ଏମିତି ବି ଆସେ ମୃତ୍ୟୁ ! ମାଛ ରାନ୍ଧିଲେ ହେଲେ ଖାଇ ପାରିଲେନି…

ସବୁବେଳେ କହୁ ଥିଲେ କେତେ ବେଳେ କୋଉ ମୁହୂର୍ତ୍ତ ରେ ଛାଡ଼ି ଚାଲି ଯିବି ମୁଁ, ଖାଲ ଏତିକି ନୁହେଁ ବରଂ ସେ ସବୁ ବେଳେ କହୁ ଥିଲେ ଯେ ଆମେ ଜନ୍ମ ହୋଇଛେ ମାନେ ତ ସମସ୍ତେ ନିଶ୍ଚିତ ମରିବା ହେଲେ ସମସ୍ତେ ଆଗ ପଛ ହୋଇ ଯିବା | ମାଛ ତରକାରୀ ରୋଷେଇ କରି ରଖି ଥିଲେ ହେଲେ ଖାଇ ପାରିଲେ ନାହିଁ ଏମିତି କି ସେ ସବୁ ବେଳେ ହସୁ ଥିଲେ ଆଉ ତାଙ୍କ ମୁହଁ ଦେଖିଲେ ଭାରି ଖୁସି ମଧ୍ୟ ଲାଗେ |

ସେ ସମସ୍ତ ଙ୍କ କଥା ବୁଝନ୍ତି, ଦୁଃଖୀରଖି ସେ ସମସ୍ତ ଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ି ଆସନ୍ତି ଆଉ ସେ ଆସିଲେ ଘର ଭାରି ଭରପୁର ଲାଗେ | ତାଙ୍କ ବିଷୟ ରେ ଏକଥା ଶୁଣିବା ପରେ ଆମେ ଅବାକ ହୋଇ ଯାଉଛୁ ପେଟକୁ ଆଉ ଭାତ ଯାଉନି ଏବଂ ହାତ ଗୋଡ଼ ମଧ୍ୟ ଚାଲୁନି | ସେ ସିନା ଆଜି ଚାଲି ଯାଇଛନ୍ତି ହେଲେ ତାଙ୍କ କଥା ଭାବି ସାହି ପଡ଼ିଶା ବନ୍ଧୁ ବାନ୍ଧବ ଝୁରି ହେଉଛନ୍ତି | 8 ଦିନ ଧରି ବାଲେଶ୍ୱର ବାପ ଘରେ ରହି ଥିବା ସମୟରେ ପଡୋଶୀ ଙ୍କ ସହ ଶେଷ ମୁହୂର୍ତ୍ତ କାଟି ଥିଲେ ଯାହାକି ସେହି କଥାକୁ ମନେ ପକାଇ ପଡୋଶୀ ଝୁରି ହେଉଛନ୍ତି | ରାଜେଶ୍ୱରୀ ନିଜ ଗୋଡ଼ ରେ ଠିଆ ହେବା ପାଇଁ ଅନେକ ସଂଘର୍ଷ କରି ଥିଲେ କାହାକୁ ସେ ପର ବୋଲି ଭାବନ୍ତି ନାହିଁ |

ଏତେ ବଡ଼ ରୋଗ ହୋଇ ଥିଲେ ବି ସବୁବେଳେ ଆକ୍ଟିଭ ଓ ସବୁବେଳେ ବିନ୍ଦାସ ଥାଆନ୍ତି | ମା ଚାଲି ଗଲା ପରେ ସେ ବହୁତ ଭାଙ୍ଗି ପଡ଼ି ଥିଲେ କିନ୍ତୁ ତଥାପି ନିଜ ଗୋଡ଼ ରେ ଠିଆ ହୋଇ ଥିଲେ ଏବଂ ନିଜର ଏକ ପରିଚୟ ସୃଷ୍ଟି କରି ଥିଲେ | ଅଭିନେତ୍ରୀ ତଥା ବାଲେଶ୍ୱର ର ଝିଅ ରାଜେଶ୍ୱରୀ ରାୟ ମହାପାତ୍ର ଙ୍କ ଦେହାନ୍ତ ପରେ ସମସ୍ତେ ଏବେ ମର୍ମାହତ | ସେ ଦୀର୍ଘ ଦିନ ଧରି କର୍କଟ ରୋଗ ରେ ଆକ୍ରାନ୍ତ ଥାଇ ବି ସୁଟିଂ କରୁ ଥିଲେ, ଗତ ବୁଧୁବାର ଅର୍ଥାତ 8 ଦିନ ପୂର୍ବରୁ ବାଲେଶ୍ୱର ଗୋପାଳ ଗାଁ ବାପ ଘରକୁ ଆସି ଥିଲେ |

ପୁତୁରା ର ଜନ୍ମ ଦିନ ରେ ଯୋଗ ଦେବାକୁ ହିଁ ସେ ନିଜ ବାପ ଘରକୁ ଆସି ଥିଲେ, ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ବାଲେଶ୍ୱର ର ବାପ ଘରେ ହିଁ ରହି ଥିଲେ | ମାତ୍ର ବୁଧୁବାର ଅପରାହ୍ନ 3 ଟା ରେ ତାଙ୍କର ହଠାତ ଦେହ ଅସୁସ୍ଥ ହୋଇ ପଡ଼ି ଥିଲା | ବାନ୍ତି ହୋଇ ମୁଣ୍ଡ ବୁଲାଇବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇ ଥିଲା | ହେଲେ ସନ୍ଧ୍ୟା 5 ଟା ରେ ଚେତା ଶୂନ୍ୟ ହୋଇ ଯିବାରୁ ବାଲେଶ୍ୱର ରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ କୁ ନିଆଯାଇ ଥିଲା | ହେଲେ ବିଳମ୍ବିତ ରାତି ପ୍ରାୟ ସାଢେ ଦୁଇଟା ରେ ତାଙ୍କର ମୃତ୍ୟୁ ଘଟି ଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment