ପାରାସେଟାମଲ୍‌ ଖାଉଛନ୍ତି କି ? ଏହି ପ୍ରକାର ପାରାସେଟାମଲ୍‌ ମାରାତ୍ମକ, ନେଇଯାଇପାରେ ଜୀବନ…ଶୀଘ୍ର ଦେଖନ୍ତୁ

0

ପାରାସିଟାମଲ ଏମିତି ଏକ ଔଷଧ ଯାହାକୁ ପ୍ରତ୍ୟେକ ମଣିଷ ଥରୁ ଟିଏ ହେଉ ପଛକେ ଖାଇଥିବେ । ସାଧାରଣତଃ ଜ୍ୱର ବା ଦେହ ବିନ୍ଧାବିନ୍ଧି ହେଲେ ଆମ୍ଭେ କମ୍ୱିନେଟେଡ ପାରାସିଟାମଲ ଖାଇଥାଉ । କିନ୍ତୁ ଏହା ଆମ ଶରୀର ପାଇଁ କେତେ ସୁରକ୍ଷିତ ତାହା କେବେ ଆପଣ ଭାବିଛନ୍ତି ବୋଧ ହୁଏ ନା । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଔଷଧ ବିଷୟରେ ଏମିତି କିଛି ସୂଚନା ଦେବୁ ଯାହା ଆପଣଙ୍କୁ ଦହୋଲାଇ ଦେବ ।

ଏକ୍ସପର୍ଟ ଙ୍କ ଅନୁସାରେ 325 ମିଲିଗ୍ରାମର ଅଧିକ ଡୋଜ ର କମ୍ୱିନେଟେଡ ପାରାସିଟାମଲ ଖାଇବା ଦ୍ୱାରା ଲିଭରରେ ଟକ୍ସିସିଟି ଆଶଙ୍କା ଉତ୍ପନ୍ନ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ କମ୍ୱିନେଟେଡ ଅର୍ଥ ଯେଉଁ ଔଷଧରେ ପାରାସିଟାମଲ ସହ ଅନ୍ୟ ଔଷଧ ସବୁ ମିଶିଥାଏ । ଏହି କାରଣରୁ ଡ୍ରଗ କଣ୍ଟ୍ରଲ ଅଫ ଇଣ୍ଡିଆ 325 ମିଲିଗ୍ରାମ ଡୋଜରୁ ଅଧିକ କମ୍ୱିନେଟେଡ ପାରାସିଟାମଲ କୁ ବ୍ୟାଙ୍କ କରିଛନ୍ତି । କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ 325 ଏମଜିରୁ ଅଧିକ ଡୋଜର କମ୍ୱିନେଟେଡ ପାରାସିଟାମଲ ଖୋଲା ଖୋଲି ବିକ୍ରି ହେଉଛି ।

ମାସେ ତଳେ ଡିସିଜିଆଇ ସବୁ ମେଡିକାଲକୁ ଅନ୍ୟ ସଲ୍ଡ ସହ କମ୍ୱିନେସନରେ ପାରାସିଟାମଲ 500mg ବଦଳରେ 325 mg ର ପାରାସିଟାମଲ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏହି ସବୁ ଔଷଧ ଯେମିତି ବିକ୍ରି ନହୁଏ ତାର ତଦାରଖ କରିବା ପାଇଁ ସବୁ ଡ୍ରଗ୍ସ ଇନସପେକ୍ଟର ଙ୍କୁ ଦାୟିତ୍ୱ ଦେଇଥିଲା ଡିସିଜିଆଇ । ହେଲେ ଏ ଯାଏ କୌଣସି ନିର୍ଦ୍ଦେଶ ପାଇ ନଥିବା ଔଷଧ ଦୋକାନୀ ମାନେ କହିଛନ୍ତି । କେବଳ ସେତିକି ନୁହେଁ ଏବେବି ଡାକ୍ତର ମାନେ ଏଭଳି ଔଷଧ ପାଇଁ ଲେଖୁଥିବା ଜଣାଯାଇଛି । ଡିସିଜିଆଇଙ୍କ ମତରେ କୌଣସି ବୟସ୍କ ଲୋକଙ୍କୁ 24 ଘଣ୍ଟା ମଧ୍ୟରେ 2 ଗ୍ରାମ ପର୍ଯ୍ୟନ୍ତ ପାରାସିଟାମଲ ଦିଆଯାଇପାରେ ।

ଅର୍ଥାତ୍ 500 mg କିମ୍ୱା 600mg ର ପାରାସିଟାମଲ ଟାବଲେଟ କୁ 24 ଘଣ୍ଟା ମଧ୍ୟରେ 3 ଥରରୁ ଅଧିକ ଦିଆଯିବା କଥା ନୁହେଁ । ଏହି ମାତ୍ରାରୁ ଅଧିକ ପାରାସିଟାମଲ ଖାଇବା ଦ୍ୱାରା ଶରୀର ବହୁ ପ୍ରକାର ରୋଗକୁ ଆମନ୍ତ୍ରଣ କରିଥାଏ । ଏହାଦ୍ୱାରା ଲିଭର ଟକ୍ସିସ ସହ ସିରଶିସ ଭଳି ରୋଗ ହେବାର ଆଶଙ୍କା ରହିଛି । ତେବେ ଆମକୁ ମିଳିଥିବା ସୂଚନା ଅନୁସାରେ ବଜାରରେ ଏବେବି ପାରାସିଟାମଲ ସହ ମିଶ୍ରଣ ଥିବା 100 ରୁ ଅଧିକ ମେଡିସିନ ଖୁଲମ ଖୋଲା ବିକ୍ରି ହେଉଛି । କୋରନା ଆସିବା ପରେ ପ୍ରତିଦିନ ପ୍ରାୟ 10 ହଜାରରୁ ଅଧିକ ଷ୍ଟିପର ପାରାସିଟାମଲ ଏବେ ଦୋକାନୀ ବିକ୍ରି କରୁଛନ୍ତି ।

କିନ୍ତୁ ଏହାର ଓଭର ଡୋଜ ଯୋଗୁଁ ବ୍ୟକ୍ତିର ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି , ତେଣୁ 325 mg ରୁ ଅଧିକ ଡୋଜ କମ୍ୱିନେସନ ପାରାସିଟାମଲ ନଖାଇବାକୁ ଲୋକଙ୍କୁ ଉପଦେଶ ଦିଆଯାଉଛି । ତେଣୁ ଦର୍ଶକବନ୍ଧୁ ଆପଣ ମାନେ ଯଦି ପାରାସିଟାମଲ ଖାଉଛନ୍ତି ତେବେ ଡକ୍ଟରଙ୍କ ସହ ପରାମର୍ଶ କରି ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।