Health Tips – ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କର କେଉଁ ଭିଟାମିନ ର ଅଭାବ ହେଉଛି ଏବଂ ଏହାର ନିରାକରଣ କରନ୍ତୁ

0

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଭିନ୍ନ ଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ର ଆବଶ୍ୟକତା ରହିଛି , ଏଥିରେ ଭିଟାମିନ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସବୁ ପ୍ରକାର ଭିଟାମିନ ର ଆବଶ୍ୟକତା ପଡିଥାଏ । ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ , କିଛି ଭିଟାମିନର ଅଭାବ ଦେଖାଗଲେ ଆମ ଶରୀରରେ କିଛି ରୋଗର ସମସ୍ୟା ଦେଖା ଦେଇଥାଏ । ତେବେ ଏମିତି କିଛି ଲକ୍ଷଣ ରହିଛି , ଯାହାକୁ ଆପଣ ମାନେ ଲକ୍ଷ୍ୟ କଲେ ସହଜରେ ଜାଣି ପାରିବେ ଆପଣଙ୍କ ଶରୀରରେ କେଉଁ କେଉଁ ଭିଟାମିନର ଅଭାବ ରହିଛି । ତେବେ ଆସନ୍ତୁ ଜାଣିବା ।

1. ନିଦ ନହେବା :-

ଯଦି ଆପଣଙ୍କୁ ନିଦ ହେଉନାହିଁ , ତାହେଲେ ଆପଣଙ୍କ ଶରୀରରେ ପଟାସିୟମ କମିଥାଇ ପାରେ । ପଟାସିୟମ କମି ଥିବାର ଆଉ ଏକ ଲକ୍ଷଣ ହେଇଛି ଗୋଡର ମାଂଶପେଶୀ କାଟି ହେବା । ପଟାସିୟମର ଅଭାବ ଦୂର କରିବା ପାଇଁ ପଇଡ ପାଣି , କଦଳୀ ଓ ବିଟ୍ ସେବନ କରି ପାରିବେ ।

2. ଅତ୍ୟଧିକ ମିଠା ଖାଇବାକୁ ଇଚ୍ଛା କରିବା :-

ଯଦି ଆପଣଙ୍କୁ ବାରମ୍ୱାର ମିଠା ଖାଇବାକୁ ଇଚ୍ଛା ହେଉଛି , ତେବେ ଆପଣଙ୍କ ଶରୀରରେ ଗ୍ଲୁକୋଜ କମିଯାଇଥାଇ ପାରେ । ଗ୍ଲୁକୋଜର ଅଭାବ ଦୂର କରିବା ପାଇଁ ମହୁ କିମ୍ୱା ଫଳର ସେବନ କରନ୍ତୁ , ଏଥିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ ଥାଏ ।

3. ଚର୍ମ ଶୁଖିଲା ଦେଖାଯିବା :-

ଯଦି ଆପଣଙ୍କ ଚର୍ମ ଅଧିକ ମାତ୍ରାରେ ଶୁିଖିଲା ହୋଇ ଯାଉଛି , ତାହାଲେ ଆପଣଙ୍କ ଶରୀରରେ ଭିଟାମିନ E କମିଯାଉଛି । ଏଥିପାଇଁ ଆପଣ ବାଦାମ ଏବଂ ପାଳଙ୍ଗ ଖାଇ ପାରନ୍ତି , ଏଥିରେ ଭିଟାମିନ ଇ ପ୍ରଚୁର ପରିମାଣରେ ମିଳିଥାଏ ।

4. ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେବା :-

ଯଦି ଆପଣଙ୍କୁ ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେଉଛି , ତେବେ ଆପଣଙ୍କ ଶରୀରରେ ଆଇରନ ବା ଲୌହ ଜିନିଷ କମି ଯାଇଥାଇ ପାରେ । ଏଥିପାଇଁ ଆପଣ କିସମିସ୍ , ମୁଗ ଓ ଚଣା ଖାଆନ୍ତୁ ଏଥିରେ ଆଇରନର ମାତ୍ରା ଅକ ଥିବାରୁ ଏହା ଶରୀରରେ ଲୌହ ଭାଗ ପୂରଣ କରିଦେବ ।

5. ମାଢିରୁ ରକ୍ତ ବହିବା :-

ଦାନ୍ତ ମାଢିରୁ ରକ୍ତ ବାହାରିବା ଅନେକ ଅସୁବିଧାର ଲକ୍ଷଣ ହୋଇପାରେ , କିନ୍ତୁ ଏହାର ପ୍ରମୁଖ ସୂଚନା ହେଲା ଆପଣଙ୍କ ଶରୀରରେ ଭିଟାମିନ C ର ଅଭାବ । ଏଥିପାଇଁ ଆପଣ ଖଟା ଫଳ ଯେମିତିକି କମଳା , ମୌସୁମି , କାଗଜ ଲେମ୍ୱୁ ଖାଆନ୍ତୁ ।

6. କେଶ ଝଡିବା :-

ଯଦି ଆପଣଙ୍କର ଅତ୍ୟଧିକ ଚୁଟି ଝଡୁଛି ଓ ଚୁଟିରେ ଚମକ ଆସୁନାହିଁ ,ତେବେ ଏହା ଆପଣଙ୍କ ଶରୀରରେ ଭିଟାମିନ B7 ,ଜିଙ୍କ ଓ ପ୍ରୋଟିନର ଅଭାବ ହୋଇଥାଇ ପାରେ । ଏହି ଅଭାବକୁ ଦୂର କରିବା ଲାଗି ଅଣ୍ଡା , ଡାଲି ,ଚଣା , ବାଦାମ ଏବଂ କଥାରୁ ମଞ୍ଜି ଖାଆନ୍ତୁ ।

7. ଓଜନ ହ୍ରାସ ହେବା :-

ବିନା କାରଣରେ ଯଦି ଆପଣଙ୍କର ଓଜନ ହ୍ରାସ ହେଉଛି , ତେବେ ଏହା ଭିଟାମିନ D ଅଭାବ ଯୋଗୁଁ ହେଉଛି ବୋଲି ଜାଣନ୍ତୁ । ଏହି ଅଭାବକୁ ଦୂର କରିବା ପାଇଁ ମାଛ , ଅଣ୍ଡା , ଛତୁ କୁ ଖାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।