ଆପଣମାନେ ଦେଖିଥିବେ ଯେ, ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଗଣଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଯଦି ଆମେ ମାନବିକତା କଥା କହିବା ତାହାଲେ, ଧୀରେ ଧୀରେ ମାନବିକତା ଭଳି ଗୁଣ କମିବାରେ ଲାଗିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। କିନ୍ତୁ ଆମ ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ମାନବିକତା ଗୁଣ ଦେଖିବା ପାଇଁ ମିଳିଥାଏ। ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାରେ ଆଗେଇ ଆସିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ପ୍ରଶଂସା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀଙ୍କୁ କିଛି ଲୋକ ଦୁଷ୍କମ କରିବା ପାଇଁ ଉଦ୍ୟମ କରିଥିଲେ, ଜଣେ ଟ୍ରକ ଡ୍ରଇଭର ବଞ୍ଚାଇ ଦେଲା ଆଉ ତାପରେ ଯାହା ହେଲା। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନାନୁସାରେ, ୟୁପିର ଜଣେ ଟ୍ରକ୍ ଡ୍ରାଇଭର କିଛି ଜିନିଷ ନେଇ ଦିଲ୍ଲୀ ଯାଉଥିଲେ। ତେବେ ସେ ଯିବା ବାଟରେ ଝିଅର ଚିତ୍କାର ଶୁଣିବା ପାଇଁ ପାଇଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ବନ୍ଦ କରି ଯେଉଁ ଆଡେ କାନ୍ଦ ଶୁଭୁଥିଲା, ଗଲେ ଏବଂ ସେ ଦେଖିବା ପାଇଁ ପାଇଥିଲେ ଯେ ଜଣେ ଝିଅକୁ ତିନି ଜଣ ପୁଅ ମିଶି ବଳାତ୍କାର କରିବାକୁ ଚେଷ୍ଟା କରୁଥିଲା। ଏହା ପରେ ସେ ବିରୋଧ ସେମାନଙ୍କ ସହିତ ଯୁକ୍ତି ତର୍କ କରିଥିଲା, ତିନି ଯୁବକ କହିଲେ ତମେ ପଳାଅ ଆମକୁ ଆମ କାମ କରିବା ପାଇଁ ଦିଅ।
ଏହା ପରେ ଡ୍ରାଇଭର ଜଣକ କିଛି ଉପାୟ ନ ପାଇ ଟ୍ରକ ଭିତରେ ଥିବା ଏକ ଲୁହ ଛଡ଼ କାଢି ଆଣି ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଲାଗିଲେ। ସେମାନେ ଭୟରେ ଯୁବତୀ ଜଣକୁ ଛାଡ଼ି ପଳାଇଲେ। ଏହା ପରେ ମହିଳା ଜଣକ ଟ୍ରକ ଡ୍ରାଇଭରଙ୍କୁ ଧନ୍ୟବାଦ ଦେଲେ। ଏବଂ ତାପରେ ମହିଳା ଜଣଙ୍କ ତାଙ୍କୁ ବାପା କରିଲେ। କାରଣ ଡ୍ରାଇଭର କୌଣସି ପିଲା ଛୁଆ ନଥିଲେ, ସେ ଏକୁଟିଆ ରହୁଥିଲେ। ଏହା ପରେ ବାପ ଝିଅ ହୋଇ ସେମାନେ ମିଳିମିଶି ରହିଲେ। ତେବେ ବନ୍ଧୁଗଣ ଆଜିକାଲି ଦୁନିଆରେ ମଣିଷ ପଣିଆ ଲୁଚି ରହିଛି। କାହିଁକି ନା ସବୁ ଟ୍ରକ ଡ୍ରାଇଭର ସମାନ ନୁହନ୍ତି। ଦୁନିଆରେ ଅନେକ ଭଲ ଲୋକ ରହିଛନ୍ତି, ଯେଉଁମାନେ ଅନ୍ୟର ବିପଦ ବେଳେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।