ଏହି ମହିଳା ମାନଙ୍କ ସହ ବାବା ରାମଦେବର ଫଟୋ ମାନଙ୍କର ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….ଜାଣନ୍ତୁ ଫୋଟୋ ପଛର ସତ୍ୟତା

0

ଅନେକ ଭଣ୍ଡବାବା ମାନଙ୍କ ବିଷୟରେ ଆପଣ ମାନେ ପୂର୍ବରୁ ଜାଣିଥିବେ , ସେମାନଙ୍କର ଅନେକ ତାଲିକା ମଧ୍ୟ ଆମ ମାନଙ୍କ ପାଖରେ ରହିଛି । ବହୁତ ଦୁଃଖଦ କଥା ଏହାକି ଯେ ଏହି ତାଲିକାରେ ବର୍ତ୍ତମାନ ୟଗାଗୁରୁ ରାମଦେବ ବାବାଙ୍କର ନା ଜଡି ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ନା ରେ କୌଣସି ଭୁଲ ତଥ୍ୟ ଆମ୍ଭେମାନେ ଦେଖିବାକୁ ପାଇନଥିଲୁ କିନ୍ତୁ ଗୋଟିଏ ଫୋଟରେ ରାମଦେବ ବାବାଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କୁ ସନ୍ଦେହ କରିବାରେ ଲାଗିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଫୋଟର ସତ୍ୟତା ବିଷୟରେ ।

ଆମ ସମାଜରେ ଲୋକମାନଙ୍କର ଭକ୍ତି ଓ ଆସ୍ଥା ବେଶି ଦେଖାଯାଏ , ସେଥିପାଇଁ ଲୋକମାନେ ନିଜ ଗୁରୁ ହିସାବରେ ସେମାନେ ବାବା ମାନଙ୍କୁ ମୁଣ୍ଡ ଉପରେ ଚଢିଦେଇଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସେହି ବାବା ମାନେ ପ୍ରକୃତରେ ଭଣ୍ଡ ବାବା ଏବଂ ସେମାନେ ଲୋକମାନଙ୍କୁ ଠକୁଥିଲେ । ଆମ ଓଡିଶାରେ ମଧ୍ୟ ସାରଥୀ ବାବାଙ୍କର ଭଣ୍ଡାମି ଧରାପଡିଥିଲା , ଏପରି ବହୁତ ଗୁଡିଏ ଭଣ୍ଡବାବା ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଆମ୍ଭେମାନେ ଜାଣିଛୁ । କିନ୍ତୁ ବର୍ତ୍ତାମନ ଏହି ତାଲିକାରେ ରାମଦେବ ବାବାଙ୍କର ନା ମଧ୍ୟ ଯୋଡାଯାଉଛି କାରଣ ହେଉଛି ଏହି ଫୋଟ । ଏହି ଫୋଟ ଟିକୁ ଆପଣ ମାନେ ଭଲ ଭାବରେ ଦେଖନ୍ତୁ , ଏହି ଫୋଟ ତଳେ ଲେଖାଯାଇଛି ଯେ ଏହାଙ୍କର ସମୟ ମଧ୍ୟ ବହୁତ ଶୀଘ୍ର ଆସୁଛି ।

ଏହି ଫୋଟ ଟିକୁ ଯେଉଁ ବ୍ୟକ୍ତି ପୋଷ୍ଟ କରିଛନ୍ତି ସେ ସିଧାସଳଖ ଭାବେ କହିବାକୁ ଚାହୁଛନ୍ତି ବର୍ତ୍ତମାନ ଆଉ ଗୋଟିଏ ଭଣ୍ଡବାବା ଦେଖାଯିବେ । ସେ ହେଉଛନ୍ତି ଯୋଗଗୁରୁ ରାମଦେବ ବାବା , ଏହି ଫୋଟଟି 2014 ମସିହାରେ ଭାଇରାଲ ହୋଇଥିଲା ଏବଂ ଏହି କଥାଟି ସମସ୍ତେ ମଧ୍ୟ ଜାଣିଥିଲେ । କିନ୍ତୁ ରାମଦେବ ବାବା ନିଜର ଅଫିସିଆଲ ଆକାଉଣ୍ଡରେ 26 ନଭେମ୍ୱର 2014 ରେ ତାଙ୍କର ବିବରଣୀ ପ୍ରଦାନ କରିଥିଲେ ।

ଏହି ବିବରଣୀରେ ସିଧାସଳଖ ଲେଖିଛନ୍ତି ଯେ ଏହି ଝିଅଜଣଙ୍କର ନା ହେଉଛି ପ୍ରିତୀ ସିଂ ଏହାର ବୟସ ହେଉଛି 27 ବର୍ଷ ଏବଂ ଏହି ଝିଅଟି କ୍ୟାନସର ରୋଗରେ ପୀଡିତ ଅଛନ୍ତି । ଆମ୍ଭେମାନେ ବେଦାନ୍ତ ହସ୍ପିଟାଲରେ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲୁ , ମୁଁ ତାଙ୍କୁ ଆଶୀର୍ବାଦ ଦେଲି , ପ୍ରାଣାୟାମ ଶିଖେଇଲି ଏବଂ ମୁଁ ଆମର ପତଞ୍ଜଳିର ଯେଉଁ ଔଷଧ ତିଆରି ହେଉଛି କ୍ୟାନସର ପାଇଁ , ସେହି ଔଷଧ ମଧ୍ୟ ମୁଁ ତାଙ୍କୁ ପ୍ରଦାନ କରିଥିଲି ।

ମହିଳା ଜଣଙ୍କର ଏଭଳି ପରିସ୍ଥିତିରେ ମଧ୍ୟ ତାଙ୍କର ଫୋଟ ଭାଇଲାଲ କରାଯାଉଛି ଏବଂ ତାଙ୍କ ସହ ମତେ ଯୋଡା ଯାଉଛି । ଏହାଛଡା ରାମଦେବ ବାବା ଏହା ମଧ୍ୟ କହିଥିଲେ ଯେ ଯଦି ଏହି ମହିଳାଙ୍କର ସ୍ଥାନରେ ଆପଣଙ୍କର କେହି ପ୍ରିୟଜନ ବା ଆପଣଙ୍କର ପରିବାର ଲୋକ କେହିଥାନ୍ତି । ଆପଣ କଣ ଏହି ଫୋଟକୁ ଏପରି ଭାଇରାଲ କରିଥାନ୍ତେ ଏବଂ ରାମଦେବ ବାବା ଏହା ମଧ୍ୟ ଅନୁରୋଧ କରିଥିଲେ ଯେ ଏହି ଫୋଟଟିକୁ ଅତ୍ୟଧିକ ସେୟାର କରନ୍ତୁ ଯେମିତି ସମସ୍ତ ଲୋକମାନଙ୍କ ପାଖରେ ଏହି ଇନଫରମେସନ ମଧ୍ୟ ପହଞ୍ଚିପାରୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।