ଏକା ଏକା ତପସ୍ବିନୀ ସାକ୍ଷୀ ସେଇ ବ୍ରହ୍ମାନଗର ଲେନ…ଦେଖନ୍ତୁ ଅଭାବନୀୟ ଦୃଶ୍ୟ

0

ମଣିଷ ଜନ୍ମ ରେ ସୁଖ ଦୁଃଖ ଉଭୟ ଲାଗି ରହିଥାଏ। ଦୁନିଆରେ ଏପରି କୌଣସି ଲୋକ ନାହାନ୍ତି ଯେଉଁ ମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସିନଥାଏ ବା ଦୁଃଖ ଆସିନଥାଏ। ପୂର୍ବ ଅପେକ୍ଷା ଲୋକ ମାନଙ୍କ ଜୀବନ ଶୈଳୀ ରେ ଅନେକ ପ୍ରକାର ପରିବର୍ତ୍ତନ ଆସିଲାଣି। ଯେତେ ମାତ୍ରାରେ ସବୁକିଛି ପରିବର୍ତ୍ତନ ହେଉଛି। ସେହି ଭଳି ମାତ୍ରାରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଉଛି। ପ୍ରତ୍ୟେକ ଦିନ ସମାଜରେ ଅନେକ ପ୍ରକାର ଘଟଣା ଦେଖିବା ପାଇଁ ମିଳୁଛି। ତେବେ ଏହିସବୁ ସମସ୍ୟା ମଧ୍ୟରେ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି।

ବିଶେଷ କରି ଆଜି କାଲି ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଭଲ ପାଇ ନିଜ ଇଚ୍ଛା ଅନୁସାରେ ବିବାହ କରିବା କାରଣରୁ ପିତା ମାତା ପିଲା ମାନଙ୍କର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରୁନାହାନ୍ତି। ଏହା ପରେ ଆରମ୍ଭ ହୋଇଯାଉଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା। ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି। ଯଦି ଦେଖିବା ଆମ ଓଡିଶାରେ ମଧ୍ୟ ଏଭଳି ଏକ ଘଟଣା ଯାହାକି ବ୍ରହ୍ମପୁର ତପସ୍ୱିନୀ ନିଜ ସ୍ୱାମୀଙ୍କ ସହିତ ରହିବା ପାଇଁ ଦୀର୍ଘ ୪୦ ଦିନରୁ ଉର୍ଦ୍ଧ୍ବ ସମୟ ଧରି ନିଜ ସ୍ୱାମୀଙ୍କ ଘର ଆଗରେ ବସିରହିଥିଲା।

ତେବେ ଅନେକ ସଙ୍ଘର୍ଷ ପରେ ଶେଷରେ ଆଇନ ଲଢେଇ ରେ ଜିତି ଗଲେ। ଆଉ ତାଙ୍କୁ ନିଜ ସ୍ୱାମୀଙ୍କ ଘର ଭିତରେ ରହିବା ପାଇଁ ତାଙ୍କୁ ଅନୁମତି ମିଳିଗଲା। ହେଲେ ଉଭୟ ସ୍ୱାମୀ ସ୍ତ୍ରୀ କାହାରିକୁ କେହି ବାଧ୍ୟ ବାଧକତା କରିପାରିବେ ନାହିଁ ଏହାପରେ ତାଙ୍କ ଶ୍ୱଶୁର ନିଜର ବୋହୂ ତପସ୍ୱିନୀ ପାଇଁ ଘର ପରିସ୍କାର କରି ରହିବା ପାଇଁ ଯୋଗାଡ଼ କଲେ। ଏହାପରେ ଶ୍ୱଶୁର ସେ ନିଜ ଘରେ ରହିବେ ନାହିଁ ବୋଲି ସଫା ସଫା ମନା କରିଦେଲେ। ତାଙ୍କର ଜୀବନ ପ୍ରତି ବିପଦ ଅଛି ବୋଲି ସେ କହିଲେ। ତାଙ୍କ ସ୍ୱାମୀ ସୁମିତ ମଧ୍ୟ ତାଙ୍କୁ ପାଖରେ ରହୁନହାନ୍ତି। ତେବେ ଏତେ ବଡ଼ ଘରେ ବର୍ତ୍ତମାନ ପୁରୁଷଶୂନ୍ୟ ହୋଇ ଯାଇଛି।

ଯାହାବି ହେଉ ତପସ୍ୱିନୀ ସିନା କୋର୍ଟରେ ଶ୍ୱଶୁର ଘରେ ରହିବା ପାଇଁ ଜାଗା ବନେଇନେଲେ ହେଲେ ତାଙ୍କ ସ୍ବାମୀ ହୃଦୟରେ ଜାଗା ଵନେଇ ପାରିଲେ ନାହିଁ ତାହା ସମୟ କହିବ। ତେବେ ବର୍ତ୍ତମାନ ସମୟରେ ତପସ୍ୱିନୀଙ୍କ ମନ ମଧ୍ୟରେ ଖୁସି ଥିବାର ଜଣା ପଡୁ ନାହାନ୍ତି। ଏହା ପୂର୍ବରୁ କୋର୍ଟର ନିୟମ ଅନୁସାରେ ଉଭୟ ସ୍ୱାମୀ ସ୍ତ୍ରୀକୁ ୧ ସପ୍ତାହ ଧରି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଖରେ ଯେପରି କେହି ରହି ପାରିବେ ନାହିଁ। ସେମାନେ ଏକୁଟିଆ ରହିବେ ହେଲେ ଏହା ମଧ୍ୟ କିଛି ଫରକ ପଡିନଥିଲା। ବର୍ତ୍ତମାନ ମଧ୍ୟ କୋର୍ଟ ନିୟମ ଅନୁସାରେ ତପସ୍ୱିନୀ ସ୍ୱାମୀଙ୍କ ପାଖରେ ରହିବେ ହେଲେ । ବାଧ୍ୟ କେହି କାହାରିକୁ କରିପାରିବେ ନାହିଁ। ଆଗକୁ ଦେଖିବାର ବିଷୟ ରହିଛି ଉଭୟ ମିଶୁଛନ୍ତି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।