ବର୍ତ୍ତମାନ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ। ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଭଳି ଗୁଣ ହ୍ରାସ ପାଇବାରେ ଲାଗିଛି। ପ୍ରତିଦିନ ଚୋରି, ହତ୍ୟା, ଡକାୟତି, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ପାରିବାରିକ ଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି। କେଉଁଠି ବାପା ପୁଅ ମଧ୍ୟରେ ଝଗଡା ଲାଗି ବାପ ପୁଅକୁ ମାରି ଦେଉଛି ତୋ ଆଉ କେଉଁଠି ମାଆ ପୁଅ ମଧ୍ୟରେ ଝଗଡା ଲାଗି ମାଆ ପୁଅକୁ ହତ୍ୟା କରିଦେଉଛି, ତୋ ଆଉ କେଉଁଠି ବହୁ ଶାଶୂକୁ ନିର୍ଯାତନା ଦେଉଛନ୍ତି ଏଭଳି ଭାବରେ ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ନିନ୍ଦନୀୟ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି, ଜଣେ ବହୂ ନିଜ ଶାଶୁକୁ ଆତି ନିର୍ମମ ଭାବେ ମାରି ଚାଲିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆଜି ଆମେ ଆପଣଙ୍କ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;
ବଲାଙ୍ଗୀର ବରପାଲି ପଡ଼ାରୁ ଏକ ଦୁଃଖ ଦାୟକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମରେ ପରିବାର କହିଲେ ସର୍ବ ମୋଟ ଏହି ଦୁଇ ଜଣ ସଦସ୍ୟ ଅଟନ୍ତି ଶାଶୁ ଏବଂ ବୋହୁ, କେହି କାହାର ମୁଁହ ଚାହିଁବାକୁ ନାରାଜ ଅଟନ୍ତି। ଶାଶୁ ଉପରେ ବୋହୁ ଜଣଙ୍କ ଖୁବ ଜୋରରେ ଅତ୍ୟାଚାର କରି ଆସୁଛି।ଦାଣ୍ଡରେ ଶାଶୁକୁ ଦଳି ଚକଡି ଦେଉଛନ୍ତି ବୋହୁ, ବୃଦ୍ଧା ଶାଶୁଙ୍କ ଅବସ୍ଥା ଖରାପ ଏପରିକି ବେଳେବେଳେ ଭୋକ ଉପାସରେ ମଧ୍ୟ ରଖି ଦିଅନ୍ତି। ଗର୍ବ ଓ ଅଂହକାର ବୋହୂକୁ ଏତେ ମାତ୍ରାରେ ଘାରିଛି ଯେ, ଶାଶୁକୁ ସେ ମଣିଷ ବୋଲି ଭାବୁ ନାହିଁ।
ସ୍ୱାମୀ ଏବଂ ପୁଅର ମୃତ୍ୟୁ ପରେ ଶାଶୁଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଉଛି, ଶାଶୁକୁ ଆଉ ଘର ଭିତରେ ପୁରାଇ ଦେଉନାହିଁ। ତେବେ ସେ ନିଜେ ଘରେ ମାଲିକିଆଣି ସାଜି ରହୁଛି। ତେବେ ବୃଦ୍ଧା ଜଣକ ନିର୍ଯ୍ୟାତନା ସହି ନପାରି ଘରୁ ବାହାରି ଆସି ବର୍ତ୍ତମାନ ନିଜ ଝିଅ ଘରେ ଆଶ୍ରୟ ନେଉଛି। ପୂର୍ବରୁ ଏହି ଶାଶୂ ଜଣକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। କିନ୍ତୁ ବର୍ତ୍ତମାନ ଏହି ଭିଡିଓ ଭାଇରଲ ହେବା ପରେ, ପୋଲିସ ଏହି ଘଟଣାକୁ ଦେଖି ବା ପରେ ତଦନ୍ତ କରୁଛି। ତେବେ ଆମର ଅନୁରୋଧ ପୋଲିସ ଘୋଟଣାଟିକୁ ଗୁରୁତର ଭାବରେ ତର୍ଜମା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।