ଜରାଶ୍ରମର ବୟସ୍କଙ୍କୁ ମନ ଖୁସିକରି ଖାଇବାକୁ ଦେଲେ ଏହି ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ଏମାନଙ୍କ ଖୁସି ଦେଖି ଆପଣଙ୍କ ଆଖିରୁ ବି ଲୁହ ଆସିଯିବ… ଦେଖନ୍ତୁ ଭିଡ଼ିଓ

0

ବୟସ ବଢିବା ପରେ କେମିତି ଅଦରକରୀ ହୋଇଯାଇଛନ୍ତି ଏଇ ବାପା ମା ମାନେ । ମଣିଷ ପରିଣତ ବୟସରେ ପହଞ୍ଚିବା ପରେ ଆଶ୍ରା ଖୋଜିଥାଏ ନିଦ ଜନ୍ମିତ ପିଲାମାନଙ୍କ ଠାରୁ । ପୁଅ ହୁଅନ୍ତୁ ଅଥବା ଝିଅ ପରିଣତ ବୟସରେ ଆଶ୍ରା ପାଲଟିବେ ସନ୍ତାନ , ଏହା ସମସ୍ତ ମା ବାପାଙ୍କର ଇଚ୍ଛା ଥାଏ । ହେଲେ ସମସ୍ତଙ୍କ ଭାଗ୍ୟରେ ନଥାଏ ଏହି ଖୁସୀ , ଆଉ ସେହି ଖୁସୀକୁ ସେମାନଙ୍କ ମୁହଁରେ ଦେଖିବାପାଇଁ ପହଞ୍ଚିଯାଇଥିଲେ କିଛି ବନ୍ଧୁ ।

କଟକ ପଟ୍ ଟ୍ରଷ୍ଟ ସ୍କୁଲ ର ପୁରାତନ ଛାତ୍ର ଛାତ୍ରୀ ମାନେ ମିଶି ଏମାନଙ୍କର ଦିନଟି ମନେ ରଖିବା ଭଳି ଦିନ ବନାଇଦେଇଛନ୍ତି । ଦିନଟିଏ ବିତାଇଲେ ଏହି ମା ବାପାଙ୍କ ସହ , ଖାଇବା ଠାରୁ ଆରମ୍ଭ କରି ଭଲ ମନ୍ଦସବୁ ବୁଝିଲେ । ଦିନେ ପାଇଁ ହେଉ ପଛେ ଏମାନଙ୍କ ପାଇଁ ସନ୍ତାନ ସାଜି କର୍ତ୍ତବ୍ୟ କଲେ ଏବଂ ବାପା ମା ମାନଙ୍କ ପାଇଁ ଭୋଜି ଟିଏ ବାଢିଲେ । କଟକ ପୋଟ ଷ୍ଟ୍ରଟ ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାରେ ପ୍ରତିଷ୍ଠିତ ହୋଇଥିବା ବେଳେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଜନହିତକର ଯୋଜନାରେ ନିଜକୁ ସାମିଲ କରିଥାନ୍ତି ।

ବନ୍ୟା ବାତ୍ୟା ସମୟରେ ନିଜର ସାମର୍ଥ୍ୟ ଅନୁଯାୟୀ ନିକଟରେ ପହଞ୍ଚି ସହଯୋଗ ହାତ ବି ବଢାନ୍ତି । ତେବେ କୋଣସ ଦୟାବିହାର ଜରା ନିବାସରେ ପହଞ୍ଚି ଏଠିକାର ଅନ୍ତେବାସୀଙ୍କ ସହିତ ସାମିଲ ହୋଇ ସେମାନଙ୍କର ଗୋଟିଏ ଦିନ ଇଚ୍ଛାକୁ ପୂରଣ କରିଥିଲେ ଏହି ଛାତ୍ରଛାତ୍ରୀ ମାନେ । ବନି ଯାଇଥିଲେ ଏହି ବୁଢା ବାପା ମା ଙ୍କର ପୁଅ ଆଉ ଝିଅ , ଏହି ଜରା ନିବାଶରେ 50 ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ରୁହନ୍ତି । ସମସ୍ତେ ଗୋଟିଏ ପରିବାର ଭଳି ହସଖୁସୀରେ ନିଜ ଜୀବନକୁ ଏହିଠାରେ ଅତିବାହିତ କରୁଛନ୍ତି । ଯେତେବେଳେ ନିଜ ଜନ୍ମ କଲା ପୁଅ ଝିଅ ମାନେ ପଚାରିଲେନି ବାଧ୍ୟ ହୋଇ ଏମାନେ ଏହିଠାରେ ହିଁ ପରସ୍ପରକୁ ପରିବାର ଭାବିନେଇଛନ୍ତି ।

ପିଲାମାନେ ନିଜ ଜନ୍ମ କଲା ବାପା ମାଙ୍କୁ ନିଜଠାରୁ ଦୂରେଇ ଦେଇଥିବା ବେଳେ ଜରାନିବାସରେ ଥିବା ବୃଦ୍ଧ ବୃଦ୍ଧା ମାନଙ୍କ ଧର୍ଯ୍ୟ ବଢାଇ ଦେଇଛନ୍ତି କଟକ ପଟ୍ ଟ୍ରଷ୍ଟ ସ୍କୁଲର ଏହି ପୁରାତନ ଛାତ୍ରଛାତ୍ରୀ ମାନେ । ତେବେ ଆପଣ ମାନେ ଯଦି କେବେ ଭୋଜି ଟିଏ କରୁଛନ୍ତି , ବର୍ଷକରେ ଥରେ ହେଉ ପଛେ ଏମିତି ଜରାଶ୍ରମ ରେ ପହଞ୍ଚି ଏହି ନିସନ୍ତାନ ବାପା ମା ମାନଙ୍କ ପାଖରେ ଟୁକିଏ ଖୁସୀ ବାଣ୍ଟନ୍ତୁ । ଦେଖିବେ ଏହି ବୃଦ୍ଧ ବୃଦ୍ଧାଙ୍କ ହସ ଭିତରେ ଆପଣ ପ୍ରକୃତ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଖୋଜି ପାଇବେ । କିଛି ସମୟ ଏଭଳି ଲୋକଙ୍କ ପାଖରେ ବିତାଇ ଦିଅନ୍ତୁ , ଆପଣ ଜାଣିପାରିବେ ଅସଲ ଶାନ୍ତି ଏହିଠାରେ ହିଁ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।