ରାଜଧାନୀ ଭୁବନେଶ୍ୱର ରେ ଘଟିଲା ଭୟଙ୍କର ସିରିଜ ଦୁର୍ଘଟଣା… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପୃଥିବୀର ସମସ୍ତ ଦେଶ ମାନଙ୍କ ମଧ୍ୟରୁ, ଭାରତ ଜନ ସଂଖ୍ୟାରେ ଦିତୀୟ ସ୍ଥାନ ଗ୍ରହଣ କରିଛି। ତେବେ ଜନ ସଂଖ୍ୟା ବଢିବା ଦ୍ୱାରା, ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାର ବିଶୃଙ୍ଖଳା ଦେଖାଗଲା। ରାସ୍ତା ଘାଟରେ ଗାଡି ଚଳାଚଳ ରେ ଅସୁବିଧା ସୃଷ୍ଟି ହେଲା, ପ୍ରତିଦିନ ଗାଡି ଏକ୍ସିଡେଣ୍ଟ ରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେ। ସେଥିପାଇଁ ସରକାର ଏହି ଦୃଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ହେଲିମେଣ୍ଟ ପିନ୍ଧିବା, ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଇତ୍ୟାଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି।

ତେବେ ଏହା କେବଳ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଏତେ ସବୁ ବ୍ୟବସ୍ଥା କରିଥିଲେ ମଧ୍ୟ ଲୋକମାନେ ମଦ ପିଇ ଗାଡି ଚଳାଇ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ବର୍ତ୍ତମାନ ସମୟରେ ଏଭଳି କିଛି ଦୃଘଟଣା ଦେଖିବା ପାଇଁ ମିଳିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ସୂଚନାଅନୁସାରେ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯେଉଁଥିରେ ତିନିଟି କାର ଏବଂ ଗୋଟିଏ ବାଇକ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା। ତେବେ ଏହି ଘଟଣା ହାଇୱେ ଟ୍ରାକ ଘଟାଇ ଥିବା ଜଣା ପଡ଼ିଛି। ହାଇୱେ ଟ୍ରାକ ଆସି ପିଟି ଦେଇଥିଲା। ଯେଉଁଥିରେ ତିନୋଟି କାର ଏବଂ ଗୋଟିଏ ବାଇକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି।

ଅନ୍ୟ ତିନି ଜଣ ଗୁରୁତର ଭାବରେ ଆଘାତ ପାଇଛନ୍ତି। ସଙ୍ଗେ ସଙ୍ଗେ ସେମାନଙ୍କୁ ଭୁବନେଶ୍ୱର କେପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ୍ରେନ ଯୋଗେ ମଞ୍ଚେସର ଥାନା ପୋଲିସ ଗାଡ଼ିକୁ ଉଦ୍ଧାର କରିଛି। ଏପଟେ ଟ୍ରାକ ଡ୍ରାଇଭର ଫେରାର ଅଛନ୍ତି। ତାଙ୍କୁ ପୋଲିସ ବର୍ତ୍ତମାନ ସମୟରେ ଖୋଜୁଛନ୍ତି। ତେଣୁ ଆମର ମଧ୍ୟ ଏତିକି ଅନୁରୋଧ ଯେ ଆପଣ ମଧ୍ୟ ତାଙ୍କୁ ଯେଉଁଠି ଦେଖୁଛନ୍ତି ତାଙ୍କୁ ପୋଲିସ ରେ ଧରେଇ ଦିଅନ୍ତୁ। ଯେଉଁ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି ତାଙ୍କର ଏଯାଏ କିଛି ବି ପରିଚୟ ମିଳିପାରିନାହିଁ। କେଉଁଠାକୁ ଯାଉଥିଲେ। ଘର କେଉଁଠି ଏଯାଏ ତାହା ସ୍ପଷ୍ଟ ହୋଇଛି। ଟ୍ରାକ ଡ୍ରାଇଭର ଜଣଙ୍କୁ ଧରିବା ପାଇଁ ଚାରି ଆଡ଼େ ପୋଲିସ ସିଚ କରୁଛି।

ଖୁବ ଶୀଘ୍ର ଧରପଡିବ ବୋଲି ଯାହା ପୋଲିସଙ୍କ କହିବା କଥା। ଲୋକ ମାନେ ଯାହା ସନ୍ଦେହ କରୁଛନ୍ତି କି ଡ୍ରାଇଭର ଜଣକ ମଦ ପିଇଛନ୍ତି। ନଚେତ ଏଭଳି ଭାବରେ ଆକ୍ସିଡେଣ୍ଟ ହୋଇନଥାନ୍ତା। ବିନା ଦୋଷରେ ଆଜି ଚାଲିଗଲା ଜୀଵନ, ଘଟିଗଲା ଏତେ ବଡ଼ କ୍ଷତି। ଆପଣ ମାନଙ୍କୁ ଏତିକି ପ୍ରଥନା ଯେ ଆପଣ ମାନେ ମଦ ପିଇ ଗାଡ଼ି ଚଳାନ୍ତୁ ନାହିଁ। କାରଣ ନିଜର ଜୀବନ ଯିବା ସହିତ ନିରୀହ ଲୋକଙ୍କ ଜୀଵନ ମଧ୍ୟ ଚାଲି ଯାଉଛି। ଯାହାବି ହେଉ ଏଭଳି ଘଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment