ପିଇ ,ତା ପିଲା କେମିତି ଭଲରେ ରହିବ ସେ କଥା ସେ ଭାବେ ।ସେ ତାର ପିଲା ପାଇଁ ଦୁନିଆ ସହିତ ଲଢିବା ପାଇଁ ମଧ୍ୟ ପଛାଏ ନାହିଁ ।ମାଆ ହେଉଛି ତା ପିଲା ପାଇଁ ସର୍ବଶକ୍ତିମାନ ,ସାହା ଭରସା ,ବିଶ୍ୱାସର ବାଡି ଶଦୃସ ଅଟେ ।ପିଲା ପାଇଁ ମାଆ ଟିଏ ସବୁକିଛିି କରିପାରେ ।

ମାଆର ମମତା ଅପାର ଅଟେ ।ଯଦି କେବେ ଗୋଟେ ସ୍ତ୍ରୀ ର ସ୍ୱାମୀ କୌଣସି କାରଣରୁ ମୃତ୍ୟ ବରଣ କରିଥାଏ ,ତେବେ ସେ ସ୍ତ୍ରୀ ଯେତେ ଅସୁବିଧାରେ ପଡିଲେ ବି ସେ ସବୁ କିଛି ସହି ତା ଛୁଆର ଲାଳନ ପାଳନ କରିଥାଏ ।ସେମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଗୋଟେ ମାଆ ଟି ତାର 5 ମାସର ଛୁଆ କୁ ନେଇ 165 କିଲୋମିଟର ଠିଆ ହେଇ ହେଇ ଗାଡିରେ ଯିବାର ପ୍ରତିଦିନ ନଜର ଆସିଛି ।

ସିପ୍ରା ଦିକ୍ଷୀତ ଏମିତି ଛୋଟ ଛୁଆଟିକୁ ନେଇ କେବଳ ପଇସା ଉଠା କାର୍ଯ୍ୟ କରୁଥିଲେ ,ସେଥିପାଇ ତାଙ୍କୁ ଏ ସବୁରୁ ଛୁଟି ମିଳୁ ନ ଥିଲା ।ସେଇ ଯାତ୍ରୀ ଗଣଙ୍କ ଭିତରେ ସେ ନିଜ ପିଲାର କେବଳ ଖାଇବାର ନଜର ଦେଇ ପାରୁଥିଲେ ,ସେଥିପାଇଁ ତାଙ୍କ ଉପରେ ବହୁତ ଯାତ୍ରୀମାନେ ବି ଅଧିକାଂଶ ସମୟ ରହିଛନ୍ତି ।ହେଲେ ସେ ପିଲାର ଖାଇବା ଉପରେ ଲକ୍ଷ୍ୟ କରୁଥିଲେ ଭଲଭାବରେ ।

ତଥାପି ତା ଶରୀର ଉପରେ ନଜର ଥିଲା ସିପ୍ରା ଦିକ୍ଷୀତ ଙ୍କର । ସେ କେବେ ବି ପିଲାଟିକୁ ଥଣ୍ଡା ପବନ ଲାଗିବା ପାଇଁ ଦେଉ ନ ଥିଲେ ।ପିଲାଟିକୁ ଭଲ ଭାବରେ ଘୋଡେଇ ଆଣୁଥିଲେ ।ସେ ଏମିତି କରିବାର କାରଣ ଥିଲା କି ସିପ୍ରା ଦିକ୍ଷୀତଙ୍କ ଘରେ ତାଙ୍କ ଛଡା ଆଉ ଅନ୍ୟ କେହି ମହିଳା ନ ଥିଲେ ଯାହା ପାଇଁ ପିଲାଟିର ଭାର ପୋଷଣ କରିବା ପାଇଁ ତାଙ୍କୁ ଏମିତି କରିବୀାକୁ ପଡୁଥିଲା ।

 


ସିପ୍ରା ଦିକ୍ଷୀଙ୍କ ବାପା ପି କେ ସିଂ ଜଣେ ପରିବହନ କେନ୍ଦ୍ର ର କଣ୍ଡକ୍ଟର ଥିଲେ ।ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଏଇ ସବୁ କାମ କରୁଛନ୍ତି ।ସିପ୍ରାଙ୍କ କହିବା ଅନୁସାରେ ସେ ଜଣେ ବହୁତ ଭଲ ଛାତ୍ରୀ ଥିଲେ ।ତାଙ୍କ ପଢା ଅନୁସାରେ ତାଙ୍କୁ ଚାକିରି ମିଳି ନାହିଁ ।ସେ ଜଣେ ବିଜ୍ଞାନ ଛାତ୍ରୀ ଥିଲେ ।ସେ ମଧ୍ୟ ପୋଷ୍ଟ ଗ୍ରାଜୁଏଟ୍ ମଧ୍ୟ ହେଇଥିଲେ ।ସେ ଏମିତି କାମ କରିବାର ମଧ୍ୟ କାରଣ ଦର୍ଶେଇଛନ୍ତି ।କାରଣ ହେଉଛି କି ,ସେ ତାଙ୍କ ପରିବାରରେ ବହୁତ ଅଭାବ ଅସୁବିଧାରେ ଚଳୁଥିଲେ । ତେଣୁ ସେ ଏପରି କାର୍ଯ୍ୟ କରୁଛନ୍ତି ।ସେ ଏବେ ୟୁ.ପି.ଏମ୍.ଏ.ଙ୍କୁ ମିନତି କରୁଛନ୍ତି କି ତାଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ଚାକିରି ମିଳୁ ।