ଓଡିଶା ସରକାର ଙ୍କ ବଡ ନିଷ୍ପତି ! ଏହି ତାରିଖ ରେ ଖୋଲିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କର ବିଦ୍ୟାଳୟ ଓ କଲେଜ ! ଜାଣିରଖନ୍ତୁ ଏବଂ ସେୟାର କରନ୍ତୁ…

0

ସରକାର ଙ୍କ ପକ୍ଷରୁ ବର୍ତ୍ତମାନ କିଛି ବଡ଼ ଅପଡେଟ ଆସିଛି । ସ୍କୁଲ୍ ଖୋଲିବା କୁ ନେଇ ଏବେ କିଛି ବଡ଼ ଘୋଷଣା ଜାରି ହୋଇଛି ଯେ ଫେବୃଆରୀ ୮ ରୁ କେଉଁ ଭଳି ଭାବେ ନବମ , ଏକାଦଶ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ୍ ଆଦି ଖୋଲାଯିବ ଓ ରୀତିମତ ଭାବରେ କ୍ଲାସ ମଧ୍ୟ କରାଯିବ । ତା ଛଡା ଯୁକ୍ତ ତିନି , ପିଜି ପରୀକ୍ଷା ପାଇଁ ମଧ୍ୟ କଲେଜ୍ ଖୋଳାଯିବ । ଆଉ ଏହା ଛଡ଼ା ଯଦି ଆପଣ ମାନେ ଭାବୁଥିବେ ଯେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ର ପିଲା ମାନଙ୍କ ସ୍କୁଲ୍ କେବେ ଖୋଲା ଯିବ ବୋଲି ତେବେ ଏଥିପାଇଁ ମଧ୍ୟ କିଛି ବଡ଼ ଅପଡେଟ ଆସି ଯାଇଛି । ତେବେ କଣ ରହିଛି ଅପଡେଟ ଟି ଆସନ୍ତୁ ଜାଣିବା ;

ଆସନ୍ତା ୧୦ ତାରିଖ ରୁ ଆରମ୍ଭ ହେବ ପିଜି ପାର୍ଟ ୱାନ କ୍ଲାସ୍ ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଙ୍କ ସୂଚନା ଅନୁସାରେ ଆସନ୍ତା ୧୦ ତାରିଖ ରୁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପିଲା ମାନଙ୍କ ପାଇଁ କ୍ଲାସ ରୁମ୍ ପାଠ୍ୟକ୍ରମ ଆରମ୍ଭ ହେବ । ଫେବୃଆରୀ ୮ ରୁ କଲେଜ୍ , ବିଶ୍ଵବିଦ୍ୟାଳୟ ଓ ହଷ୍ଟେଲ ମଧ୍ୟ ଖୋଲାଯିବ । ସମସ୍ତ କଲେଜ୍ ମାନଙ୍କ ରେ କୋଭିଡ ନିୟମାବଳୀ କୁ ଦୃଷ୍ଟି ରେ ରଖି ପଠା ପଢା ଆରମ୍ଭ ହେବ ବୋଲି ନିଷ୍ପତି ନିଆ ଯାଇଛି ।

ସମସ୍ତ ଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ସହିତ ଶ୍ରେଣୀ ଗୃହ , ଲାଇବେରି , ଲେବୋଟରି ଆଦି ରେ ସାମାଜିକ ଦୂରତା କୁ ଅବଲମ୍ବନ କରାଯିବ । ସେହି ପରି ୟିଯୁ କୋର୍ସ ର ତୃତୀୟ ସେମିଷ୍ଟର ଓ ଚାରି ବର୍ଷ ଇୟୁଜି କୋର୍ସ ର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ଏପ୍ରିଲ ଟି ୩୦ ଏପ୍ରିଲ ମଧ୍ୟରେ ହେବ । ଆଉ ଏହା ପରେ ମେ ୩୧ ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ ଜୁନ ରୁ ୧୯ ଜୁନ୍ ପର୍ଯ୍ୟନ୍ତ ହେବ । ୨୦ ଜୁଲାଇ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ।

ତେବେ ଏହା କିଛି ଯୁକ୍ତ ତିନି ଓ ପିଜି ପାଠ୍ୟକ୍ରମ ପାଇଁ କିଛି ବଡ଼ ଅପଡେଟ ।ତେବେ ବର୍ତ୍ତମାନ ଅନେକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଚାଲିଛି ଯେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ମାନଙ୍କ ର କେବେ ସ୍କୁଲ ଖୋଲିବ ଓ ପାଠ ପଢ଼ା ଆରମ୍ଭ ହେବ ତେବେ ଏନେଇ ବର୍ତ୍ତମାନ କୌଣସି ବିଧି ବଧ ଭାବେ ସୂଚନା ମିଳି ନାହିଁ  ।

କିନ୍ତୁ ଏମିତି ଆଶା କରାଯାଉଛି ଯେ ଏହି ସବୁ ସ୍କୁଲ୍ ମଧ୍ୟ ଫେବୃଆରୀ ମାସ ୧୫ ତାରିଖ ସୁଦ୍ଧା ଏହି ସବୁ ସ୍କୁଲ୍ ଖୋଲାଯିବ ବୋଲି ଆଶା କରାଯାଉଛି । ତେବେ ଯେତେବେଳେ ଏନେଇ କିଛି ସଠିକ୍ ସୂଚନା ଆସିଯିବ ଆମେ ମାନେ ଆପଣ ଙ୍କୁ ନିଶ୍ଚୟ ଜଣାଇବୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।