ଦେଖନ୍ତୁ Shocking ଭିଡ଼ିଓ : କାହିଁକି ସେ ହାର୍ଡ ସ୍ଟେପ ନେଲେ, ଏ ନେଇ କଣ କହୁଛନ୍ତି ସିଦ୍ଧାନ୍ତ ମହାପାତ୍ର….

ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ଆମ ଓଡ଼ିଆ ଚଳଚିତ୍ର ଜଗତ ଉପରେ ଘଟିଛି ଯାହାକୁ କୋଳନା କରିବା ମଧ୍ୟ ଅସମ୍ଭବ , ରାୟମୋହନ ଙ୍କର ମୃତୁ ସମସ୍ତ ଓଡ଼ିଆ ସିନେ ଜଗତରେ ଆଣି ଦେଇଛି ବହୁତ ବଡ଼ ଶୂନ୍ୟ ସ୍ଥାନ ଯାହାକୁ କେହିବି ଚାହିଁଲେ ବି ପୂରଣ କରିପାରିବେ ନାହିଁ ବୋଲି କହିଛନ୍ତି ଓଡ଼ିଆ ସିନେ କଳାକାର ସିଦ୍ଧାନ୍ତ ମହାପାତ୍ର | ଆହୁରି ମଧ୍ୟ କହିଛନ୍ତି କି ଆତ୍ମହତ୍ୟା ହେଉଛି ଗୋଟିଏ ମସ୍ତିଷ୍କ ର ଚାପ ଯାହା ଫଳରେ ମଣିଷ ଜଣେ ଏପରି କାମ କରିଥାଏ , କିନ୍ତୁ ତାଙ୍କର ତ ସେମିତି କୋୖଣସି ମାନସିକ ଚାପ ନଥିଲା , ଏପରି କହି ସେ ମଧ୍ୟ ଦୁଃଖରେ ମଧ୍ୟ ମ୍ରିୟମାଣ ହୋଇପଡିଛନ୍ତି ରାୟମୋହନ ଙ୍କ ମୃତ୍ୟୁ ରେ ଓ ତାଙ୍କର ମୃତ୍ୟୁ କୁ ବିଶ୍ୱାସ କରିପାରୁ ନାହାନ୍ତି |

ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ରାୟମୋହନ ଥିଲେ ଜଣେ ବହୁତ ଖୋଲା ହୃଦୟର ଲୋକ , ସେ ମଧ୍ୟ ଥିଲେ ବହୁତ ଧର୍ମିକ ଆଉ ଜଣେ ବହୁତ ଭଲ କଳାକାର, ସେ ଆମ ଅଲିଉଡ ଜଗତ ପାଇଁ ଥିଲେ ଗର୍ବ | ଫିଲ୍ମକୁ ତାଙ୍କର ଜୀବନ ବୋଲି ମାନିନେଇଥିଲେ ରାୟମୋହନ , ଆଉ ତାଙ୍କର ଖୋଳନାୟକ ଭୂମିକାକୁ ବହୁତ ଭଲ ଭାବରେ ଦର୍ଶକ ମାନଙ୍କ ପାଖରେ ଉପସ୍ଥାପନା କରିଥିଲେ ରାୟମୋହନ |ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ |

ତାହା ବ୍ୟତୀତ ଦୀର୍ଘ 25 ବର୍ଷ ଧରି ଫିଲ୍ମ ଜଗତରେ ସାଥି ହୋଇ କାମକରିଥିଲେ ସିଦ୍ଧାନ୍ତ ଆଉ ରାୟମୋହନ , ଆଉ ଖାଲି ଫିଲ୍ମ ନୁହଁ ବହୁତ ଯାତ୍ରା ମଧ୍ୟ କରିଥିଲେ ସେ | ସେ ପଦବୀ ହେଉ ଵା ଚଳଚିତ୍ର ସବୁରେ ତାଙ୍କର ସ୍ଥାନ ଥିଲା ଉପରେ ସେ ଜନ୍ମରୁ ବହୁତ ଷ୍ଟ୍ରୋଗୋଲା କରିଥିଲେ ଆଉ ଶେଷରେ ସଂମାନର ଶେଷ ସୀମାରେ ମଧ୍ୟ ପହଞ୍ଚିଥିଲେ | ସେ ଟଙ୍କା ହେଉ ଵା ସଂମାନ କୋଉଥିରେ ରାୟମୋହନ ଙ୍କ ଅଭାବ ନଥିଲା , ତେବେ ସେ ଏମିତି ଆତ୍ମହତ୍ୟା କଣ ପାଇଁ କରିଲେ ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧାନ୍ତ |

ଆହୁରି ମଧ୍ୟ ସିଦ୍ଧାନ୍ତ ମହାପାତ୍ର ମିଡିଆ ଆଗରେ କହିଛନ୍ତି କି ବିଜୟ ମହାନ୍ତି ହୁଅନ୍ତୁ କି ମିହିର ଦାଶ ସମସ୍ତେ ଆମ ଚଳଚିତ୍ର ପାଇଁ ଗର୍ବ, କିନ୍ତୁ ସେମାନଙ୍କର ଦେହ ଖରାପ ଥିଲା ପାଇଁ ସେମାନଙ୍କ ର ମୃତ୍ୟୁ ଘଟିଥିଲା , କିନ୍ତୁ ରାୟମୋହନ ଙ୍କ ଏଭଳି ଆତ୍ମହତ୍ୟାକୁ ସେ ବିଶ୍ୱାସ କରିପାରି ନାହାନ୍ତି | ଆଉ ଦୁଃଖରେ ମଧ୍ୟ ମ୍ରିୟମାଣ ହୋଇପଡିଛନ୍ତି , ଆଉ କହିଛନ୍ତି କି ସତେ ଯେପରି ଆମ ଚଳଚିତ୍ର ଜଗତକୁ ଆର୍ଶୀବାଦ କରୁଥିବା ଛାତ ଆଉ ଆମ ମୁଣ୍ଡ ଉପରେ ନାହିଁ, ସବୁ ଶୂନ୍ୟ ହୋଇଯାଇଛି | ସିଦ୍ଧାନ୍ତ ମହାପାତ୍ର ଙ୍କ ଏପରି କଥା ବର୍ତ୍ତମାନ ସେସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment