ଆଶ୍ଚର୍ଯ୍ୟ !! ଏଇ ଘର ପାଇଁ ପ୍ରଧାନମନ୍ତ୍ରୀ ମୋଦି ( Modi ) ଦେବେ ପ୍ରାଇଜ… ଘର ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ |ତେବେ ସେହଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଇଛି କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଆବାସ ଯୋଜନା ରେ ମିଳିଥିବା ଟଙ୍କା ଓ ନିଜର ଶ୍ରମ ରୁ ମିଳିଥିବା ଟଙ୍କା କୁ ବ୍ୟବହାର କରିକି ବ୍ୟକ୍ତି ଜଣଙ୍କ ବନେଇଛନ୍ତି ସ୍ବର୍ଣ୍ଣ ର ମହଲ | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆକର୍ଷିତ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରଟି ବନେଇବା ବିଷୟରେ କଣ କହୁଛନ୍ତି ଘରର ମାଲିକ ଜଣଙ୍କ ତାହା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଘର ଟି ହେଉଛି ଗଜପତି ଜିଲ୍ଲା କାଶୀ ନଗର ଗ୍ରାମ 4 ନମ୍ବର ୱାର୍ଡ ରେ ବସବାସ କରୁଥିବାବଲାକି ସଞ୍ଜୀବ ରାଉ ଙ୍କ ଘର | ଆଉ ସେ ହେଉଛନ୍ତି ଜଣେ ଦିନ ମୋଜୁରିଆ | ବିବାହ ଓ ବିଭିନ୍ନ ଭୋଜି ରେ ଲୋକ ମାନଙ୍କର ଘରକୁ ଯାଇଥାନ୍ତି ରୁଷେଇ କରିବା ପାଇଁ | ଆଉ ସେଠାରୁ ଯାହା ଅର୍ଥ ମିଳେ ସେଥିରେ ତାଙ୍କର ସାରା ପରିବାର ବେଶ ହସ ଆଉ ଖୁସିରେ ଚଳି ଯାଇଥାଏ ବୋଲି କୁହାଯାଉଛି | ତେବେ ଯାହା ଜଣା ପଡିଛି କି ଦୀର୍ଘ ଦିନ ଧରି ସଞ୍ଜୀବ ତାଙ୍କର ପରିବାରକୁ ନେଇକି ଗୋଟିଏ ଛୋଟ କୁଡ଼ିଆ ଘରେ ଥିଲେ |

ଆଉ ଯାହା ଜଣା ପଡିଛି କି କୁଡ଼ିଆ ପାଇଁ ଫୋର୍ମ ଏପ୍ଲାୟ କରିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା | ଆଉ ଯାହା ଜଣା ପଡିଛି କି ସେହି ଯୋଜନା କୁ ଆଧାର କରିକି ତାଙ୍କୁ ମିଳିଥିଲା 2 ଲକ୍ଷ ଟଙ୍କା | ତେବେ ସେ ସେହି 2 ଲକ୍ଷ ଟଙ୍କା କୁ ନେଇକି ଓ ତାଙ୍କର ପରିଶ୍ରମ ରେ ଅର୍ଜିତ କରିଥିବା ଟଙ୍କା କୁ ନେଇକି ଆରମ୍ଭ କରି ଦେଇଥିଲେ ସ୍ୱପ୍ନରେ ଘର ତିଆରି କରିବାକୁ | ଆଉ ମିସ୍ତ୍ରୀ ମାନଙ୍କ ସହିତ ସେ ନିଜେ ମିଶିକି ତିଆରି କରିବାକୁ ଲାଗିଥିଲେ ଘର |

ଆଉ ସେ ଯେଉଁ ଘର କରିଥିଲେ ତାହା ଭୁବନେଶ୍ୱର ରେ ତିଆରି ରାଜ ମହଲ ଠାରୁ କମ ନ ଥିଲା | ଆଉ ଏତେ ସୁନ୍ଦର ଭାବରେ ନିଆରା ଶୌଳି ରେ ବନେଇଥିଲେ ଘର କି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁ ଘର ପାଇଁକି ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ଙ୍କ ପାଖରୁ ମଧ୍ୟ ପୁରସ୍କାର ପାଇବା ପାଇଁ ନିମନ୍ତ୍ରିତ ଅଛନ୍ତି | ଆଉ ଯାହାକୁ ନେଇକି ସମସ୍ତେ ଖୁସି ମଧ୍ୟ ଅଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment