ଆଶ୍ଚର୍ଯ୍ୟ ! ଏକା ଥରକେ କିପରି ୧୦ ଟି ସନ୍ତାନ କୁ ଜନ୍ମ ଦେଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ୍ ରେକର୍ଡସ୍ କଲେ ଏହି ମହିଳା, ପୁରା ଘଟଣା ଜାଣିଲେ ଗୋଡ ତଳୁ ମାଟି ଖସିଯିବ…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ତେବେ ଆମେ କହିବାକୁ ଯାଉଥିବା ଘଟଣାରେ ଜଣେ ମହିଳା ଏକା ଥରକେ ୧୦ ଟି ସନ୍ତାନକୁ ଜନ୍ମ ଦେବା ଭଳି ଖବର ରହିଛି। ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକା ର ଗାଉତେଗ ଅଞ୍ଚଳରେ।ଏହି ମହିଳା ଜଣଙ୍କ ଏକା ଥରକେ ୧୦ ଟି ସନ୍ତାନ କୁ ଜନ୍ମ ଦେଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡସ ରେକର୍ଡ କରିଛନ୍ତି।ଆଉ ଏହି ମହିଳାଙ୍କ ସ୍ବାମୀ ଜଣଙ୍କ ଶିଶୁ ମାନଙ୍କର ଫଟୋ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହାପରେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବେଶ୍ ଜୋର୍ ଧରିଛି।ଏହି ଘଟଣା ଏବେ କେବଳ ଦକ୍ଷିଣ ଆଫ୍ରିକା ରେ ନୁହେଁ ବରଂ ପୂରା ବିଶ୍ଵ ବ୍ୟାପୀ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଡାକ୍ତରଙ୍କ କହିବା ଅନୁସାରେ ଗର୍ଭ ଧାରଣ ସମୟରେ ହିଁ ଏହି ମହିଳା ଜଣଙ୍କ ର ୮ ଟି ସନ୍ତାନ ହେବ ବୋଲି ଅନୁମାନ କରା ଯାଇଥିଲା କିନ୍ତୁ ପ୍ରସବ ବେଳେ ଏହା ହୋଇ ନଥିଲା। ପ୍ରସବ ସମୟରେ ମହିଳା ଜଣଙ୍କ ୧୦ ଟି ସନ୍ତାନ କୁ ଜନ୍ମ ଦେଇଥିଲେ। ଆଉ ସେମାନଙ୍କ ମଧ୍ୟରୁ ୩ ଟି ଝିଅ ଏବଂ ୭ ଜଣ ପୁତ୍ର ସନ୍ତାନ ଅଟନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ କି ଏହା ପୂର୍ବରୁ ଜନେ ମହିଳା ଏକା ଥରକେ ୯ ଟି ଶିଶୁ କୁ ଜନ୍ମ ଦେଇ ଲୋକ ଲୋଚନକୁ ଆସିଥିଲେ ଏବଂ ତାଙ୍କର ନାମରେ ରେକର୍ଡ କରିଥିଲେ। ଆଉ ଏବେ ସେହି ମହିଳାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦକ୍ଷିଣ ଆଫ୍ରିକା ର ଏହି ମହିଳା ଜଣଙ୍କ ୧୦ ଟି ସନ୍ତାନ କୁ ଜନ୍ମ ଦେଇ। ଆପଣଙ୍କୁ ଏହା ଆଶ୍ଚର୍ୟ୍ଯ ଲାଗୁଥିବ ନିଶ୍ଚିତ କିନ୍ତୁ ଏହା ସତ ଘଟଣା।ଏହି ଘଟଣା ଟି ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।