ଦେଖନ୍ତୁ Viral ଭିଡ଼ିଓ : ଏମିତି ବିବାହ ଜୀବନରେ କେବେ ଦେଖି ନ ଥିବେ…..

0

ବନ୍ଧୁଗଣ ହିନ୍ଦୁ ଧର୍ମରେ ବିବାହ ଏକ ଉତ୍ସବ ସଦୃଶ ବହୁତ ରୀତି ନୀତି ଏବଂ ପରମ୍ପରା ଭିତରେ ପାଳନ କରାଯାଇଥାଏ। ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ। ବିବାହ ପରେ ଯୁବକ ଯୁବତୀ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ନେଇ ଏକ ନୂତନ ସଂସାର ଗଢିବାର ସଂକଳ୍ପ ନେଇ ଆଗକୁ ବଢିଥାଆନ୍ତି। ଜଣେ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଯେତିକି ମଧୁରତା ଏବଂ ଭଲପାଇବା ରହିଥାଏ ସେମାନଙ୍କ ମଧ୍ୟରେ ସେହି ଅନୁସାରେ ମନ ମାଳିନ୍ୟ, ତିକ୍ତତା ସୃଷ୍ଟି ହେବା ଏବଂ ଅଭିମାନ କରିବା ଭଳି କଥା ମଧ୍ୟ ହୋଇଥାଏ। ଏମିତି କୌଣସି ସମ୍ପର୍କ ନାହିଁ ଯେଉଁ ବୈବାହିକ ସମ୍ପର୍କରେ କେବେ ତିକ୍ତତା ଆସିନାହିଁ କିମ୍ବା ସ୍ବାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡ଼ା ହୋଇ ନାହିଁ।

ଏହା ସେମାନଙ୍କ ଭଲପାଇବା ଏବଂ ବୈବାହିକ ଜୀବନରେ ରେ ନୂତନ ରଙ୍ଗ ଭରି ଦେଇଥାଏ।ତେବେ ଯେତେବେଳେ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଆନ୍ତି ସେତେବେଳେ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି ଏବଂ ସେତେବେଳେ ସେମାନଙ୍କ ସଂପର୍କ କୁ ସାତ ଜନ୍ମ ର ସମ୍ପର୍କ ବୋଲି କୁହା ଯାଏ। ହିନ୍ଦୁ ଧର୍ମର ବିବାହ ରୀତି ନୀତି ଆଦି ସହିତ ପାଳନ କରାଯାଇଥାଏ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯେଉଁ ବିବାହ କୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଆପଣଙ୍କୁ କହି ରଖୁଛୁ କି ଏହି ବିବାହ ଟି ଘଟିଛି ଝାଡ଼ଖଣ୍ଡ ରେ।ଏଠାରେ କିପରି ଭାବରେ ପୁଅ ଘରେ ବିନା ବ୍ରାହ୍ମଣ ରେ ବିନା ମନ୍ଦିର ସମ୍ମୁଖରେ ବିବାହ ସଂପୂର୍ଣ୍ଣ ହେଉଛି ଥରେ ଦେଖନ୍ତୁ। ଯାହା ଦେଖିଲା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ବିବାହ ହୋଇପାରେ।ଏଠାରେ ଘରେ ଜଣେ ସଦସ୍ୟ କନ୍ୟା କୁ ପଚାରୁଛନ୍ତି ତୁମେ ବିବାହ ନିଜେ ଇଚ୍ଛାରେ କରୁଛ?ଏହି ବିବାହରେ ତୁମେ ଖୁସି ଅଛ? ପୋଲିସ୍ କିମ୍ବା ଆଉ କେହି ପଚାରିଲେ ତୁମେ କଣ କହିବ? ଏପରି କିଛି ପ୍ରଶ୍ନ ପରେ କନ୍ୟା ଜଣଙ୍କ ମଧ୍ୟ ଉତ୍ତର ଦେଇଛନ୍ତି ଯେ ହଁ ମୁଁ ମୋ ନିଜ ଇଚ୍ଛାରେ ବିବାହ କରିଛି ଆଉ ଏ ବାହାଘର ରେ ମୁଁ ଖୁସି ଅଛି।

ମୋ ଉପରେ କେହି ଚାପ ପକାଇ ମୋ ମତକୁ ଅଲଗା କରି ପାରିବେ ନାହିଁ। ଯିଏ ପଚାରିଲେ ବି ମୋ ଉତ୍ତର ସମାନ ରହିବ। ଝିଅର ଉତ୍ତର ପରେ ବର କନ୍ୟା ଉଭୟଙ୍କୁ ମାଳ ପିନ୍ଧାଉଛନ୍ତି।ତାପରେ ବର ସିନ୍ଦୂର ପିନ୍ଧାଉଛି ଏବଂ ପରେ ମଙ୍ଗଳସୂତ୍ର ପିନ୍ଧେଇବା ପରେ କନ୍ୟା ବରକୁ ମୁଣ୍ଡିଆ ମାରି ଆଶିର୍ବାଦ ନେଉଛି। ଏହି ଭିଡିଓ ଟି ଦେଖିଲେ ଆପଣ ଏହି ଭିନ୍ନ ଧରଣର ବାହାଘର ର ମଜା ନେଇ ପାରିବେ ଯାହା ଅନ୍ୟ ବିବାହ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।